ମୁଖ୍ୟ ଖବର ସ୍କୁଲରେ ଖେଳୁଥିବା ବେଳେ ବଜ୍ରଘାତରେ ସପ୍ତମ ଶ୍ରେଣୀ ଛାତ୍ର ମୃତ Angul OnlineJuly 7, 2022July 7, 2022 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଘୋଷର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି(ଗୁରୁବାର) ଅପରାହ୍ନରେ ଏକ ଅଘଟଣ ଘଟି ଯାଇଛି । ସ୍କୁଲ ପରିସରରେ ଖେଳୁଥିବା ବେଳେ ବଜ୍ରପାତରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମରୁତ ଛାତ୍ର ଜଣଙ୍କ ଚନ୍ଦନ କୁମାର ସାହୁ ବୋଲି ଜଣା ପଡିଛି । ତେବେ ଛାତ୍ରଙ୍କ ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ ନ ହେବାରୁ ଉତ୍ତେଜନା ଦେଖା ଦେଇଛି । ସୂଚନା ଅନୁସାରେ ଘୋଷର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରାୟ ୩ ଟା ୩୦ରେ ଖେଳ ଛୁଟି ବେଳେ ପିଲା ଖେଳୁଥିଲେ । ଏହି ସମୟରେ ବଜ୍ରପାତ ହୋଇଥିଲା । ଏହି ବଜ୍ରପାତରେ ଚନ୍ଦନ ଅଚେତ ହୋଇ ପଡିଥିବା ବେଳେ ତାଙ୍କୁ ବିଦ୍ୟାଳୟ କର୍ତ୍ତୁପକ୍ଷ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହାପରେ ମୃତ ଛାତ୍ରଙ୍କ ଶବ ବ୍ୟବଚ୍ଛେଦ ଆଜି ହୋଇ ନ ପଡ଼ିବାରୁ ଉତ୍ତେଜନା ଦେଖା ଦେଇଥିଲା । ତୁରନ୍ତ ଶବ ବ୍ୟବଚ୍ଛେଦ ଦାବି କରିବା ସହ କିଶୋରନଗର ଠାରେ ଶବ ବ୍ୟବଚ୍ଛେଦ ଗୃହ ତୁରନ୍ତ କାର୍ଯ୍ୟକ୍ଷମା କରିବାକୁ ଦାବି କରି କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ରାସ୍ତାରୋକ କରି ବସିଥିଲେ । ଖବର ଲେଖାଯିବା ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି ନାହାନ୍ତି କିମ୍ବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇ ନଥିବା ସୂଚନା ମିଳିଛି । Advertisement
କଲରାପତରିଆ ବାଘ ଆକ୍ରମଣରେ ଦୁଇଜଣ ଆହତ ଅନୁଗୋଳ – ଅନୁଗୋଳ ଜିଲ୍ଲା ବନ୍ତଳା ରେଞ୍ଜ୍ କୃଷ୍ଣଚକ୍ରଗଡରେ ବାଘ ଆକ୍ରମଣରେ ଦୁଇ ଗୁରୁତର ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ , କୃଷ୍ଣଚକ୍ରଗଡ ଗ୍ରାମର…
ଦୁର୍ଘଟଣାରେ ଜଣେ ମୃତ – ଘଟଣା ସ୍ଥଳରେ ଉତ୍ତେଜନା ଅନୁଗୁଳ – ଅନୁଗୁଳ ଛେଳିଆପଡା ଠାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି ।…
କାମ କରୁ ନାହିଁ ‘ଅନୁଗୁଳ ବନସାଥୀ ଆପ – ପାଣିରେ ପଡିଲା ଲକ୍ଷାଧିକ ଟଙ୍କା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ମଣିଷ ଲଢେଇକୁ ରୋକିବା ସହ ବନବିଭାଗର ଲୋକମାନଙ୍କ ସହ ସମ୍ପର୍କକୁ ଦ୍ଵିଗୁଣିତ କରିବାକୁ ଆରମ୍ଭ ହୋଇଥିଲା ‘ଅନୁଗୁଳ ବନସାଥୀ ଆପ‘…