ଅପରାଧ କ୍ରେଡ଼ିଟ୍ କାର୍ଡ଼ ଆକ୍ଟିଭ କରିବା ଆଳରେ ଟଙ୍କା ଲୁଟ Angul OnlineJuly 20, 2022July 20, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଜଣେ ବ୍ୟକ୍ତି ସାଇବର ଠକେଇର ଶିକାର ହୋଇଛନ୍ତି । କ୍ରେଡିଟ୍ କାର୍ଡ ଆକ୍ଟିଭ କରିବା ଆଳ ଦେଖାଇ ଜଣେ ବ୍ୟକ୍ତିଙ୍କ ଠାରୁ ୯୯ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ । ସୂଚନା ଅନୁସାରେ , ମହିଧରପୁର ଅଞ୍ଚଳର ଜୈନିକ ଯୁବକଙ୍କର ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ କ୍ରେଡିଟ୍ କାର୍ଡ ରହିଥିବା ବେଳେ ସେ କିନ୍ତୁ ଆଜିଯାଏ ତାକୁ ଆକ୍ଟିଭ କରିନଥିଲେ । ତେବେ ତାଙ୍କୁ ଅଜଣା ନମ୍ବରରୁ କାଳ ଆସିବା ସହ ନିଜକୁ ବ୍ୟାଙ୍କ କର୍ମଚାରୀର ପରିଚୟ ଦେଇଥିଲା । ଏବଂ ତାଙ୍କ ଆକ୍ଟିଭ ହୋଇ ନଥିବା କ୍ରେଡିଡ କାର୍ଡକୁ ଆକ୍ଟିଭ କରିବା ପାଇଁ ପ୍ରବର୍ତ୍ତାଇଥିଲା । ତେବେ ଆଗନ୍ତୁକ ଜଣଙ୍କୁ ବ୍ଯାଙ୍କ କର୍ମଚାରୀ ଭାବି ସେ ମୋବାଇଲକୁ ଯାଇଥିବା ଓଟିପି ଦେଇ ଦେଇଥିଲେ । ଏହା ପରେ ଯୁବକଙ୍କ କ୍ରେଡିଟ୍ କାର୍ଡରୁ ୩ ଟି ପର୍ଯ୍ୟାୟରେ ୯୯ ହଜାର ଟଙ୍କା କାଟି ଯାଇଥିଲା । କାର୍ଡ଼ରୁ ଟଙ୍କା କଟିବା ପରେ ଠକାମୀର ଶିକାର ହୋଇଥିବା ଜାଣିପାରି ଯୁବକ ଜଣଙ୍କ ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି । ଥାନାରେ ଲିଖତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରୁଛି । Advertisement
ବ୍ରାଣ୍ଡେଡ ଶୋରୁମରେ ନକଲି ଜିନ୍ସ – ଜିଲ୍ଲା ସାରା ବ୍ୟାପିଛି ନକଲି କାରବାର !! ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଏବେ ନକଲି ଜିନ୍ସ କାରବାର ବଢିଥିବା ଜଣା ପଡିଥିବା ବେଳେ ଗୋଟିଏ ପରେ ଗୋଟିଏ ବ୍ରାଣ୍ଡେଡ ଶୋରୁମ ଉପରେ କମ୍ପାନୀ ଓ…
୧୦ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ ଅନୁଗୋଳ – ବାହାଘର କାର୍ଡ ବାଣ୍ଟିବା ନାମରେ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗ ହାତରେ ଧରା ପଡିଲେ ଗଞ୍ଜେଇ ମାଫିଆ । ସୂଚନା ଅନୁସାରେ ବୌଦ୍ଧ…
ଟଙ୍କା ଠକେଇ ଅଭିଯୋଗରେ ନକଲି ପୁଲିସ ଗିରଫ ଅନୁଗୁଳ – ନକଲି ପୁଲିସର ପରିଚୟ ଦେଇ ଟଙ୍କା ଠକିନେବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଅନୁଗୁଳ ସଦର ଥାନା ପୁଲିସ । ଗିରଫ ଯୁବକ…