ଆଞ୍ଚଳିକ ଜାତୀୟ ରାଜପଥ ୫୫ କାଦୁଅ ପଚପଚ Angul OnlineJuly 17, 2022July 17, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ବର୍ତ୍ତମାନ ମରଣ ଯନ୍ତା ସାଜିଛି । ମୁଖ୍ୟତଃ ବଅଁରପାଳ ଠାରେ ରାସ୍ତାର ଅବସ୍ଥା ଦେଖିଲେ ଏହା ଜାତୀୟ ରାଜପଥ ନୁହେଁ ବରଂ କୌଣସି ବିଲ ଭଳି ଅନୁମେୟ ହେଉଛି । ସନ୍ତ୍ରୀଛକ ଠାରୁ ବଅଁରପାଳ ବ୍ଲକ ସମ୍ମୁଖ ପର୍ଯ୍ୟନ୍ତ ରାସ୍ତା ଏଭଳି ହୋଇଛି ଯେ ଚାଲି ଯିବା ମଧ୍ୟ ଅସମ୍ଭବ ହୋଇ ପଡିଛି । ଗତ କିଛିଦିନ ତଳେ ଏହି ରାସ୍ତା ମରାମତି ହୋଇଥିଲା । ତେବେ ଡ୍ରେନେଜ ବ୍ୟବସ୍ଥା ନଥିବା ଏବଂ ଉଚ୍ଚ ମାନର କାମ ନ ହେବା ଯୋଗୁଁ ବର୍ଷା ପରେ ପରେ ନୂତନ ଭାବେ ମରାମତି ହୋଇଥିବା ରାସ୍ତା ପୁଣି ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇ ଯାଇଛି । ଫଳରେ ମରାମତି ପାଇଁ ଯେଉଁ ଟଙ୍କା ଖର୍ଚ୍ଚ ହୋଇଥିଲା ତାହା ପାଣିରେ ପଡିଛି । ଏହି ରାସ୍ତା ଦେଇ ଟାଟା ଷ୍ଟିଲ ,ନବ ଭାରତ ଭେଞ୍ଚର ଲିମିଟେଡ଼ କମ୍ପାନୀ,ବିଆରଜି , ଏମସିଏଲ ଆଦି କମ୍ପାନୀର ବହୁ ଗାଡି ଚଳା ଚଳ ହେଉଛି । କିନ୍ତୁ ରାଜପଥ କର୍ତ୍ତୃପକ୍ଷଙ୍କ କଥା ଦୂରରେ ଥାଉ ଏହି କମ୍ପାନୀର କର୍ତ୍ତୃପକ୍ଷଙ୍କର ମଧ୍ୟ ଏହି ରାସ୍ତା ଉପରେ ନଜର ପଢୁ ନାହିଁ । ରାସ୍ତା ସାରା ବଡ଼ ବଡ଼ ଖାଲ ସଙ୍ଗଙ୍କୁ କାଦୁଅ ପଚ ପଚ । ବଡ଼ ବଡ଼ ଟ୍ରକ ଯିବା ଆସିବା କରିବା କଷ୍ଟକର ହେଉଥିବା ବେଳେ ଛୋଟ ଗାଡି , ମୋଟରସାଇକେଲ , ସାଇକେଲ ଆରୋହି ଯାଇ ପାରୁ ନାହାନ୍ତି । ଜରୁରୀ କାମରେ କିଏ ଗଲେ କାଦୁଅରେ କଚଡ଼ା ଖାଉଛନ୍ତି । ରାସ୍ତା କଡରେ ପଡିଥିବା ପାଉଁଶ ଗୁଣ୍ଟ ଜନସାଧାରଣଙ୍କ ପାଇଁ ଆହୁରି ବିପଦ ପୂର୍ଣ୍ଣ ହୋଇ ପଡିଛି । କମ୍ପାନୀ ଗୁଡିକ ରାସ୍ତା କଡରେ ଗଦାଇ ଥିବା ପାଉଁଶ ବର୍ତ୍ତମାନ ବର୍ଷା ଜଳରେ ଭାସି ରାସ୍ତା ଉପରେ କାଦୁଅ ସୃଷ୍ଟି କରିଛି । ବଅଁରପାଳଠାରେ ଏଭଳି ରାସ୍ତା ପାଇଁ ଏବେ ଲୋକ ନାହିଁ ନଥିବା ଅସୁବିଧା ଭୋଗ କରୁଥିବା ବେଳେ ଜନ ଅସନ୍ତୋଷ ବୃଦ୍ଧି ପାଉଛି । Advertisement
ବଜ୍ରପାତରେ ଯୁବକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ମାଛକୁଟା ଗାଁରେ ମଙ୍ଗଳବାର ବଜ୍ରପାତରେ ଜଣେ ଯୁବକଙ୍କର ମୃତ ହୋଇଛି । ମୃତକ ଜଣକ ହେଲେ ମାଛକୁଟା ବିଜୟ…
ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଫିଟନେସ ଦିବସ ପାଳିତ ଅନୁଗୁଳ – ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର କର୍ମଚାରୀ ଆଜି ଜେଏସପି ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ଜନ୍ମ ଦିବସକୁ ଫିଟନେସ ଦିବସ ଭାବେ ପାଳନ…
ଗଣପତି ପୂଜା କମିଟି (ଖ) ର ନିଆରା ପ୍ରୟାସ – କୋଭିଡ ଟୀକା କରଣର ସ୍ବତନ୍ତ୍ର ଶିବିର ତାଳଚେର – ତାଳଚେର ହାଟତୋଟା ସ୍ଥିତ ଗଣପତି ପୂଜା କମିଟି (ଖ) ପକ୍ଷରୁ ଏକ ସ୍ଵତନ୍ତ୍ର କୋଭିଡ୍ ଟୀକାକରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ହାଟତୋଟାସ୍ଥିତ…