ମୁଖ୍ୟ ଖବର ପୁଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ Angul OnlineJune 7, 2022June 7, 2022 ଅନୁଗୁଳ – ରାଜ୍ୟ ପୁଲିସ ବିଭାଗରେ ପୁଲିସ ସବ୍-ଇନ୍ସପେକ୍ଟରଙ୍କର ଇନ୍ସପେକ୍ଟର ଭାବେ ପଦୋନ୍ନତି ହୋଇଛି । ପଦୋନ୍ନତି ପାଇଥବା ଏହି ଇନିସ୍ପେକ୍ଟରଙ୍କ ସମେତ ପୂର୍ବରୁ କାର୍ଯ୍ୟରତ ବରିଷ୍ଠ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ହୋଇଛି । ଅନୁଗୁଳ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ ବରିଷ୍ଠ ଇନ୍ସପେକ୍ଟର ଜ୍ଞାନରଞ୍ଜନ ସାମଲଙ୍କୁ ପିଟିସି , ନାଲ୍କୋ ଥାନା ଆଇଆଇସି ବିନ୍ଦୁବାସିନୀ ବିଶ୍ବାଳଙ୍କୁ ଓଏଚ୍ଆର୍ସି ଏବଂ ପିଟିସିରେ କାର୍ଯ୍ୟରତ ଝୁନାରାଣୀ ସାହୁଙ୍କୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ପୁଲିସ ଏକାଡ଼େମୀକୁ ବଦଳି ହୋଇଛି । ସେହିପରି ଜିଲ୍ଲାରେ କାର୍ଯ୍ୟରତ ୭ ଜଣ ସବ୍-ଇନ୍ସପେକ୍ଟରଙ୍କର ଇନିସ୍ପେକ୍ଟର ଭାବେ ପଦୋନ୍ନତି ହୋଇଛି । ସେମାନଙ୍କ ମଧ୍ୟରୁ ସ୍ନିତାଞ୍ଜଳି ପ୍ରଧାନ , ବିକ୍ରମ ବିହାରୀ ଜୟପୁରିଆ , ବିଜୟ କୁମାର ସ୍ବାଇଁ , ଦିଲ୍ଲୀପ କୁମାର ଲାକ୍ରାଙ୍କୁ ଅନୁଗୁଳରେ ଅବସ୍ଥାପିତ କରାଯାଇଥିବା ବେଳେ ପ୍ରକାଶ କୁମାର ମାଝିଙ୍କୁ କମିସନରେଟ୍ ପୁଲିସ , ରୀତାରାଣୀ ପ୍ରଧାନଙ୍କୁ କଳାହାଣ୍ଡି ଓ କଳ୍ପନା ବେହେରାଙ୍କୁ ଢେଙ୍କାନାଳ ଜିଲ୍ଲାକୁ ବଦଳି ହୋଇଥିବା ଜଣାପଡ଼ିଛି । Advertisement
ରୋଷେଇ ବେଳେ ଗ୍ୟାସ ପାଇପ୍ ଫାଟି ଅଗ୍ନିକାଣ୍ଡ – ମା,ପୁଅ ଗୁରୁତର ଅନୁଗୁଳ – ଗ୍ୟାସରେ ରୋଷେଇ କରୁଥିବା ବେଳେ ପାଇପ୍ ଫାଟି ଯିବାରୁ ମା, ପୁଅ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ…
ଗଞ୍ଜେଇ ଗାଡି ଧକ୍କାରେ ମହିଳା ମୃତ ଅନୁଗୋଳ – ଗଞ୍ଜେଇ ଗାଡି ଧକ୍କାରେ ମହିଳା ମୃତ । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ମହିଧରପୁର ନିକଟରେ ଘଟିଛି । ସୂଚନା ଅନୁସାରେ ଅନୁଗୋଳ-କଟକ ପୁରୁଣା…
ମରଣାତ୍ମକ ଆକ୍ରମଣର ପ୍ରତିବାଦ – ଥାନାରେ ପକାଇଦେଲେ ତାଲା ଅନୁଗୁଳ – ଅନୁଗୁଳ ସଦର ମହକୁମାରେ ଗତ ସୋମବାର ବିଜୁ ଜନତା ଦଳର ତୈଳଦର ବୃଦ୍ଧି ପ୍ରତିବାଦରେ ଚାଲିଥିବା ଶୋଭାଯାତ୍ରାରେ ସ୍ଥାନୀୟ ରାଧାରମଣପଡ଼ା ଅଞ୍ଚଳର ବନିତା ସାହୁ…