ଆଞ୍ଚଳିକ ଖଣିରେ ଦୁର୍ଘଟଣା – ଜଣେ ମୃତ Angul OnlineJuly 8, 2022July 8, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଭୁବନେଶ୍ୱରି କୋଇଲା ଖଣିରେ ଦୁର୍ଘଟଣା ଯୋଗୁଣ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଜଣେ ଠିକା ଟ୍ରକ ଡ୍ରାଇଭର ଗୁରୁତର ହୋଇପଡ଼ିଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ତାଳଚେର ଏମସିଏଲ ସ୍ଥିତ ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡର ବ୍ରଜ ମୋହନ ସାମଲ ବୋଲି ଜଣାପଡିଛି । ସୂଚନା ଅନୁସାରେ ବ୍ରଜମୋହନ ଠିକା ସଂସ୍ଥାର ଏକ ଟ୍ରକରେ କୋଇଲା ପରିବହନ ପାଇଁ ଅନନ୍ତ ସାଇଡିଂକୁ ଯାଉଥିବାବେଳେ ସେଠାରେ ଆଉ ଏକ ଟ୍ରକ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ଖବରପାଇ ଘଟଣାସ୍ଥଳରେ ପରିବାର ପହଁଚିଲା ପରେ କ୍ଷତିପୂରଣ ବାବଦ ଏମସିଏଲ ପକ୍ଷରୁ ସମସ୍ତ ଟଙ୍କା ଓ ପରିବାରର ଜଣଙ୍କୁ ଠିକା ସଂସ୍ଥାରେ ନିଯୁକ୍ତି ପ୍ରତିଶୃତି ଦେଲାପରେ ଶବ ବ୍ୟବଚ୍ଛେଦ ପାଇଁ ପରିବାର ଲୋକେ ରାଜି ହୋଇଥିଲେ । Advertisement
ଗାନ୍ଧୀଜୀଙ୍କ ଅନୁଗୁଳ ଆଗମନର ପୂର୍ତ୍ତି ପାଳିତ ଅନୁଗୁଳ – ୧୯୩୪ ମସିହା ମଇ ୬ ତାରିଖରେ ମହାତ୍ମା ଗାନ୍ଧୀ ବିହାରର ରାଜଧାନୀ ପାଟଣା ଠାରୁ ବାହାରି ଝାରସୁଗୁଡା, ସମ୍ବଲପୁର, ବାମୁର ହୋଇ ଅନୁଗୁଳ ଠାରେ…
ଆମ୍ବ ବୋଝେଈ ପିକଅପ ଭ୍ଯାନ ଦୁର୍ଘଟଣା – ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ର ବଡକେରା ଛକ ନିକଟରେ ବିଳମ୍ବିତ ରାତିରେ ଏକ ଟ୍ରଲରକୁ ଆମ୍ବ ବୋଝେଇ ପିକଅପ ଧକ୍କା…
ଦିଶା ବୈଠକରେ ଜାତୀୟ ରାଜପଥ ସହ ରେଳ ଲାଇନ କାର୍ଯ୍ୟକୁ ତୁରନ୍ତ ସାରିବାକୁ ଗୁରୁତ୍ଵ ଅନୁଗୁଳ – ବିଭିନ୍ନ ଗ୍ରାମୀଣ ଉନ୍ନୟନ କାର୍ଯ୍ୟକ୍ରମର ସମନ୍ବୟ ଓ ପର୍ଯ୍ୟାଲେଚନା ନିମନ୍ତେ ଗଠିତ କମିଟି ( ଡିଶା ) ର ଏକ ବୈଠକ ଆଜି ପୂର୍ବାହ୍ନରେ…