ମୁଖ୍ୟ ଖବର ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର Angul OnlineJanuary 20, 2021January 20, 2021 ପାଲଲହଡା – ଅନୁଗୁଳ ଜିଲ୍ଲା ଖମାର ଥାନା ମୁଣ୍ଡୁରୀବେଡା ରାସ୍ତା କଡ଼ରୁ ଏକ ଶିଶୁ ପୁତ୍ର ଉଦ୍ଧାର ହୋଇଥିଲା । ମୁଣ୍ଡୁରୀ ବେଡା ଗ୍ରାମର କିଛି ଆଦିବାସୀ ମହିଳା ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇଥିବା ସମୟରେ ଶିଶୁ ପୁତ୍ରଟିଏ କାନ୍ଦି ବାର ଶୁଣିବାକୁ ପାଇଥିଲେ । ଖୋଜାଖୋଜି କରିବା ବେଳେ ଏକ ବୁଦା ମୂଳରେ ଶିଶୁପୁତ୍ରଟିଏ ପଡିଥିବା ଦେଖି ତାକୁ ଉଦ୍ଧାର କରି ଖମାର ଗୋଷ୍ଠୀ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରିଥିଲେ । ଶିଶୁପୁତ୍ରଟିର ସ୍ୱାସ୍ଥ୍ୟ ଭଲ ଥିବା ଜଣା ପଡିଛି । ତେବେ କିଏ ଓ କାହିଁକି ଏଭଳି ଶିଶୁପୁତ୍ରକୁ ଫୋପାଡି ଦେଇଥିଲା ତାହା ଜଣା ପଡି ନାହିଁ । କୌଣସି ଅବିବାହିତ ଝିଅ ଏପରି ଘଟଣା କରିଥାଇ ପରେ ବୋଲି ଚର୍ଚ୍ଚା ହେଉଛି । ଖମାର ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି । Advertisement
ଜବରଦଖଲ ଉଚ୍ଛେଦ ବେଳେ କାଳିସୀ ମାତିଲେ – ଫେରି ଆସିଲା ପ୍ରଶାସନ ଅନୁଗୁଳ – ମଙ୍ଗଳା ମନ୍ଦିର ଉଚ୍ଛେଦ କରିବାକୁ ଯାଇଥିଲେ ପ୍ରଶାସନ ଓ ପୁଲିସ । ହେଲେ କାଳିସୀ ମାତିଲେ । ଫଳରେ ପ୍ରଶାସନକୁ ବହୁ ସମୟ ଧରି…
ପୂର୍ବତନ ପୌରାଧ୍ୟକ୍ଷଙ୍କ ସମେତ ଅନେକ ବିରୋଧୀଙ୍କ ବିଜେଡ଼ିରେ ଯୋଗଦାନ ଅନୁଗୁଳ – ପୌରପାଳିକା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜୁ ଯୁବ ଜନତା ଦଳରେ ଅନୁଗୁଳ ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ଅକ୍ଷୟ ସାମନ୍ତ…
ଜିଲ୍ଲାରେ ବଢିଛି କରୋନା ଟେଷ୍ଟିଙ୍ଗ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାର ବିଷୟ ପାଲଟିଛି । ଏହାକୁ ଦମନ କରିବାକୁ ଜିଲ୍ଲାପାଳ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି ।…