ସମସ୍ୟା ନିଯୁକ୍ତି ଓ ଥଇଥାନ ଦାବି ନେଇ କ୍ଷତିଗ୍ରସ୍ତଙ୍କ ସହ ଧାରଣା ଦେଲେ ସାଂସଦ Angul OnlineJuly 11, 2022July 11, 2022 ଅନୁଗୁଳ – ଜନସାଧାରଣଙ୍କ ହକ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ସାଂସଦ । ରାଷ୍ଟ୍ରାୟତ କମ୍ପାନୀ କ୍ଷତିଗ୍ରସ୍ତ ଜନସାଧାରଣଙ୍କ ପାଇଁ ପ୍ଲାଣ୍ଟ ଆଗରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଧାରଣା ଦେଇଥିଲେ । ନାଲକୋର ମନମାନିକୁ ବିରୋଧ କରି ସାଂସଦଙ୍କ ନେତୃତ୍ବରେ ଶତାଧିକ କ୍ଷତିଗ୍ରସ୍ତ ଲୋକ ପ୍ରତିବାଦ କରିଥିଲେ । ସାଂସଦଙ୍କ ସମ୍ପର୍କ ସଂଯୋଜକ ଓ ସଂଗ୍ରାମ ସଂଯୋଜକ କମିଟି ତତ୍ତ୍ବାବଧନରେ ନାଲକୋ ସ୍ମେଲ୍ଟର ପ୍ଲାଣ୍ଟ ର ମୂଖ୍ୟ ଫାଟକ ସମ୍ମୁଖରେ ଏହି ୨ ଘଣ୍ଟିଆ ପ୍ରତିବାଦ ସଭା ଓ ଶାନ୍ତିପୂର୍ଣ ଆନ୍ଦୋଳନ ଆୟୋଜିତ ହୋଇଥିଲା । ଏଥିରେ ନାଲକୋ କ୍ଷତିଗ୍ରସ୍ତ ତଥା ପାରିପାର୍ଶ୍ବିକ ଗ୍ରାମବାସୀ , ଶ୍ରମିକ ସଙ୍ଗଠନ ଓ ଜମିହରା ପ୍ରଜା ମାନେ ସାମିଲ ହୋଇଥିଲେ । ଫଳରେ ୪ଘଣ୍ଟା ପାଇଁ କାରଖାନା ଫାଟକରେ ଯାତାୟାତ ପ୍ରଭାବିତ ହୋଇଥିଲା । ବର୍ଷ ବର୍ଷ ଧରି କ୍ଷତିଗ୍ରସ୍ତ ଲୋକେ ନିଯୁକ୍ତି ଓ ଥଇଥାନ ପାଇଁ ଦାବୀ କରି ଆସୁଛନ୍ତି । ବହୁବାର ଆନ୍ଦୋଳନ, ବିକ୍ଷୋଭ ପ୍ରଦର୍ଶନ ତଥା ଧାରଣାରେ ମଧ୍ୟ ବସିଛନ୍ତି । କିନ୍ତୁ ନାଲକୋ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ନେଇ ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ଏହାଛଡା ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରୁ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହେଉନଥିବା ଅଭିଯୋଗ କରିଛନ୍ତି । CSR ପାଣ୍ଠିର ଉପଯୁକ୍ତ ବିନିଯୋଗ ତଥା ପାରିପାର୍ଶ୍ବିକ ଗ୍ରାମ ଗୁଡିକରେ ବିକାଶ ମୂଳକ କାର୍ଯ୍ୟକ୍ରମ କରିବା , ସ୍ଥାନୀୟ ଜମୀହରା ପ୍ରଜା , ଯୁବକ ଓ ଯୁବତୀ ମାନଙ୍କୁ ଅଗ୍ରାଧୀକାର ଭିତିରେ ନିଯୁକ୍ତି ଦେବା , ଏଲ. ଏ. ପି ଆଇ. ଟି. ଆଇ ଓ ଏସ. ଏ. ପି. ମାନଙ୍କୁ ସ୍ଥାୟୀ ନିଯୁକ୍ତି , କ୍ଷତିଗ୍ରସ୍ତ ତଥା ପାରିପାର୍ଶ୍ବିକ ଗ୍ରାମ ଗୁଡିକର ଛାତ୍ର ଛାତ୍ରୀ ମାନଙ୍କୁ ସ୍ବତନ୍ତ୍ର ଟେକନିକାଲ ଓ ଜେନେରାଲ ଶିକ୍ଷା ପ୍ରଶିକ୍ଷଣ ପାଇଁ NALCO ନିଜସ୍ବ ତାଲିମ କେନ୍ଦ୍ର ପ୍ରତିଷ୍ଠା କରିବା , ପାରିପାର୍ଶ୍ବିକ ଗ୍ରାମ ଗୁଡିକରେ ବ୍ୟାପକ ବୃକ୍ଷ ରୋପଣ କରାଯାଉ , ଦୁର୍ଘଟଣା ରେ ମୃତ୍ୟୁବରଣ କରୁଥିବା ଶ୍ରମିକ ମାନଙ୍କର ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ସହିତ ପରିବାରର ଜଣକୁ ମେଣ୍ଟେନାନ୍ସ ରେ ନିଯୁକ୍ତି ଦେବା , ଭଳି ଦାବି କରା ଯାଇଥିଲା । ଯଦି ନିର୍ଦିଷ୍ଟ ସମୟ ସୀମା ଭିତରେ ଏହି ଦାବି ଗୁଡିକୁ NALCO ପ୍ରଶାସନ ସମାଧାନ ନକରେ ତେବେ ଆଗାମୀ ଦିନରେ ବିନା ସୂଚନାରେ କୌଣସି ଦିନ ବି ଅନିର୍ଦିଷ୍ଟ ସମୟ ପାଇଁ NALCO କୁ ବନ୍ଦ କରାଯିବା ସହିତ ରେଳ ରୋକ ଓ ଅର୍ଥନୈତିକ ଅବରୋଧ ପାଇଁ ସାଂସଦ ସୂଚନା ଦେଇଥିଲେ । Advertisement
ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ମନ୍ତ୍ରୀଙ୍କୁ ଦାବିପତ୍ର କିଶୋରନଗର – ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକରେ ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ନିମନ୍ତେ ୧୭ ବର୍ଷ ତଳେ ସରକାର ଶୁଭ ଦେଇଥିଲେ । ଏପରି କି…
ପ୍ରଦୂଷଣ ସମସ୍ଯା ସମାଧାନ ପାଇଁ ସାଇକେଲରେ ଭୁବନେଶ୍ୱର ଯାଇ ମନ୍ତ୍ରୀଙ୍କୁ ଭେଟିଲେ ସ୍ଵେଚ୍ଛାସେବୀ ଅନୁଗୁଳ – ଶିଳ୍ପ ଅନୁଗୁଳ ଜିଲ୍ଲାରେ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ହେଲେ ଏହାର ପ୍ରତିକାର ପାଇଁ କୌଣସି ପ୍ରକାର ପଦକ୍ଷେପ ନିଆ ଯାଉ ନାହିଁ…
ତାଳଚେର ମେଡିକାଲ କଲେଜ ନେଇ ବିଧାନସଭାରେ ମନ୍ତ୍ରୀ ରଖିଲେ ଉତ୍ତର ଭୁବନେଶ୍ଵର – ଅନୁଗୁଳ ଜିଲ୍ଲା ତାଳଚେର ମେଡିକାଲ କଲେଜ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇସେନ୍ସ ଆଣ୍ଡ ରିସର୍ଚ୍ଚ(ମିମସାର) ଆରମ୍ଭ ହୋଇ ପାରୁ ନାହିଁ । ଏହାକୁ…