ମୁଖ୍ୟ ଖବର ଟ୍ରକ ଧକ୍କାରେ ମହିଳା ମୃତ, ନାବାଳକ ଗୁରୁତର Angul OnlineJune 20, 2022June 20, 2022 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ମହିତଳା ମନ୍ଦିର ଛକ ନିକଟରେ ଏକ ମୋଟରସାଇକେଲକୁ ଏକ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ମୋଟରସାଇକେଲରେ ବସିଥିବା ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଛେଣ୍ଡିପଦା ଥାନା ଶାଳଖମଣ ଗ୍ରାମର ଶୁକ୍ରୁ ଭୋଇଙ୍କ ସ୍ତ୍ରୀ ସାନ ଭୋଇ ସମ୍ପର୍କୀୟ ଭାଇଙ୍କର ମୃତ୍ୟୁ ଖବର ପାଇ ସମବେଦନା ଜଣାଇବା ପାଇଁ ମହିତଳାର କାଳିଆକଟା ଗ୍ରାମକୁ ଆସିଥିଲେ । ସେଠାରୁ ସେ ଏକ ପଲସର ମଟରସାଇକେଲରେ ସମ୍ପର୍କୀୟ ସନାତନ ରାଉତ ଓ ତାଙ୍କ ପୁଅ ସୁଶାନ୍ତ ରାଉତଙ୍କ ସହ ବସି ଫେରୁଥିବାବେଳେ ମହିତଳା ମନ୍ଦିର ଛକ ନିକଟରେ ହଠାତ ପଛରୁ ଏକ କୋଇଲା ବୋଝେଇ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଟ୍ରକ ତଳେ ଚାପି ହୋଇ ସାନ ଭୋଇଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟରସାଇକେଲ ଚାଳକ ସନାତନ ରାଉତଙ୍କ ପୁଅ ସୁଶାନ୍ତ ରାଉତ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ଗୁରୁତର ଆହତ ସୁଶାନ୍ତଙ୍କୁ ଉଦ୍ଧାର କରି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ । ଅପରପକ୍ଷେ କ୍ଷତିପୁରଣ ଓ ଭାରୀଯାନ ଚଳାଚଳ ବନ୍ଦ ଦାବିରେ ସ୍ଥାନୀୟ ଲୋକମାନେ ହିଙ୍ଗୁଳା ଯାଇଥିବା ପୁର୍ତ ବିଭାଗ ରାସ୍ତାକୁ ଅବରୋଧ କରିବା ସହିତ ଘଟଣା ସ୍ଥଳରେ ଉତେଜନା ଲାଗି ରହିଥିଲା । ଖବର ପାଇ ନିଶା ଶିଳ୍ପାଂଚଳ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆଲୋଚନା କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା । Advertisement
ବିଲରେ ଚାଷୀଙ୍କୁ ଦଳିଦେଲା ହାତୀ ଅନୁଗୁଳ – ଧାନ ବିଲରେ କାମ କରୁଥିବା ବେଳେ ଦଳି ମାରିଲା ଦନ୍ତI ହାତୀ I ଏଭଳି ଅଭାବନୀୟ ଘଟଣା ଘଟିଛି, ଅନଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡ…
ମହନୀୟ ଦୃଷ୍ଟାନ୍ତ – ଅବସରପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ନିର୍ବାହୀ ଅଧିକାରୀ ମାନବିକତାର ମହନୀୟ ଦୃଷ୍ଟାନ୍ତ । ଉଚ୍ଚପଦସ୍ଥ ଅଧିକାରୀ ହୋଇ ବି ନାହିଁ ବାଛ ବିଚାର । ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଅବସର ପରେ ମାନପତ୍ର ସହ ଟ୍ରଫି…
ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଅଭୟାରଣ୍ୟ ଭିତରୁ ଉଦ୍ଧାର ଅନଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା କରଡାପଡା ଗ୍ରାମରୁ ଦାନ୍ତକାଠି ଆଣିବାକୁ ଯାଇ ଦୁଇ ଦିନ ତଳେ ନିଖୋଜ ହୋଇ ଯାଇଥିବା ଜଣେ ବ୍ୟକ୍ତିଙ୍କ ଗଳିତ…