ମୁଖ୍ୟ ଖବର ଦୁର୍ନୀତି ଅଭିଯୋଗ କରି ତଳେ ବସି ଧାରଣା ଦେଲେ ଓକିଲ Angul OnlineJuly 12, 2022July 12, 2022 ତାଳଚେର – ତହସିଲ ଅଫିସ ତଳେ ବସି ଓକିଲଙ୍କ ଧାରଣା । ଅନୁଗୁଳ ଜିଲ୍ଲା ତାଳଚେର ତହସିଲ ଅଫିସରେ ବ୍ୟାପକ ଦୁର୍ନୀତି ହେଉଛି । ତହସିଲ ଅଫିସରେ କିଛି କାମ ପଡିଲେ ବାରମ୍ବାର ଦୌଡ଼ି ବାକୁ ପଡୁଛି । ବିନା ଲାଞ୍ଚରେ କାମ ହେଉନି । ଏଭଳି ଅଭିଯୋଗ କରି ତାଳଚେରର ଜଣେ ବରିଷ୍ଠ ଓକିଲ ପ୍ରତାପ ପ୍ରଧାନ ଆଜି ତହସିଲ ଅଫିସ ତଳେ ବସି ଧାରଣା ଦେଇଥିଲେ । ଓକିଲ ପ୍ରତାପ ପ୍ରଧାନଙ୍କ କହିବା କଥା ତାଳଚେର ତହସିଲ ଅଫିସ ସମ୍ପୂର୍ଣ୍ଣ ଭାବରେ ଦୁର୍ନୀତିରେ ବୁଡି ରହିଛି । ଏଠାରେ ସାଧାରଣ ଲୋକଙ୍କ କାମ ହେଉ ନାହିଁ । କିଛି ବି କାମ ଥିଲେ ଅନେକ ଦିନ ଧରି ଅଫିସ ଆସିବାକୁ ପଡୁଛି । ତା ସତ୍ବେ , କିଛି ଲାଞ୍ଚଖୋର ମନୋବୃତି ଥିବା କର୍ମଚାରୀ ଲାଞ୍ଚ ନ ନେଲେ କାମ କରୁ ନାହାନ୍ତି । ଏହାର ପ୍ରତିବାଦରେ ସେ ଧାରଣା ଦେଇଥିଲେ । Advertisement
ଅଜଣା ଗାଡି ଧକ୍କାରେ ଜଣେ ମୃତ ଛେଣ୍ତିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ କୁକୁରପେଟା ଧୁବାମଳିହା ଜଙ୍ଗଲ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ସାଇକଲ ଆରୋହିଙ୍କର ମୃତ୍ୟୁ ହୋଇଛି ।…
ହାତୀ ଘଉଡାଇବା ହେଲା କାଳ – କଚାଡି ଦେଲା ଦନ୍ତା ପାଲଲହଡା – ହାତୀ ଘଉଡ଼େଇବା ହେଲା କାଳ ! ଦନ୍ତା ହାତୀ ଆକ୍ରମଣ ରେ ଯୁବକ ମୃତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାଲଲହଡ଼ା…
ଛାତ୍ରୀ ନିବାସରୁ ଚିହ୍ନଟ ହେଲେ ୧୦ କରୋନା ପଜିଟିଭ ଛେଣ୍ଡିପଦା – କରୋନାର ପ୍ରକୋପରୁ ଏଇ କିଛିଦିନ ଧରି ଅନୁଗୁଳ ଜିଲ୍ଲା ସାମାନ୍ୟ ଆଶ୍ଵସ୍ତି ପାଇଥିବା ବେଳେ ଆଜି ପୁଣି ତାର ପ୍ରକୋପ ଏହି ଅଦୃଶ୍ୟ ଭୂତାଣୁ…