ମୁଖ୍ୟ ଖବର ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର Angul OnlineJuly 7, 2022July 7, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଠାରେ ଥିବା ନକୁଳଚନ୍ଦ୍ର ମୁକ ବଧିର ବିଦ୍ୟାଳୟର ଜଣେ ନିଖୋଜ ଛାତ୍ରୀଙ୍କ ଆଜି ମୃତଦେହ ଉଧାର ହୋଇଛି । ସୂଚନା ଅନୁସାରେ ବିଦ୍ୟାଳୟର ୮ ବର୍ଷର ଛାତ୍ରୀ ଗତ ଜୁନ ମାସ ୨୨ ତାରିଖରେ ନିଖୋଜ ହୋଇଥିଲେ । ଏ ନେଇ ଛାତ୍ରୀଙ୍କ ମା ‘ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ନିଖୋଜର ଏତେଦିନ ବିତି ଗଲା ପରେ ଗୁରୁବାର ଅପରାହ୍ନରେ ବଅଁରପାଳ ଥାନା ଅନ୍ତର୍ଗତ ଟେଣ୍ଟୋଲୋଇ ଗାଁ ନିକଟ ନନ୍ଦୀରା ନାଳରେ ଛାତ୍ରୀଙ୍କ ପରିତ୍ୟକ୍ତ ଅବସ୍ଥାରେ ମୃତଦେହ ଜବତ କରା ଯାଇଛି । ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । Advertisement
ମୀନକେତନ ଅମାନ୍ତ ହେଲେ ଟାମଡା ଅଧ୍ୟକ୍ଷ ଅନୁଗୁଳ – ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ(ଟାମଡ଼ା) ଅଧ୍ୟକ୍ଷ ଭାବେ ମୀନକେତନ ଅମାନ୍ତ ଚୟନ ହୋଇଛନ୍ତି । ପୂର୍ବତନ ଅଧ୍ୟକ୍ଷ ଅବନୀକାନ୍ତ ସାହୁ ରାଜ୍ୟ ଖାଦ୍ୟ କମିଶନ୍ର ଅଧ୍ୟକ୍ଷ…
ଆମ୍ବୁଲାନ୍ସ ଭିତରୁ ନାଗସାପ ଉଦ୍ଧାର ଛେଣ୍ଡିପଦା – ଆମ୍ବୁଲାନ୍ସ ଗାଡି ଭିତରେ ନାଗ । ଉଦ୍ଧାର କରିବାକୁ ସର୍ପ ଉଦ୍ଧାରକାରୀଙ୍କୁ ନାକେଦମ ହେବାକୁ ପଡିଲା । ସୂଚନା ଅନୁସାରେ ଗାଁ ଗାଁ ବୁଲି…
ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ – ବିଭିନ୍ନ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ଅନୁଗୁଳ – କରୋନା ସଂକ୍ରମଣର ବିଗତ ଏକ ବର୍ଷ ମଧ୍ୟରେ ଆଜି ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୩୯୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି…