ଭଲ ଖବର ବିରଳ ରକ୍ତଦାନ କରି ମହିଳାଙ୍କ ଜୀବନରକ୍ଷକ ସାଜିଲେ ଯୁବକ Angul OnlineJuly 15, 2022July 15, 2022 ଅନୁଗୁଳ – ନବ କିଶୋର ସାହୁଙ୍କର ସ୍ତ୍ରୀ ସୁନନ୍ଦା ସାହୁଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ପ୍ରସବ ପରେ ରକ୍ତ ଦରକାର ହୋଇଥିଲା । କିନ୍ତୁ ସୁନନ୍ଦା ସାହୁଙ୍କର ବିରଳ ବମ୍ବେ ଫେନୋଟାଇପ୍ ବା OH ପଜିଟିଭ ବ୍ଳଡ଼ ଗ୍ରୁପ ରହିଥିଲା । ଯାହାକି ଏକ ଲକ୍ଷ ଜଣ ବ୍ୟକ୍ତିଙ୍କ ମଧ୍ୟରେ ସମୁଦାୟ ୪ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଏହି ବମ୍ବେ ଫେନୋଟାଇପ୍ ବା OH ପଜିଟିଭ ବ୍ଳଡ଼ ଗ୍ରୁପ୍ ରହିଥାଏ । ଏଭଳି ବିରଳ ରକ୍ତ ଆବଶ୍ୟକ ଥିବାରୁ ସୁନନ୍ଦାଙ୍କ ସ୍ଵାମୀ ନବକୀଶୋର ଅନୁଗୁଳ ରକ୍ତଭଣ୍ଡାରରେ ଜଣାଇଥିଲେ । ରକ୍ତଭଣ୍ଡାରର କର୍ମଚାରୀଙ୍କଠାରୁ ସୂଚନା ପାଇ ତାଳଚେର ବଲଣ୍ଡା ଅଞ୍ଚଳର ସ୍ଵେଚ୍ଛାସେବୀ ଯୋଗେନ୍ଦ୍ର ବେହେରାଙ୍କୁ ଯୋଗାଯୋଗ କରିଥିଲେ । ସ୍ଵେଚ୍ଛାସେବୀ ଶ୍ରୀ ବେହେରା ଏହି ବିରଳ ବମ୍ବେ ଫେନୋଟାଇପ୍ ବା OH ପଜିଟିଭ ବ୍ଳଡ଼ ଗ୍ରୁପ୍ ର ରକ୍ତ ପାଇଁ ଭୁବନେଶ୍ଵର ବରମୁଣ୍ଡା ଅଞ୍ଚଳର ମାନସ ରଞ୍ଜନ ପ୍ରଧାନଙ୍କ ସହ ଯୋଗାଯୋଗ କରିଥିଲେ । ଶ୍ରୀ ପ୍ରଧାନ ଆଜି(ଶୁକ୍ରବାର) ଅନୁଗୁଳ ଜିଲ୍ଲା ରକ୍ତଭଣ୍ଡାରରେ ପହଞ୍ଚି ଏହି ବିରଳ ରକ୍ତଦାନ କରିଥିଲେ । ଶ୍ରୀ ପ୍ରଧାନ ଏହିଥରକୁ ମିଶାଇ ୧୭ ଥର ଏହି ବମ୍ବେ ଫେନୋଟାଇପ୍ ବା OH ପଜିଟିଭ ବ୍ଳଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାଇ ରକ୍ତଦାନ କରିଛନ୍ତି । Advertisement
ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୋଡ଼ି ହେବ ଇଣ୍ଟିଗ୍ରେଟେଡ୍ ଲ” ପାଠ୍ୟକ୍ରମ ଅନୁଗୋଳ – ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପାଇଁ ଖୁସି ଖବର । ପ୍ରଥମଥର ପାଇଁ କଲେଜ ଶିକ୍ଷା ବ୍ୟବସ୍ଥାରେ ‘ଆଇନ୍’ ପାଠ୍ୟକ୍ରମ ଯୋଡ଼ି ହେବାକୁ ଯାଉଛି…
କର୍ମଚାରୀ ଅଭାବରୁ ପଡ଼ିରହିଲା ସଂକ୍ରମିତଙ୍କ ଶବ – ବୋହିଲେ ଛାତ୍ର ବିଜେଡି କର୍ମକର୍ତ୍ତା ତାଳଚେର – ଜୀବନ ନେବାରେ ଲାଗିଛି ମହାମାରୀ । ଅକାଳରେ ଝଡ଼ିପଡୁଛି ବହୁ ମୂଲ୍ୟବାନ ଜୀବନ। ଅନେକ ପରିବାରକୁ ଛାରଖାର କରିଦେଉଛି ଅଦୃଶ୍ୟ ଭୂତାଣୁ । ଏପରି…
ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶଙ୍କ ଉଦ୍ୟମକୁ ଗୃହ ଓ ସହର ଉନ୍ନୟନ ବିଭାଗର ପ୍ରଶଂସା ଅନୁଗୁଳ – ଓଡ଼ିଶା ସରକାରର ଗୃହ ଓ ସହର ଉନ୍ନୟନ ବିଭାଗ ଅନୁଗୁଳ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସତ୍ୟ ପ୍ରକାଶ ତ୍ରିପାଠୀଙ୍କ ମାନବିକ ଓ ସେବାମୂଖୀ…