ଆଞ୍ଚଳିକ କେଦାର ଗୌରୀ ଦୃଷ୍ଟି ହୀନ ଧନ୍ଦା ମୂଳକ ତାଲିମ କେନ୍ଦ୍ରକୁ ସହାୟତା ପ୍ରଦାନ Angul OnlineJune 3, 2022June 3, 2022 ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ଗୋପୀନାଥପୁର ଗ୍ରାମରେ ଅବସ୍ଥିତ ଥିବା କେଦାର ଗୌରୀ ଦୃଷ୍ଟି ହୀନ ଧନ୍ଦା ମୂଳକ ତାଲିମ କେନ୍ଦ୍ର ରେ ପ୍ରାୟ ୩୫ଜଣ ଦୃଷ୍ଟି ହୀନ ପୁରୁଷ ଓ ମହିଳା ବହୁ ବର୍ଷ ଧରି ରହି ଆସୁଛନ୍ତି । ଗତ ଦୁଇଦିନ ତଳେ କାଳବୈଶାଖୀ ବର୍ଷା ଓ ପବନ ପ୍ରଭାବରେ ତାଲିମ କେନ୍ଦ୍ର ଓ ବାସଭବନ ନଷ୍ଟ ହୋଇଯାଇଥିଲା । ଖବର ପାଇ ଯୁବନେତା ଅରୁଣାଭ ସିଂହ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ବ୍ୟକ୍ତିଙ୍କୁ ସାନ୍ତ୍ଵନା ଦେବା ସହ ନଷ୍ଟ ହୋଇଥିବା ସମସ୍ତ ଆଜବେଷ୍ଟସକୁ ବଦଳାଇ ନୂତନ ଆଜବେଷ୍ଟସ ପ୍ରଦାନ କରିଛନ୍ତି । ଏଥି ସହିତ ଶୁଖିଲା ଖାଦ୍ୟ, ଚାଉଳ, ଡାଲି, ରାନ୍ଧିବା ତେଲ, ଚିନି, କଦଳୀ, ବିସ୍କୁଟ, ବ୍ରେଡ଼, ଆଳୁ, ପିଆଜ ଇତ୍ୟାଦି ବଣ୍ଟନ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ତହସିଲଦାର ଓ ରାଜସ୍ୱ ନିରକ୍ଷକ ୩ ଗୋଟି ପାଲ ବଣ୍ଟନ କରିଛନ୍ତି । ସେହିପରି ‘ହମ’ ଗ୍ରୁପ ପକ୍ଷରୁ ୩୧,୦୦୦(ଏକତିରିଶି ହଜାର)ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ଅର୍ଥ ରାଶି ପ୍ରଦାନ ସମୟରେ ‘ହମ’ ଗ୍ରୁପ ତରଫରୁ ସଞ୍ଜୀବ କୁମାର ମାଣ୍ଡୋଠିଆ, ଅଶୋକ ପ୍ରଧାନ ଏବଂ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ପର୍ଶୁରାମ ଦାଶ, ବାପୁଜୀ ପ୍ରଧାନ, ତାଲିମ କେନ୍ଦ୍ରର ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ । Advertisement
ସାପ କାମୁଡାରେ ନାବାଳକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବହାଳସାହି ଗାଁରେ ସାପ କାମୁଡାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳକ ଜଣଙ୍କ ହେଲେ ପ୍ରଶାନ୍ତ…
ଅଚିହ୍ନା ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରାଞ୍ଚଳ ୧ନମ୍ବର ୱାର୍ଡର ବୀରବରପଲ୍ଲୀ ନିକଟରୁ ଜଣେ ବୃଦ୍ଧଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ତାଙ୍କ ପରିଚୟ ମିଳି…
ଦୁର୍ଘଟଣାରେ ମୋଟରସାଇକେଲ ଆରୋହି ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ ଗ୍ରାମର ଗୌଡସାହି ନିକଟରେ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ…