ମୁଖ୍ୟ ଖବର ଅନୁଗୁଳ ପୁଲିସରେ ଅଦଳବଦଳ Angul OnlineJuly 13, 2022July 13, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସର ଏସଆଇ ଓ ଏଏସଆଇ ସ୍ତରରେ ବୁଧବାର ଅଦଳ ବଦଳ ହୋଇଛି । ଏହି ଅଦଳବଦଳ ଅନୁସାରେ ଜିଲ୍ଲା ମୁଖ୍ୟାଳୟ ପକ୍ଷରୁ ୭ ଜଣ ଏସଆଇ ଓ ୯ଜଣ ଏଏସଆଇଙ୍କର ବଦଳି କରାଯାଇଛି । ଏସଆଇ ଚଞ୍ଚଳା ନାଏକଙ୍କର ହଣ୍ଡପା ଥାନାରୁ ଆଠମଲ୍ଲିକ ଥାନାକୁ ବଦଳି ହୋଇଥିବାବେଳେ ପୁଲିନ କୁମାର ପ୍ରଧାନଙ୍କର ଖମାର ଥାନାରୁ ଜରପଡା, ସଙ୍କୁନ୍ତଳା ଦେହୁରୀଙ୍କର ଜରପଡା ଥାନାରୁ ବଅଁରପାଳ, ରୀତାରାଣୀ ପ୍ରଧାନଙ୍କର ବଅଁରପାଳ ଥାନାରୁ ତାଳଚେର ଥାନା, ଦିଲ୍ଲୀଲ କୁମାର ସାହୁଙ୍କର ଅନୁଗୁଳ ଥାନା ତଦନ୍ତକାରୀ ବିଭାଗରୁ ଠାକୁରଗଡ ଥାନା, ପ୍ରଭାକର ମଲ୍ଲିକଙ୍କର ଅନୁଗୁଳ ଥାନା ତଦନ୍ତକାରୀ ବିଭାଗରୁ ହଣ୍ଡପା ଥାନା, ରବିନ୍ଦ୍ର କୁମାର ସାହୁଙ୍କର ମହିଧରପୁର ବିଟ ହାଉସରୁ ବଅଁରପାଳ ଥାନାକୁ ବଦଳି ହୋଇଛି । ସେହିଭଳି ଏଏସଆଇ ମିଥୁନ ମଲ୍ଲିକଙ୍କର ଠାକୁରଗଡ ଥାନାରୁ ଆଠମଲ୍ଲିକ ଥାନା, ତ୍ରିନାଥ ବିଶ୍ବାଳଙ୍କର ବଅଁରପାଳ କୋର୍ଟରୁ ତାଳଚେର ଥାନା, ବୁଦ୍ଧିମାନ ସେଠୀଙ୍କର ତାଳଚେର କୋର୍ଟରୁ ତାଳଚେର ଥାନା, ଲକ୍ଷଣ ମାଝିଙ୍କର ଏନଟିପିସି ଥାନାରୁ ତାଳଚେର ଥାନା, ସରୋଜିନି ବାଘଙ୍କର ଅନୁଗୁଳ ଏସଡିପିଓ କାର୍ଯ୍ୟାଳୟରୁ ଜରପଡା ଥାନା, ନରେଶ ଚନ୍ଦ୍ର ସିଂହଙ୍କର ଏନଟିପିସିରୁ ସମଲ ଥାନା, ପାତ୍ର ଓରାଙ୍କର ନିଶା ଥାନାରୁ ପୁରୁଣାକୋର୍ଟ ଥାନା, କାର୍ତ୍ତିକ ଚନ୍ଦ୍ର ବାରିକଙ୍କର ବଅଁରପାଳ ଥାନାରୁ ମହିଧରପୁର ବିଟ ହାଉସ ଓ କ୍ରିତି ରଞ୍ଜନ ସାହୁଙ୍କର ମହିଧରପୁର ବିଟ ହାଉସରୁ ବଅଁରପାଳ ଥାନାକୁ ବଦଳି ନିର୍ଦ୍ଧଶ ହୋଇଛି । Advertisement
ମର୍ମନ୍ତୁଦ ଦୁର୍ଘଟଣା: ପରିବାରର ୨ମୃତ, ୨ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା କଟକ- ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଗତିପୁରୁଣାପାଣି ନିକଟରେ ଶନିବାର ସନ୍ଧ୍ୟାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।…
ଦୁଷ୍କର୍ମ ଉଦ୍ୟେଶରେ କଲେଜ ଛାତ୍ରୀଙ୍କୁ ହତ୍ୟା – ୨ ନାବାଳକ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଗିରିଧିବାସିଆ ନାଳ ନିକଟରେ ଶନିବାର ହୋଇଥିବା ଲୋମଟାଙ୍କୁରା ହତ୍ୟା ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ଗିରିଧିବାସିଆ…
ସୁଶାନ୍ତକୁ ଏନକାଉଣ୍ଟର କାହିଁକି କଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସର ଏନକାଉଣ୍ଟର । ଏନକାଉଣ୍ଟରରେ ଦୁର୍ଦାନ୍ତ ଅପରାଧୀ ସୁଶାନ୍ତ ନାୟକ @ ଝାମୁ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…