ମୁଖ୍ୟ ଖବର କାଜୁ ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର Angul OnlineJune 28, 2022June 28, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା କୋଶଳା କାଜୁ ଜଙ୍ଗଲରୁ ଆଜି (ମଙ୍ଗଳବାର) ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣଙ୍କ କୋଶଳା ଗାଁ ଗଙ୍ଗାସାହିର ଦ୍ରୌପଦୀ ସାହୁ ବୋଲି ଜଣା ପଡିଛି । ତାଙ୍କୁ ହତ୍ୟା ପରେ ଗଛରେ ଝୁଲାଇ ଦେଇଥିବା ସନ୍ଦେହ କରା ଯାଉଛି । ସୂଚନା ଅନୁସାରେ ଆଜି ସକାଳେ ଗାଁର କାଜୁ ଜଙ୍ଗଲରେ ଦ୍ରୌପଦୀଙ୍କ ମୃତଦେହ କାଜୁ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଏହା ଦେଖି ସେମାନେ ଦ୍ରୌପଦୀଙ୍କ ଏକ ମାତ୍ର ପୁଅ ଓ ପୁଲିସକୁ ସୂଚନା ଦେଇଥିଲେ । ଦ୍ରୌପଦୀଙ୍କ ବେକରେ ଏକ ଧଳା ଲୁଗା ଲାଗିଥିବା ବେଳେ ତାଙ୍କ ଗୋଦା ତଳେ ଲାଗିଛି ଏବଂ ହାତ ଗଛ ଡାଳରେ ଲାଗି ରହିଛି । ଏହା ଦେଖି ତାଙ୍କୁ କେହି ହତ୍ୟା କରିଥିବା ସ୍ଥାନୀୟ ଲୋକ ସନ୍ଦେହ କରୁଛନ୍ତି । ତେବେ ଏହା ପ୍ରକୃତରେ ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇ ପାରି ନାହିଁ । ପୁଲିସ ଘଟଣାର ତଦନ୍ତ ପରେ ହିଁ ପ୍ରକୃତ ଘଟଣା ଜଣା ପଡିବ । Advertisement
ନକଲି ଖାତାରେ ଭତ୍ତା – କିଏ ଦେଲା , କାହିଁକି ଦେଲା ତାକୁ ନେଇ ପ୍ରଶ୍ନ ପାଳଲହଡ଼ା – ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ୍ ଝାରବେଡ଼ା ପଞ୍ଚାୟତ ଝାରବେଡ଼ା ଗାଁର ଘନଶ୍ୟାମ ନାଏକ(୬୨) । ତାଙ୍କୁ ୬ ମାସର ଭତ୍ତା ମିଳିଥିବାବେଳେ ୯ ମାସ…
ଘରୁ ଟାଣି ନେଇ କଚାଡି ଦେଲା ହାତୀ – ଜଣେ ମୃତ ପାଲଲହଡା – ପାଲଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ରଜଡଙ୍ଗ ଗ୍ରାମରେ ଦାନ୍ତ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ…
କେନାଲରେ ବୁଡି ଯୁବକ ନିଖୋଜ – ଖୋଜି ଖୋଜି ନୟାନ୍ତ ହେଲେଣି ଅଗ୍ନିଶମ ଓ ଓଡ୍ରାଫ ଦଳ ଅନୁଗୋଳ – ଅନୁଗୋଳ ଜିଲ୍ଲା ବୁଢ଼ାପଙ୍କ ଗାଁ ନିକଟ କେନାଲରେ ବୁଡି ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ଯୁବକ ଜଣଙ୍କ ହେଲେ…