ଆଞ୍ଚଳିକ ଖଣିରେ ଦୁର୍ଘଟଣା – ଜଣେ ମୃତ Angul OnlineJuly 8, 2022July 8, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଭୁବନେଶ୍ୱରି କୋଇଲା ଖଣିରେ ଦୁର୍ଘଟଣା ଯୋଗୁଣ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଜଣେ ଠିକା ଟ୍ରକ ଡ୍ରାଇଭର ଗୁରୁତର ହୋଇପଡ଼ିଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ତାଳଚେର ଏମସିଏଲ ସ୍ଥିତ ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡର ବ୍ରଜ ମୋହନ ସାମଲ ବୋଲି ଜଣାପଡିଛି । ସୂଚନା ଅନୁସାରେ ବ୍ରଜମୋହନ ଠିକା ସଂସ୍ଥାର ଏକ ଟ୍ରକରେ କୋଇଲା ପରିବହନ ପାଇଁ ଅନନ୍ତ ସାଇଡିଂକୁ ଯାଉଥିବାବେଳେ ସେଠାରେ ଆଉ ଏକ ଟ୍ରକ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ଖବରପାଇ ଘଟଣାସ୍ଥଳରେ ପରିବାର ପହଁଚିଲା ପରେ କ୍ଷତିପୂରଣ ବାବଦ ଏମସିଏଲ ପକ୍ଷରୁ ସମସ୍ତ ଟଙ୍କା ଓ ପରିବାରର ଜଣଙ୍କୁ ଠିକା ସଂସ୍ଥାରେ ନିଯୁକ୍ତି ପ୍ରତିଶୃତି ଦେଲାପରେ ଶବ ବ୍ୟବଚ୍ଛେଦ ପାଇଁ ପରିବାର ଲୋକେ ରାଜି ହୋଇଥିଲେ । Advertisement
ଖଣି ପ୍ରଭାବିତ ଅଞ୍ଚଳର ଜନ ଜୀବନ ଓ ଜୀବିକା ସୁରକ୍ଷା ନେଇ ବୈଠକ – ବିରୋଧ ଯୋଗୁଁ ଅଧାରୁ ବନ୍ଦ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଝିଣ୍ଟିପାଳ ମନ୍ଦିର ପରିସରରେ ରବିବାର ଖଣି ପାଇଁ ପ୍ରଭାବିତ ଜନ ଜୀବନ ଓ ଜୀବିକା ସୁରକ୍ଷା ନେଇ ଏକ…
ଓକିଲ ଗଣେଶ୍ଵର ନନ୍ଦଙ୍କ ଅକାଳ ବିୟୋଗ ଅନୁଗୁଳ – ଅନୁଗୁଳ ଓକିଲ ସଂଘର ସକ୍ରିୟ ସଦସ୍ୟ ଗଣେଶ୍ଵର ନନ୍ଦ(ବୁଦ୍ଧିଆ ଭାଇ)ଙ୍କ ଗତ କାଲି ରାତି ପ୍ରାୟ ସାଢେ ନଅ ଘଟିକା ସମୟରେ ହୃଦଘାତରେ ବିୟୋଗ…
ପାଣିରେ ବୁଡି ବୃଦ୍ଧା ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପିପଳବାହାଳ ଗାଁରେ ପାଣିରେ ବୁଡି ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ଘଟଣାରୁ ପ୍ରକାଶ ପିପଳବାହାଳ ଗ୍ରାମର ଜେମା…