ଆଞ୍ଚଳିକ ମେଡିକାଲ କଲେଜ ପାଇଁ ଘଣ୍ଟପଡା ଗ୍ରାମବାସୀଙ୍କ ଦାବି Angul OnlineJuly 13, 2022July 13, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ମେଡିକାଲ କଲେଜକୁ ଖୁବ ଶୀଘ୍ର ରାଜ୍ୟ ସରକାର ଚଳାଇବାକୁ ନେଇ ଘଣ୍ଟପଡା ପଞ୍ଚାୟତ ପକ୍ଷରୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ତାଳଚେର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ଘଣ୍ଟପଡା ପଞ୍ଚାୟତ ଅଫିସ ଠାରୁ ଶତାଧିକ ଗ୍ରାମବାସୀ ଏକ ରାଲିରେ ସହର ପରିକ୍ରମା କରି ତାଳଚେର ଉପଜିଲ୍ଲାପାଳଙ୍କ ଅଫିସ ଠାରେ ପହଁଚି ଥିଲେ । ତାଳଚେର ମେଡିକାଲ କଲେଜ ପରିଚାଳନାକୁ ନେଇ MCL ଓ ରାଜ୍ୟ ସରକାର ବିଳମ୍ବ କରୁଥିବାରୁ ତୁରନ୍ତ ଏହାକୁ ରାଜ୍ୟ ସରକାର ଚାଲୁ କରିବା ସହିତ ମାଗଣାରେ ଅଞ୍ଚଳବାସୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ଦାବି କରି ଏକ ଦାବି ପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରଥିଲେ । ଏହି କାର୍ଯ୍ୟକ୍ରମରେ ଘଣ୍ଟପଡା ପଞ୍ଚାୟତର ସରପଞ୍ଚ ,ସମିତିସଭ୍ୟଙ୍କ ସମେତ ଶତାଧିକ ଗ୍ରାମବାସୀ ଯୋଗଦେଇଥିଲେ । ଅପରପକ୍ଷରେ ଢେଙ୍କାନାଳ ସାଂସଦ ମହେଶ ସାହୁ ତାଳଚେର ମେଡିକାଲ କଲେଜକୁ ରାଜ୍ୟସରକାର ଖୁବଶୀଘ୍ର ହାତକୁ ନେଇ ପରିଚାଳନା କରି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବେ ବୋଲି ସୂଚନା ଦେଇଛନ୍ତି । Advertisement
ହାଇୱା ଧକ୍କାରେ ମୋଟରସାଇକେଲ ଆରୋହୀ ମୃତ ନାଲକୋନଗର – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ଜାତୀୟ ରାଜପଥ ନାଲକୋନଗର ଥାନା ଅନ୍ତର୍ଗତ ଦୈନିକ କୃଷକ ବଜାର ସମ୍ମୁଖରେ ଆଜି (ରବିବାର) ରାତି ୯ଘଟିକା ସମୟରେ…
ଭାରତ ସ୍କାଉଟ ଏବଂ ଗାଇଡର ରାଜ୍ୟ ମହୋତ୍ସବରେ ଅଭିପସାଙ୍କ ସଫଳତା ଅନୁଗୁଳ – ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡର ୧୮ତମ ରାଜ୍ୟ ଜାମ୍ବୋରେଟ ଓ ଜାତୀୟ ଏକୀକରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ମାର୍ଚ୍ଚ…
ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ ନିକଟରେ ଥିବା ରେଳ ଧାରଣାରୁ ଜଣେ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଦେହଟି …