ମୁଖ୍ୟ ଖବର ସିଂହଦ୍ଵାର ସମ୍ମୁଖରେ ତିନି ରଥ – ବର୍ଷାକୁ ଖାତିର କଲେଣି ଭକ୍ତ Angul OnlineJuly 9, 2022July 9, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାହୁଡା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି । ଶୈଳ ଶ୍ରୀକ୍ଷେତ୍ରରେ ସନ୍ଧ୍ୟା ସୁଦ୍ଧା ତିନି ରଥ ଶ୍ରୀମନ୍ଦିର ବଡ଼ ଦାଣ୍ଡ ନିକଟରେ ପହଞ୍ଚି ଯାଇଥିଲା । ସକାଳ ପ୍ରାୟ ସାଢେ ସାତଟା ସମୟରେ ଦିଅଁ ମାନଙ୍କ ନିତିକାନ୍ତି ସରିବାପରେ ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଥିଲା । ଦିନ ପ୍ରାୟ ବାରଟା ସମୟରେ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ ପରେ ଅପରାହ୍ନ ପ୍ରାୟ ୩ ଟା ସମୟରେ ରଥଟଣା ଆରମ୍ଭ ହୋଇଥିଲା । ତେବେ ରଥ କିଛି ବାଟା ଗଡିବା ପରେ ମୁଷଳ ଧାରାରେ ବର୍ଷା ଆରମ୍ଭ ହୋଇ ଯାଇଥିଲା । ଭକ୍ତଙ୍କ ସଂଖ୍ୟା କମି ଯାଇଥିଲେ ମଧ୍ୟ ଯେଉଁ ଭକ୍ତ ରହିଥିଲେ ସେମାନେ ମହା ଆନନ୍ଦରେ ବର୍ଷାରେ ଭିଜି ଭିଜି ତିନି ରଥକୁ ଟାଣି ନେଇଥିଲେ । ନାମ ସଙ୍କୀର୍ତ୍ତନ , ଘଣ୍ଟ , ଶଙ୍ଖ ଧ୍ବନି ଭିତରେ ରଥ ଶୈଳଶ୍ରୀକ୍ଷେତ୍ର ଆଗରେ ପହଞ୍ଚିଥିଲା । ଆସନ୍ତାକାଲି ସୁନାବେଶ ଅନୁଷ୍ଠିତ ହେବ । ସେହିଭଳି ହଜାର ହଜାର ସଂଖ୍ୟାରେ ଜିନ୍ଦଲ ନଗର ଶ୍ରଦ୍ଧାଳୁ ଏବଂ ପାର୍ଶ୍ଵବର୍ତୀ ଗ୍ରାମବାସୀ ମାନେ ଜିନ୍ଦଲ ନଗର ପରିସରସ୍ଥ ଦେବଭୂମି ଗୁଣ୍ଡିଚା ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିବା ପ୍ରଥମ ବାହୁଡା ଯାତ୍ରାରେ ସାମିଲ ହୋଇଥିଲେ । ଏହି ଅବସରରେ ତିନି ରଥ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ବିଶ୍ଵ ନିୟନ୍ତା ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପ୍ରଭୁଙ୍କ ବାହୁଡା ଯାତ୍ରା ନିମନ୍ତେ ଜିନ୍ଦଲ ନଗର ମଧ୍ୟରେ ଅବସ୍ଥିତ ଥିବା ମାଉସୀ ମା ମନ୍ଦିରଠାରୁ ଜଗନ୍ନାଥ ମନ୍ଦିର ଅଭିମୁଖେ ବାହାରି ଥିଲେ । ମନ୍ଦିରର ଆଦ୍ୟ ସେବକ ଏବଂ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଏହି ବାହୁଡା ଯାତ୍ରାରେ ଯୋଗଦେବା ସହ ପହଣ୍ଡି ସେବା ଏବଂ ଛେରାପହଁରା ନୀତି ସଂପନ୍ନ କରିଥିଲେ । ଏହି ଛେରା ପହଁରା ନୀତି ସଂପନ୍ନ କରିବା ପରେ ଶ୍ରୀ ନବୀନ ଜିନ୍ଦଲ ସମସ୍ତଙ୍କୁ ତାଙ୍କ ଶୁଭେଚ୍ଛା ଜଣାଇବା ସହ ପ୍ରକାଶ କରିଥିଲେ ଯେ,ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଅଛି, ଆମ୍ଭ ସମସ୍ତଙ୍କୁ ଖୁସି, ଉତ୍ତମ ସ୍ୱାସ୍ଥ୍ୟ ଏବଂ ଉତ୍ତମ ଭାଗ୍ୟ ନିମନ୍ତେ ଆଶୀର୍ବାଦ ପ୍ରଦାନ କରନ୍ତୁ ଏବଂ ଚାରିଆଡେ ଶାନ୍ତି ଏବଂ ଭ୍ରାତୁତ୍ଵ ଭାବ ବଜାୟ ରହୁ । ଜେଏସପିଏଲ ଫାଉଣ୍ଡେସନ ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ ପ୍ରାତଃ କାଳରେ ଗୁଣ୍ଡିଚା ମନ୍ଦିରରେ ଅନୁଷ୍ଠିତ ହୋଇଥିବା ସକାଳର ସ୍ଵତନ୍ତ୍ର ପୂଜାରେ ସାମିଲ ହୋଇ ସଂପୂର୍ଣ ଶ୍ରଦ୍ଧା ଏବଂ ଭକ୍ତିର ସହ ମନ୍ଦିରର ମୁଖ୍ୟ ପୁରୋହିତଙ୍କ ପରାମର୍ଶ ଅନୁସାରେ ପୂଜା କାର୍ଯ୍ୟ ସଂପନ୍ନ କରିଥିଲେ । ଏହି ବାହୁଡା ଯାତ୍ରାରେ ପାର୍ଶ୍ଵବର୍ତୀ ଗ୍ରାମାଞ୍ଚଳରୁ ବହୁଳ ସଂଖ୍ଯାରେ ଜନ ସମାଗମ ହୋଇଥିଲା । ସ୍ଥାନୀୟ ଛେଣ୍ଡିପଦା ଏବଂ ଅନୁଗୁଳରୁ ବହୁଳ ସଂଖ୍ଯାରେ ଜନ ସମୁଦାୟ ଯୋଗଦାନ କରି ପବିତ୍ର ରଥ ଗୁଡିକୁ ଟାଣି ଥିଲେ । ଦେବୀ ଶୁଭଦ୍ରାଙ୍କ ଦର୍ପଦଳନ ରଥକୁ ବାଳିକା ଏବଂ ମହିଳାମାନେ ଉତ୍ସାହର ସହ ଟାଣି ଥିଲେ । Advertisement
ଅନୁଗୁଳରେ ମଧ୍ୟ ମହା ଶିବରାତ୍ରୀରୁ ‘ତାଣ୍ଡବ’ କଟକ – ମହାଦେବ ଫିଲ୍ମ ହୋମ ପ୍ରଡକ୍ସନ୍ ପ୍ରଯୋଜିତ ଓଡିଆ ଚଳଚ୍ଚିତ୍ର ‘ତାଣ୍ଡବ’ ଏଇ ମହା ଶିବରାତ୍ରୀରେ (ମାର୍ଚ୍ଚ ୧୧) ରିଲିଜ୍ ହେବା ପାଇଁ ସ୍ଥିର ହୋଇଛି…
ପଞ୍ଚଭୂତରେ ବିଲୀନ ହେଲେ ବୀର ଯବାନ ରାଣା ପ୍ରତାପ (ଫଟୋ) ଅନୁଗୁଳ – ଦେଶ ମାତୃକାର ସେବା ପାଇଁ ପଣ କରିଥିଲେ । ସେଇ ପଣରେ ପ୍ରାଣ ବଳି ଦେଇଦେଲେ । ଶେଷରେ ଆଜି (ଶନିବାର) ଅପରାହ୍ନରେ ପଞ୍ଚଭୂତରେ…
ଦୁଇ ମୋଟରସାକେଲ ମୁହାଁମୁହିଁ ଧକ୍କା – ଜଣେ ମୃତ , ୩ ଗୁରୁତର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଅନୁଗୁଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଥାନା ସାନ୍ତରାପୁର ଛକ ଠାରେ ଦୁଇ ମୋଟରସାଇକେଲ ମଧ୍ୟରେ ଧକ୍କା ହେବା…