ମୁଖ୍ୟ ଖବର କଞ୍ଚାମାଲ ପାଇଁ ଟଙ୍କା ନେଇ ଠକାମୀ-ଥାନାରେ ଅଭିଯୋଗ Angul OnlineJuly 14, 2022July 14, 2022 ଅନୁଗୁଳ – ରାଜ୍ୟ ବାହାରୁ କଞ୍ଚା ମାଲ ମଗାଇବାକୁ ଯାଇ ଠକାମୀର ଶିକାର ହୋଇଛନ୍ତି ଜଣେ ବ୍ୟବସାୟୀ । ନୂଆଦିଲ୍ଲୀର ଏକ କମ୍ପାନୀ ୨୨ ହଜାର ତାଙ୍କ ଠକି ନେଇଥିବା ବ୍ୟବସାୟୀ ଜଣଙ୍କ ଛେଣ୍ଡିପଦା ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ତେଣ୍ଟୁଲୋଇ ଗାଁର ଧ୍ରୁବ ଚରଣ ପ୍ରଧାନ ନାମକ ଜଣେ ବ୍ୟବସାୟୀ ନୂଆଦିଲ୍ଲୀର ସି କେ ଇଣ୍ଡଷ୍ଟ୍ରି ନାମକ ଏକ ସଂସ୍ଥାରୁ କଞ୍ଚମାଲ ମଗାଇବା ପାଇଁ ୯୯୧୧୩୬୬୯୧୧ ମୋବାଇଲ ନମ୍ବରରେ ଯୋଗାଯୋଗ କରିଥିଲେ । ଏହାପରେ କଥାବାର୍ତ୍ତା ପରେ ଧ୍ରୁବ ଉକ୍ତ କମ୍ପାନୀର ଆକାଉଣ୍ଟ ନମ୍ବରରେ ଜୁନ ୧୫ ତାରିଖରେ ୨ ହଜାର ଟଙ୍କା ଓ ଜୁନ ୨୪ ତାରିଖରେ ୨୦ ହଜାର ଟଙ୍କା ପଠାଇଥିଲେ । ଏହା ପରେ ଉକ୍ତ କମ୍ପାନୀ ଆଉ କଞ୍ଚାମାଲ ପଠାଇଲା ନାହିଁ । ଏପରିକି ପୂର୍ବରୁ ଯେଉଁ ମୋବାଇଲ ନମ୍ବରରେ କଥା ହୋଇଥିଲେ ସେହି ନାମବାରକୁ କଲ କାଲେ କେହି ଆଉ ଫୋନ ଉଠାଉ ନାହାନ୍ତି । ଏହାପରେ ଧ୍ରୁବ ଠକାମୀର ଶିକାର ହୋଇଥିବା ଜାଣିପାରି ଚ୍ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ପାଣି ନାଁରେ ବିକ୍ରି ହେଉଛି ଜହର – ଜନ ସ୍ୱାସ୍ଥ୍ୟ ବିଭାଗର ଚଢାଉ ଅନୁଗୁଳ – ଅନୁଗୁଳ ସହରରେ ପାଣି ନାଁ ରେ ବିକ୍ରି ହେଉଛି ଜହର । ଯାହାକୁ ପିଇ ସାଧାରଣ ଲୋକ ଅସୁସ୍ଥ ହେବାର ସମ୍ଭାବନା ଅଛି ।…
ନକଲି ସାର୍ଟିଫିକେଟ ଦେଇ ମେଡିକାଲ କଲେଜରେ ଚାକିରୀ – ଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦେଶ ଅନୁଗୋଳ – ଫେକ ସାର୍ଟିଫିକେଟ ଦେଇ ଚାକିରୀ । ତା ପୁଣି ମେଡିକାଲ କଲେଜରେ । କେବଳ ଯେ ଚାକିରୀ କରୁଛନ୍ତି ତା ନୁହେଁ ମେଡିକାଲ କଲେଜରେ…
ପରୀକ୍ଷା ବେଳେ ମହାବିଦ୍ୟାଳୟରେ ଅବ୍ୟବସ୍ଥା ଅନୁଗୁଳ – ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟଳୟରେ ପରୀକ୍ଷା ସମୟରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି ।ଆଉ ଏଥିପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖା ଦେଇଛି…