ଖେଳ ଓ ଖେଳାଳି ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନରେ ବିବାଦ – ଇସ୍ତଫା ଦେଲେ କୋଷାଧକ୍ଷ Angul OnlineJune 12, 2022June 12, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନରେ ବିବାଦ ଦେଖା ଦେଇଛି । ଆସୋସିଏସନର କିଛି ବରିଷ୍ଠ କର୍ମକର୍ତ୍ତା ସେଠାରେ ମନମୁଖୀ କାର୍ଯ୍ୟ ଚଳାଇଥିବା ଅଭିଯୋଗ ହୋଇଛି । ଏହା ସହ ଚଳିତ ବାରବାଟୀରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ୨୦-୨୦ କ୍ରିକେଟ ମ୍ୟାଚ ପାଇଁ ଅନୁଗୁଳ କ୍ରିକେଟ ଆସୋସିଏସନକୁ ଆସିଥିବା ପାସ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ହୋଇ ସଂଘର କୋଷାଧ୍ୟକ୍ଷ ରଞ୍ଜନ କୁମାର ଧୀରସାମନ୍ତ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ତାଙ୍କ କହିବା କଥା ସଂଘର କିଛି ବରିଷ୍ଠ କର୍ମକର୍ତ୍ତା ମନମୁଖୀ କାର୍ଯ୍ୟ ଚଳାଇ ଆସୁଛନ୍ତି । ଆସୋସିଏସନର ଉନ୍ନତି ମୂଳକ କାର୍ଯ୍ୟ ହେଉ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ହେଉ , ସବୁଥିରେ ନିଜକୁ ସୁହାଇଲା ଭଳି କାରଜ୍ତୀ କରୁଛନ୍ତି ଯାହାକୁ ନେଇ ସେ ଅନେକ ଦିନ ହେଲା ଅସନ୍ତୁଷ୍ଟ ଥିଲେ । ଆଉ ଏବେ ବାରବାଟୀରେ ହେବାକୁ ଥିବା କ୍ରିକେଟ ମ୍ୟାଚ ପାଇଁ ଆସୋସିଏସନକୁ ଆସିଥିବା ପାସ ବାବଦରେ ତାଙ୍କୁ କିଛି ଜଣା ଗଲା ନାହିଁ । କୋଷାଧ୍ୟକ୍ଷ ହୋଇ ସେ , ବାରବାଟୀ ମ୍ୟାଚ ପାଇଁ କେତେ ପାସ ଆସିଥିଲା ଏବଂ ସେସବୁ କେଉଁ ମାନଙ୍କୁ ଦିଆଗଲା ସେ ଜାଣି ପାରିଲେ ନାହିଁ । ମୁଖ୍ୟତଃ ସଂଘର ସଭାପତି ଓ ସମ୍ପାଦକ ତାଙ୍କୁ ଏ ବିଷୟରେ ନ ଜଣାଇବାରୁ ସେ ଅସନ୍ତୁଷ୍ଟ ହୋଇ ଇସ୍ତଫା ଖବର ସମ୍ପାଦକ ସାଗର ନାଥ ମିଶ୍ରଙ୍କ ପାଖକୁ ପଠାଇଥିବା ଜଣାଇଛନ୍ତି । Advertisement
ଆସନ୍ତା ଚାରି ତାରିଖରୁ ହେମସୁରପଡା କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଗୁଳ – ଆସନ୍ତା ଡିସେମ୍ବର ୪ ତାରିଖରୁ ୧୧ ତାରିଖ ଯାଏ ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ଆନୁକୂଲ୍ୟରେ ଟାଉନ ହାଇସ୍କୁଲ ପଡ଼ିଆରେ ହେମସୁରପଡା କପ ଫୁଟବଲ…
ଭାରତୀୟ କ୍ରିକେଟ୍ ଟିମ୍ ରେ ସ୍ଥାନ ପାଇଲେ ତାଳଚେରର କ୍ରିକେଟ୍ ଖେଳାଳୀ ସନ୍ତୋଷ ତାଳଚେର – ଭାରତୀୟ ଦିବ୍ୟାଙ୍ଗ (ବଧୀର)କ୍ରିକେଟ୍ ଟିମ୍ ରେ ସ୍ଥାନ ପାଇଲେ ତାଳଚେରର କ୍ରିକେଟ୍ ଖେଳାଳୀ ସନ୍ତୋଷ କୁମାର ମହାପାତ୍ର । ସେ ତାଳଚେରର ୟୁଥ୍ ସ୍ପିର୍ଟିଂ…
ଓଡିଶା କ୍ରିକେଟ ଆନୁକୁଲ୍ୟରେ ଅନୁଗୁଳରେ କ୍ରିକେଟ ଏକାଡେମୀ ଉଦଘାଟିତ ଅନୁଗୁଳ – ଓଡିଶା କ୍ରିକେଟ ଆନୁକୁଲ୍ୟରେ ସ୍ଥାନୀୟ କଦମ ପଡିଆ ଠାରେ ଆଜି (ସୋମବାର) କ୍ରିକେଟ ଏକାଡେମୀ ଉଦ୍ଦଘାଟିତ ହୋଇଯାଇଛି । ଏହି ଉଦ୍ଦଘାଟନୀ ଉତ୍ସବରେ ଅନୁଗୁଳ…