ଅପରାଧ ଜେଲରୁ ଫେରାର ଜଣେ କଏଦୀ ଧରା ପଡିଲା Angul OnlineJuly 19, 2022July 19, 2022 ପାଲଲହଡା – ଗତ କାଲି ରାତି ପାଳଲହଡା ଉପଖଣ୍ଡ କାରାଗାରରୁ ଦୁଇ ଜଣ କଏଦୀ ଫେରାର ହୋଇ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ । ସୂଚନା ଅନୁସାରେ ବିଳମ୍ବିତ ରାତିରେ ଝିପି ଝିପି ବର୍ଷାର ଫାଇଦା ନେଇ ଡ଼ିମିରିଆ ଗ୍ରାମର ବସନ୍ତ ମହାକୁଳ ଏବଂ ଖମାର ଥାନା ଓଡ଼ଶ ଗ୍ରାମର ନେଣ୍ଟୁ ନାଏକ ଜେଲରୁ ଚମ୍ପଟ ମାରିଥିଲେ । ଉଭୟଙ୍କୁ ଖୋଜିବା ପାଇଁ ଜେଲ କର୍ତ୍ତୁପକ୍ଷ ଚେଷ୍ଟା କରିଥିଲେ ମଧ୍ୟ ନୟାନ୍ତ ହେବା ପରେ ପାଲଲହଡା ପୁଲିସର ସହାୟତା ଲୋଡିଥିଲେ । ପୁଲିସ ଓ ଜେଲ କର୍ତ୍ତୁପକ୍ଷ ଉଭୟଙ୍କୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ଶେଷରେ ଜେଲ କତୃପକ୍ଷ ଏବଂ ଖମାର ପୁଲିସ ନେଣ୍ଟୁ ନାଏକକୁ ଖମାର ନିକଟରୁ ଧରିବାକୁ ସକ୍ଷମ ହୋଇଛନ୍ତି । ନେଣ୍ଟୁ ପୂର୍ବରୁ ହତ୍ୟା ଉଦ୍ୟମରେ ଜେଲରେ ଥିଲା । ଆଜି ପୁଲିସ ତାକୁ ଗିରଫ କରିବା ପରେ ଦଫା ୨୨୪ ରେ କୋର୍ଟ ଚାଲାଣ କରାଯିବ । ଅନ୍ୟ ଜଣେ କଏଦୀ ବସନ୍ତ ମହାକୁଳ ଏବେ ବି ଫେରାର ରହିଛି । Advertisement
ବସଷ୍ଟାଣ୍ଡ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ବ୍ଲକ ତାଳଚେର ସନ୍ଥପଡା ବସଷ୍ଟାଣ୍ଡ ନିକଟରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଦେହ ପଡିଥିବାର ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ଆଜି…
ଦୁଷ୍କର୍ମ ଅଭିଯୁକ୍ତକୁ କାରାଦଣ୍ଡାଦେଶ ଅନୁଗୁଳ – ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବଅଁରପାଳ ବ୍ଲକ୍ ତୁଳସୀପାଳ ଗାଁର ତପନ ଜେନା(୩୧)କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ । ତାକୁ ୨୦ ବର୍ଷ…
ଅମଲାପଡାରୁ ୧୨ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ ଅନୁଗୁଳ – ପୂଜା ବଜାର ସରଗରମ ହେବା ପୂର୍ବରୁ ଅନୁଗୁଳ ଅବକାରୀ ବିଭାଗକୁ ଏକ ବଡ ସଫଳତା ମିଳିଛି । ଅନୁଗୁଳ ବଜାର ଭିତରୁ ୧୨୦ ଗ୍ରାମ…