ମୁଖ୍ୟ ଖବର ଗଞ୍ଜେଇ ବେପାରୀକୁ ୧୦ ବର୍ଷ କାରାଦଣ୍ଡାଦେଶ Angul OnlineJuly 27, 2022July 27, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଅଞ୍ଚଳରେ ୨୦୧୭ ମସିହାରେ ଗଞ୍ଜେଇ ଚାଲାଣ ବେଳେ ଧରା ପଡିଥିବା ଜଣେ ଗଞ୍ଜେଇ ବେପାରୀକୁ ୧୦ ବର୍ଷ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି ଅନୁଗୁଳ ଜିଲ୍ଲା ଓ ଦୌରାଜଜ ତଥା ସ୍ୱତନ୍ତ୍ର କୋର୍ଟ । ସୂଚନା ଅନୁସାରେ ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲା କ୍ରିଷ୍ଣପୁର ଗାଁର ମୁନସି ସୁଲେମାନ ନାମକ ଜଣେ ୩୩ ବର୍ଷୀୟ ଯୁବକ ଛେଣ୍ଡିପଦା ଅଞ୍ଚଳରୁ ଚୋରା ଗଞ୍ଜେଇ ନେଇ ଯାଉଥିବା ବେଳେ ଜରପଡା ପୁଲିସ ଦୁର୍ଗାପୁର ନିକଟ ରେଲୱେ ଷ୍ଟେସନ ନିକଟରେ କାବୁ କରି ନେଇଥିଲା । ଯାଞ୍ଚ ବେଳେ ମୁନସି ପାଖରୁ ୪୧ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା । ସେହିଦିନଠାରୁ ମୁନସି ସୁଲେମାନ ବିଚାରାଧୀନ କଏଦୀ ଭାବେ ଥିବା ବେଳେ ଆଜି ଏହି ମାମଲାର ରାୟ ପ୍ରକାଶ ପାଇଥିଲା । ଅନୁଗୁଳ ଜିଲ୍ଲା ଓ ଦୌରାଜଜ ତଥା ସ୍ୱତନ୍ତ୍ର କୋର୍ଟ ଜଜ ପ୍ରଣବ ପାତ୍ର ୧୭ ଜଣ ଶାଖୀଙ୍କ ବୟାନ ଓ ପ୍ରମାଣ ଆଧାରରେ ମୁନସି ସୁଲେମାନକୁ ୧୦ ବର୍ଷ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି ଜୋରିମନା ଅନାଦେୟ ଆଉ ଏକ ବର୍ଷ କାରାଦଣ୍ଡାଦେଶ ଆଦେଶ ମଧ୍ୟ ଦିଆ ଯାଇଛି । ଏହି ମାମଲାରେ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଅଜିତ ବିଶୋଇ ମାମଲା ଲଢିଥିଲେ । Advertisement
ଗୁଳି ମାଡରେ ନାବାଳକ ଗୁରୁତର ଅନୁଗୁଳ – ଗୁଳିମାଡ଼ରେ ନାବାଳକ ଆହତ । ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ସାନକେରଜଙ୍ଗ ଗାଁରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା…
ବିଦ୍ୟୁତ ଆଘାତରେ ଠିକା କର୍ମଚାରୀଙ୍କ ମୃତ ତାଳଚେର – ଖୁଣ୍ଟରେ ଚଢି କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତ କର୍ମଚାରୀ ଜଣଙ୍କ ହେଲେ ରେଙ୍ଗାଳି…
ସମିତିସଭ୍ୟ ନିର୍ବାଚନରେ ଜସ୍ମିତାଙ୍କ ବାଜିମାତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ସାନକେରଜାଙ୍ଗ ପଞ୍ଚାୟତ ପାଇଁ ସମିତିସଭ୍ୟ ନିର୍ବାଚନରେ ବିଜେଡି ସମର୍ଥିତ ସମିତିସଭ୍ୟା ପ୍ରାର୍ଥୀନୀ ଜସ୍ମିତା ପ୍ରଧାନ ପ୍ରତିପକ୍ଷ ପ୍ରତିଦ୍ବନ୍ଦୀ ରୀନା…