ଆଞ୍ଚଳିକମୁଖ୍ୟ ଖବର ଗାଁ ଭିତରେ ଉତ୍ପାତ କଲା ଦନ୍ତା – ଘର ଭାଙ୍ଗିବା ସହ ଫସଲ ଉଜାଡ଼ିଲା Angul OnlineJanuary 18, 2021January 18, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାରମଞ୍ଚା ଗ୍ରାମରେ ଗତ କାଲି ବିଳମ୍ବିତ ରାତିରେ ଦାନତା ହାତୀର ଉତ୍ପାତ ଦେଖିବାକୁ ମିଳିଥିଲା । ରାତି ପ୍ରାୟ ଏଗାରଟାରେ ଦନ୍ତା ହାତୀ ଆସି ପ୍ରାଭାକର ମାଝୀ ନାମକ ଜଣେ ବ୍ୟକ୍ତିଙ୍କ ଘର ଅଜବେଷ୍ଟସ ଛପର ଭାଙ୍ଗି ବସ୍ତାରେ ଥିବା ଧାନ ଖାଇବା ସହିତ ଟେବୁଲ ଓ ସାଇକେଲ ଭାଙ୍ଗି ନଷ୍ଟ କରିଦେଇଥିବା ସୂଚନା ମିଳିଛି । ଏହା ସହ ତାଙ୍କ ବାଡ଼ିରେ ଥିବା ପନିପରିବା ଖାଇବା ସହ ଦନ୍ତା ସେସବୁକୁ ଦଳିଚକଟି ନଷ୍ଟ କରିଦେଇଛି । ପ୍ରାୟ ତିନି ଘଣ୍ଟା ଧରି ହାତୀ ଉପଦ୍ରବ ଚଳେଇଥିଲା । ପରେ ଏହି ଦନ୍ତା ହାତୀକୁ ଘଉଡ଼େଇବା ପାଇଁ ସ୍ଥାନୀୟ ଲୋକେ ନିଆଁ ହୁଳା ଦେଖାଇବା ସହ ବାଣ ଫୁଟେଇ ଥିଲେ । ଦନ୍ତାଟି ପରେ ପାଖ ଜଙ୍ଗଲକୁ ଚାଲି ଯାଇଥିଲା । ତେବେ ବାରମଞ୍ଚା ଗାଁ ଭିତରକୁ ହାତୀ ଆସି ଏଭଳି ଉତ୍ପାତ କରିବା ଯୋଗୁଁ ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି । Advertisement
ହାଇସ୍କୁଲରେ ନିମ୍ନମାନର କାର୍ଯ୍ୟ – ଯନ୍ତ୍ରୀଙ୍କୁ ଘେରିଲେ ଗ୍ରାମବାସୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ ନିଶା ଗ୍ରାମର ସରକାରୀ ଉଚ୍ଚବିଦ୍ୟାଳୟରେ ସ୍ମାର୍ଟ ସ୍କୁଲ ଯୋଜନାରେ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ କରି ସୋମବାର…
କେ ଆର ଏଣ୍ଟରପାଇଜେସ ପ୍ଲାଣ୍ଟ ନାମରେ ଗୁରୁତର ଅଭିଯୋଗ ଆଣିଲେ ସମାଜସେବୀ ଅନୁଗୁଳ – ଯୁବ ସମାଜସେବୀ ସଂଗଠନ (ତାଳଚେର)ର ସଭାପତି ଜତିନ କୁମାର ମହାନ୍ତି କେ ଆର ଏଣ୍ଟରପାଇଜେସ କଂପାନୀ ନାମରେ ଆଣିଛନ୍ତି ଗୁରୁତର ଅଭିଯୋଗ । ବୁଧବାର…
କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କ ତାଳଚେର ଗସ୍ତ ତାଳଚେର – ଭାରତ ସରକାରଙ୍କର କେନ୍ଦ୍ର ସାର ଓ ରସାୟନ ତଥା ନବୀକରଣୀୟ ଉର୍ଜ୍ଜା ବିଭାଗର ରାଷ୍ଟ୍ରମନ୍ତ୍ରୀ ଭଗୱନ୍ତ ଖୁବା ଆଜି ଦୁଇଦିନିଆ ଅନୁଗୁଳ ଜିଲ୍ଲା ତାଳଚେର…