ଖେଳ ଓ ଖେଳାଳିଭଲ ଖବର ଜାତୀୟ ମୁଥୁତାଇ ପ୍ରତିଯୋଗିତାରେ ଚମକିଲେ ଅନୁଗୁଳ ପ୍ରତିଯୋଗୀ – ହାତେଇଲେ ୬ ସ୍ୱର୍ଣ୍ଣ ପଦକ Angul OnlineJune 23, 2022June 23, 2022 ଅନୁଗୁଳ – ଜାତୀୟ ସ୍ତରୀୟ ମୁଥୁତାଇ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାର ପ୍ରତିଯୋଗୀଙ୍କୁ ସଫଳତା ମିଳିଛି । ମଧ୍ୟପ୍ରଦେଶରେ ଆୟୋଜିତ ଜାତୀୟ ମୁଥୁତାଇ ଚାମ୍ପିଅନସିପ ୨୦୨୨ରେ ଓଡ଼ିଶାର ପ୍ରଦର୍ଶନ ବେଶ ଉଚ୍ଚକୋଟୀର ରହିଥିଲା । ୪୮ ଜଣିଆ ଓଡ଼ିଶା ଦଳ ଏଥିରେ ଅଂଶ ଗ୍ରହଣ କରି ମୋଟ୍ ୩୧ଟି ପଦକ ଜିତିବାରେ ସଫଳ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କେବଳ ଅନୁଗୁଳ ଜିଲ୍ଲାକୁ ୧୨ଟି ପଦକ ମିଳିଛି । ଯେଉଁଥିରେ ୬ଟି ସ୍ଵର୍ଣ୍ଣ , ୯ଟି ରୌପ୍ୟ ଏବଂ ୧୬ଟି ବ୍ରୋଞ୍ଜ ପଦକ ସାମିଲ ରହିଛି । ସ୍ପର୍ଣ୍ଣ ବିଜେତାଙ୍କ ମଧ୍ୟରେ ରହିଛନ୍ତି, ଶ୍ରୀୟାଶ୍ରୀ ପ୍ରଧାନ , ଅଙ୍କିତା ମହାପାତ୍ର , ସାୟନ ମିଶ୍ର , ସାଗର ଦେହୁରୀ , ସୌରଭ ଓମ୍ ପ୍ରକାଶ ଓ ପ୍ରତୀକକୁମାର ମହାପାତ୍ର । ଏ ସମସ୍ତେ ଅନୁଗୁଳର ବୋଲି ଜଣା ପଡିଛି । ରୌପ୍ୟ ବିଜେତାଙ୍କ ମଧ୍ୟରେ ହେମନ୍ତ ନାଏକ , ଚନ୍ଦନ ଭୂମିଳ , ସୁଶ୍ରୀ ସମୀକ୍ଷା ସାହୁ , ସ୍ଵାଧୀନ କୁମାର ସାହୁ , ରୁଦ୍ରଜେଠୱା , ମନୋଜ କୁମାର ନାଏକ , ଶ୍ରୀୟନସ ପଣ୍ଡା , ଶାଶ୍ଵତ ଡାଙ୍ଗ ଓ ଏମ.ଡି. ସଫରାଜ ଖାଁ , ତ୍ରିଲୋଚନ ବେହେରା , ରଞ୍ଜନ କିଷାନ , ଅଭିନବ ବେହେରା , ଈଶ୍ୱର ଚନ୍ଦ୍ର ନାଏକ , ହୃଷିକେଶକିଷାନ , ଅସ୍ମିତା କିଷାନ , ପ୍ରିୟାଂଶୁ ପ୍ରିୟରଞ୍ଜନ ପ୍ରଧାନ , ବିବେକ କୁମାର ନାଏକ , ପ୍ରୀତମ କୁମାର ସାହୁ , ନୀଳାଦ୍ରି ଚନ୍ଦ୍ର ପାତ୍ର , ନିମାଇଁ ମହାକୁର , ଦେବାଶିଷ ମହାନ୍ତି , ଉମେଶ କୁମାର ପ୍ରଧାନ , ଅଭିଷେକ ପାରୁଆ ଯାଦବ , ଅନୁପ ସୁନା ଓ ସୁମିତ କୁମାର ମହାନନ୍ଦ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୪ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଅନୁଗୁଳ ଜିଲ୍ଲା ଏହି ପ୍ରତିଯୋଗିତାରେ ୬ଟି ସ୍ଵର୍ଣ ଏବଂ ୩ଟି ଲେଖାଏଁ ସିଲଭର ଓ ବ୍ରୋଞ୍ଜ ପଦକ ଲାଭ କରିଛି । ଯାହାକି ଓଡିଶାରୁ କେବଳ ଅନୁଗୁଳ ଜିଲ୍ଲା ସ୍ଵର୍ଣ ପଦକ ହାସଲ କରି ଗୌରବ ଆଣିଛି। ସମସ୍ତ ପ୍ରତିଯୋଗୀ ଏବଂ ପ୍ରଶିକ୍ଷକ ଆଜି ଟ୍ରେନ ଯୋଗେ ଆସି ଅନୁଗୁଲ ଷ୍ଟେସନରେ ପହଞ୍ଚି ଥିଲେ। ସେମାନେ ପହଞ୍ଚିବା ମାତ୍ରେ ଜିଲା ବିଜେଡ଼ି ସଭାପତି ମହେନ୍ଦ୍ର ବସ୍ତିଆ, ଯୁବ ନେତା ଅରୁଣାଭ ସିଂହ ଓ ନଗରପାଳ ଅକ୍ଷୟ ସାମନ୍ତଙ୍କ ସମେତ ବହୁ ଜଣାଶୁଣା ବ୍ୟକ୍ତି ଏବଂ ଅନୁଷ୍ଠାନ ସେମାନଙ୍କୁ ପୁଷ୍ପ ଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ। Advertisement
ଟାଟା ଷ୍ଟିଲ୍ କପିଳାସ ହାଫ ମାରାଥନ ପାଇଁ ପଞ୍ଜୀକରଣ ଆରମ୍ଭ ଅନୁଗୁଳ – ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୂ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗିତାରେ ଟାଟା ଷ୍ଟିଲ୍ କପିଳାସ ହାଫ ମାରାଥନ (ପୂର୍ବରୁ ଟାଟା ଷ୍ଟିଲ ମେରାମଣ୍ଡଳୀ…
ଜିଲ୍ଲାରେ ହେବ ଦୁଇ ଇନଡୋର ଷ୍ଟାଡିୟମ – ଧନ୍ୟବାଦ ଦେଲେ ବ୍ରଜ ଅନୁଗୁଳ -(AO)- ଅନୁଗୁଳ ଜିଲ୍ଳାରେ ଦୁଇଟି ନୂଆଁ ଇନଡୋର ଷ୍ଟାଡିୟମ ନିର୍ମାଣ ହେବ । ରାଜ୍ୟର ବିଭିନ୍ନ ସ୍ଥାନରେ ୮୯ ଟି ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ…
ପାଲଲହଡ଼ା ଦଳ ଆନ୍ତଃବିଦ୍ୟାଳୟ ଫୁଟବଲ ବିଜେତା ଅନୁଗୁଳ – ଅନୁଗୁଳ ଷ୍ଟାଡିୟମ୍ରେ ଚାଲିଥିବା ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍ ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବାଜି ମାରିଛି ପାଳଲହଡ଼ା ଦଳ । ଗତକାଲି ବାଳିକା ବିଭାଗ…