ମୁଖ୍ୟ ଖବର ବଜ୍ରପାତରେ ଆଇ ଟି ଆଇ ଛାତ୍ର ମୃତ Angul OnlineJune 14, 2022June 14, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ବଡକେରଜାଙ୍ଗ କଦମ୍ବପଡା ଗ୍ରାମର ଜଣେ ଆଇ ଟି ଆଇ ଛାତ୍ର ଦୁଷ୍ମନ୍ତ ସାହୁଙ୍କ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ଼ ୩ଟା ବେଳେ ବଜ୍ରପାତରେ ମୃତ୍ୟୁ ହୋଇଛି । ବଜ୍ରପାତ ଯୋଗୁଁ ସେ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ଖବର ପାଇ ପରିବାର ଲୋକେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ସେଠାରେ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଅନୁସାରେ , ଗାଁ ଠାରୁ ପ୍ରାୟ ୩ କିମି ଦୂରରେ ଥିବା କଣ୍ଟେଇକୋଳିଆ ଛକ ନିକଟରେ ବଗିଚାକୁ କାମ କରିବା ପାଇଁ ଯାଇଥିଲେ । ସେ ବର୍ଷା ଘଡଘଡି ହେବାରୁ ନିଜ ଘରକୁ ବଳଦ ହଳ ନେଇ ଫେରୁଥିବା ସମୟରେ ବଜ୍ରପାତ ହୋଇଥିଲା । ଦୁଷ୍ମନ୍ତ ଜିନ୍ଦଲ କମ୍ପାନୀର ଆଇ ଟି ଆଇ ସଂସ୍ଥାରେ ଅଧ୍ୟୟନ କରୁଥିବା ଜଣାପଡିଛି । ତାଙ୍କ ବିୟୋଗରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । Advertisement
ଇନସପେକ୍ଟର ସ୍ତରରେ ଅଦଳବଦଳ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସର ଇନସପେକ୍ଟର ସ୍ତରରେ ଅଦଳବଦଳ ହୋଇଛି । ଅନୁଗୁଳ ଏସପିଙ୍କ ନିର୍ଦେଶ ଅନୁସାରେ କିଆକଟା ଥାନା ଅଧିକାରି ଭାବେ କାର୍ଯ୍ୟରତ ଇନସପେକ୍ଟର…
ଅଜାଡିଲା , ଉଜାଡିଲା -ଗୁରୁବାର ସ୍କୁଲ ଓ ଅଙ୍ଗନୱାଡି ବନ୍ଦ ଅନୁଗୋଳ – ଗତ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଅନୁଗୋଳ ଜିଲ୍ଲାରେ ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ଅଞ୍ଚଳ ଏକ ପ୍ରକାର ବେହାଲ ପରିସ୍ଥିତି…
ଅନୁଗୁଳରେ ଏବେ ନାହିଁ ବାଘ ଭୟ – ଢେଙ୍କାନାଳରେ ମିଳିଛି ପାଦ ଚିହ୍ନ ଅନୁଗୁଳ – ଗତ କିଛିଦିନ ହେଲା ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକ ମହାବଳ ବାଘର ପାଦ ଚିହ୍ନ ମିଳିଥିଲା । ଯାହାକୁ ନେଇ ଅଞ୍ଚଳରେ ଏକ…