ଆଞ୍ଚଳିକ କାର୍ଗିଲ ବିଜୟ ଦିବସ ପାଳିତ Angul OnlineJuly 26, 2022July 26, 2022 ଅନୁଗୁଳ – ଅନୁଗୁଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୨୩ ତମ କାର୍ଗିଲ ବିଜୟ ଦିବସ ସମାରୋହ ଆୟୋଜିତ ହୋଇଯାଇଛି । ଅନୁଗୁଳ ପୌରପାଳିକାର ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାରୋହକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ସେ , ଛାତ୍ରୀଛାତ୍ରମାନଙ୍କୁ ଦେଶର ସଂହତି ଓ ଅଖଣ୍ଡତା ବଜାୟ ରଖୁବାରେ ନାଗରିକର କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ । କାର୍ଗିଲ ଯୁଦ୍ଧରେ ନିହତ ବୀର ଯବାନମାନଙ୍କ ଶ୍ରଦ୍ଧାଞ୍ଚଳି ଅର୍ପଣ କରିବା ସହ ଏହି ମାଟି ଓ ଜାତି ପାଇଁ ସେମାନଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଖମାର ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଅକ୍ଷୟ କୁମାର ପଣ୍ଡା ଯୋଗଦେଇ ବିଭିନ୍ନ ଉଦାହରଣ ମାଧ୍ୟମରେ ଅନେକ ମହାପୁରୁଷ ଦେଶ ଓ ଜାତି ପାଇଁ ତ୍ୟାଗ ସହ ବଳିଦାନ ହୋଇଥିବା ହେତୁ ଇତିହାସ ପୃଷ୍ଠାରେ ସେମାନେ ଆଜି ଅମର ଅମର ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ରୁଚିର କୁମାର ପାଣିଗ୍ରାହୀ , ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ସାହୁ , ମହାରାଣୀ ଚାରିଟେବୁଲ ଟ୍ରଷ୍ଟର ସଭାପତି ଅକ୍ଷୟ କୁମାର ଦଳବେହେରା , ସହିଦ୍ ମାନସଙ୍କ ସ୍ଥାନ ଭାଇ ବିଶ୍ବ ରଞ୍ଜନ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦେଶର ସୁରକ୍ଷା ପାଇଁ ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ତପ୍ତ ରହିବାକୁ ପରାମର୍ଶ ଦେଇଥିଲେ । ସ୍ମୃତି ପରିଷଦର ସଭାପତି ପ୍ରତାପ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ସମ୍ପାଦକ ପର୍ଶୁରାମ ଦାଶ ଛାତ୍ରୀମାନ ଏବେ ଦେଶ ସେବାରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କରୁଥିବା କହିଥିଲେ । ଏହି ଅବସରରେ ସ୍ତମ୍ଭକାର ତଥା ପ୍ରାବନ୍ଧିକ ରୁଚିର କୁମାର ପାଣିଗ୍ରାହୀଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବଦ୍ଧିତ କରିଥିଲେ । ସଭା ପ୍ରାରମ୍ଭରେ ପରିଷଦର ପ୍ରତିଷ୍ଠାତା ସଦସ୍ୟ ମେଜର ଜେ.ସି. ବେହେରାଙ୍କ ସ୍ମତିରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ପରିଷଦର ସଂଯୋଜକ ବିଶ୍ବରଞ୍ଜନ ପଟ୍ଟନାୟକ , ସଭ୍ୟ ସୁଶାନ୍ତ କୁମାର ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । Advertisement
ସମ୍ପଦ ଅଛି ହେଲେ ହେଉନି ସମୃଦ୍ଧି ଛେଣ୍ଡିପଦା ସମ୍ପଦ ଅଛି ହେଲେ ହେଉନି ସମୃଦ୍ଧି ଛେଣ୍ଡିପଦା – ପ୍ରାକୃତିକ ସମ୍ପଦର ସଦ୍ବିନିଯୋଗ ସମୃଦ୍ଧିର ଦ୍ୱାର ଉନ୍ମୁକ୍ତ କରେ । ଲୋକଙ୍କ ଆର୍ଥିକ ଅଭିବୃଦ୍ଧିକୁ ଏହା ବଳ…
ଅଗଷ୍ଟ କ୍ରାନ୍ତି ଦିବସ ପାଳିତ ଅନୁଗୁଳ -(AO)- ଅନଗୁଳ ଗାନ୍ଧୀ ପାର୍କ ଠାରେ ଭାରତ ଛାଡ଼ ଆନ୍ଦୋଳନ ୭୯ ତମ ଦିବସ ପାଳିତ ହୋଇ ଯାଇଛି । ୧୯୪୨ ମସିହା ଆଜିର ଦିନରେ…
ନଅ ଦଫା ଦାବିରେ “ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ” ପକ୍ଷରୁ ଜନ ଆନ୍ଦୋଳନ ଅନୁଗୁଳ – ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାର ଦୀର୍ଘ ଦିନର ଦାବି ତାଳଚେର ମେଡିକାଲ କଲେଜକୁ ଅବିଳମ୍ବେ କାର୍ଯ୍ୟକ୍ଷମ କରିବା , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପର୍ସ୍ପେସିଆଲିଟି…