ମୁଖ୍ୟ ଖବର ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର Angul OnlineJanuary 20, 2021January 20, 2021 ପାଲଲହଡା – ଅନୁଗୁଳ ଜିଲ୍ଲା ଖମାର ଥାନା ମୁଣ୍ଡୁରୀବେଡା ରାସ୍ତା କଡ଼ରୁ ଏକ ଶିଶୁ ପୁତ୍ର ଉଦ୍ଧାର ହୋଇଥିଲା । ମୁଣ୍ଡୁରୀ ବେଡା ଗ୍ରାମର କିଛି ଆଦିବାସୀ ମହିଳା ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇଥିବା ସମୟରେ ଶିଶୁ ପୁତ୍ରଟିଏ କାନ୍ଦି ବାର ଶୁଣିବାକୁ ପାଇଥିଲେ । ଖୋଜାଖୋଜି କରିବା ବେଳେ ଏକ ବୁଦା ମୂଳରେ ଶିଶୁପୁତ୍ରଟିଏ ପଡିଥିବା ଦେଖି ତାକୁ ଉଦ୍ଧାର କରି ଖମାର ଗୋଷ୍ଠୀ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରିଥିଲେ । ଶିଶୁପୁତ୍ରଟିର ସ୍ୱାସ୍ଥ୍ୟ ଭଲ ଥିବା ଜଣା ପଡିଛି । ତେବେ କିଏ ଓ କାହିଁକି ଏଭଳି ଶିଶୁପୁତ୍ରକୁ ଫୋପାଡି ଦେଇଥିଲା ତାହା ଜଣା ପଡି ନାହିଁ । କୌଣସି ଅବିବାହିତ ଝିଅ ଏପରି ଘଟଣା କରିଥାଇ ପରେ ବୋଲି ଚର୍ଚ୍ଚା ହେଉଛି । ଖମାର ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି । Advertisement
ଜାତୀୟ ରାଜପଥ ସମସ୍ୟା ନେଇ ୨୪ ତାରିଖ ଓକିଲ ସଂଘ କରିବ ରାଜପଥ ଅବରୋଧ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି । ଏହି ରାସ୍ତାରେ ଯାତାୟତ କରିବା ପାଇଁ…
ବନ ବିଭାଗ ଅଧିକାରୀଙ୍କ ଗାଡି ଧକ୍କାରେ ଯୁବକ ମୃତ – ଉତ୍ତେଜନା ଅନୁଗୁଳ – ରେଞ୍ଜ୍ ଅଧିକାରୀଙ୍କ ଗାଡି ଧକ୍କାରେ ୱାଚର ମୃତ। ପୁରୁଣାକୋଟ ଥାନା ପୁରୁଣାକୋଟ ଗୋପାଳପୁର ଗାଁର ସମ୍ବିତ ଦାସ ତରଭା ଛକ ନିକଟରେ ପେଟ୍ରୋଲିଂ କରୁଥିବା…
ଦାବି ପୂରଣ ପାଇଁ ଆନ୍ଦୋଳନ ବେଳେ ୧୭ ଆନ୍ଦୋଳନକାରୀ ଗିରଫ ଅନୁଗୁଳ – ଅନୁଗୁଳ ସଦର ଥାନା ନତଡ଼ା ଗ୍ରାମବାସୀମାନେ ନିଯୁକ୍ତି ଓ ଥଇଥାନ ଦାବିରେ ବଳରାମ କୋଇଲା ଖଣିର ୯ ଓ ୧୦ ନମ୍ବର ରେଲୱେ ସାଇଡିଂ…