ମୁଖ୍ୟ ଖବର ପୁଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ Angul OnlineJune 7, 2022June 7, 2022 ଅନୁଗୁଳ – ରାଜ୍ୟ ପୁଲିସ ବିଭାଗରେ ପୁଲିସ ସବ୍-ଇନ୍ସପେକ୍ଟରଙ୍କର ଇନ୍ସପେକ୍ଟର ଭାବେ ପଦୋନ୍ନତି ହୋଇଛି । ପଦୋନ୍ନତି ପାଇଥବା ଏହି ଇନିସ୍ପେକ୍ଟରଙ୍କ ସମେତ ପୂର୍ବରୁ କାର୍ଯ୍ୟରତ ବରିଷ୍ଠ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ହୋଇଛି । ଅନୁଗୁଳ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ ବରିଷ୍ଠ ଇନ୍ସପେକ୍ଟର ଜ୍ଞାନରଞ୍ଜନ ସାମଲଙ୍କୁ ପିଟିସି , ନାଲ୍କୋ ଥାନା ଆଇଆଇସି ବିନ୍ଦୁବାସିନୀ ବିଶ୍ବାଳଙ୍କୁ ଓଏଚ୍ଆର୍ସି ଏବଂ ପିଟିସିରେ କାର୍ଯ୍ୟରତ ଝୁନାରାଣୀ ସାହୁଙ୍କୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ପୁଲିସ ଏକାଡ଼େମୀକୁ ବଦଳି ହୋଇଛି । ସେହିପରି ଜିଲ୍ଲାରେ କାର୍ଯ୍ୟରତ ୭ ଜଣ ସବ୍-ଇନ୍ସପେକ୍ଟରଙ୍କର ଇନିସ୍ପେକ୍ଟର ଭାବେ ପଦୋନ୍ନତି ହୋଇଛି । ସେମାନଙ୍କ ମଧ୍ୟରୁ ସ୍ନିତାଞ୍ଜଳି ପ୍ରଧାନ , ବିକ୍ରମ ବିହାରୀ ଜୟପୁରିଆ , ବିଜୟ କୁମାର ସ୍ବାଇଁ , ଦିଲ୍ଲୀପ କୁମାର ଲାକ୍ରାଙ୍କୁ ଅନୁଗୁଳରେ ଅବସ୍ଥାପିତ କରାଯାଇଥିବା ବେଳେ ପ୍ରକାଶ କୁମାର ମାଝିଙ୍କୁ କମିସନରେଟ୍ ପୁଲିସ , ରୀତାରାଣୀ ପ୍ରଧାନଙ୍କୁ କଳାହାଣ୍ଡି ଓ କଳ୍ପନା ବେହେରାଙ୍କୁ ଢେଙ୍କାନାଳ ଜିଲ୍ଲାକୁ ବଦଳି ହୋଇଥିବା ଜଣାପଡ଼ିଛି । Advertisement
ଛାତ୍ରୀଙ୍କୁ ଅସଦାଚରଣ କଲେ ଶିକ୍ଷକ – ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ ଛେଣ୍ଡିପଦା – ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ। ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ପାତ୍ରପଡା ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି ।…
ସାଇକେଲକୁ ଧକ୍କା ଦେଲା ଟ୍ରକ – ଜଣେ ମୃତ ପାଲଲହଡ଼ା – ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକର କାଇଁସିରିପାଲି ଛକଠାରେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ସକାଳ ୮.୩୦ ସମୟରେ ପାଲଲହଡ଼ା ବାଇପାସ୍ ଛକଠାରୁ ଜଣେ…
ଲାଞ୍ଚ ନେବା ବେଳେ ପୁଲିସ ଏ.ଏସ.ଆଇ.ଙ୍କୁ ଧରିଲା ଭିଜିଲାନ୍ସ ଅନୁଗୁଳ – ଭିଜିଲାନ୍ସ ଜାଲରେ ପଡ଼ିଲେ ତାଳଚେର ଥାନା ଏଏସଆଇ ଧରଣୀଧର ନାଥ । 35 BNSS ବେଲ କରାଇ ଦେବା ପାଇଁ ଜନ୍ଦାବାହାଳ ଗ୍ରାମର ପ୍ରୀତି…