ମୁଖ୍ୟ ଖବର ଦୁର୍ନୀତି ଅଭିଯୋଗ କରି ତଳେ ବସି ଧାରଣା ଦେଲେ ଓକିଲ Angul OnlineJuly 12, 2022July 12, 2022 ତାଳଚେର – ତହସିଲ ଅଫିସ ତଳେ ବସି ଓକିଲଙ୍କ ଧାରଣା । ଅନୁଗୁଳ ଜିଲ୍ଲା ତାଳଚେର ତହସିଲ ଅଫିସରେ ବ୍ୟାପକ ଦୁର୍ନୀତି ହେଉଛି । ତହସିଲ ଅଫିସରେ କିଛି କାମ ପଡିଲେ ବାରମ୍ବାର ଦୌଡ଼ି ବାକୁ ପଡୁଛି । ବିନା ଲାଞ୍ଚରେ କାମ ହେଉନି । ଏଭଳି ଅଭିଯୋଗ କରି ତାଳଚେରର ଜଣେ ବରିଷ୍ଠ ଓକିଲ ପ୍ରତାପ ପ୍ରଧାନ ଆଜି ତହସିଲ ଅଫିସ ତଳେ ବସି ଧାରଣା ଦେଇଥିଲେ । ଓକିଲ ପ୍ରତାପ ପ୍ରଧାନଙ୍କ କହିବା କଥା ତାଳଚେର ତହସିଲ ଅଫିସ ସମ୍ପୂର୍ଣ୍ଣ ଭାବରେ ଦୁର୍ନୀତିରେ ବୁଡି ରହିଛି । ଏଠାରେ ସାଧାରଣ ଲୋକଙ୍କ କାମ ହେଉ ନାହିଁ । କିଛି ବି କାମ ଥିଲେ ଅନେକ ଦିନ ଧରି ଅଫିସ ଆସିବାକୁ ପଡୁଛି । ତା ସତ୍ବେ , କିଛି ଲାଞ୍ଚଖୋର ମନୋବୃତି ଥିବା କର୍ମଚାରୀ ଲାଞ୍ଚ ନ ନେଲେ କାମ କରୁ ନାହାନ୍ତି । ଏହାର ପ୍ରତିବାଦରେ ସେ ଧାରଣା ଦେଇଥିଲେ । Advertisement
ମୁଖ୍ୟମନ୍ତ୍ରୀ ନବକୃଷ୍ଣଙ୍କୁ ଅସମ୍ମାନ – ଦୋଷ ମୁଣ୍ଡାଇଲେ ପୌରାଧକ୍ଷ ଅନୁଗୋଳ – ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣଙ୍କୁ ଅସମ୍ମାନ କରିଛି ଅନୁଗୋଳ ପୌରପାଳିକା । ସେହି ଗାନ୍ଧିବାଦୀ ନେତାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ଗୋପବନ୍ଧୁ ପାର୍କରେ ଲଗାଇଥିବା ବେଳେ…
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ମା ଓ ୩ ବର୍ଷ ପୁଅର ଜୀବନ ଅନୁଗୁଳ – ଜାତୀୟ ରାଜପଥ ୫୫ ର ନୁଆଁହତା ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କୋଇଲା ବୋଝେଇ ଟ୍ରକ ଚାପାରେ ମା ଓ ୩ ବର୍ଷ…
ନିଆରା ଢଙ୍ଗରେ ଅଲମ୍ପିକ୍ସ ଶୁଭେଚ୍ଛା ଅନୁଗୁଳ – ଜାପାନର ଟୋକିଓରେ ଆଜି(ଶୁକ୍ରବାର) ଠାରୁ ଅଲମ୍ପିକ ମ୍ୟାଚ୍ ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭାରତରୁ ମଧ୍ୟ ବିଭିନ୍ନ…