ଅପରାଧ ମୋଟରସାଇକେଲ ଚୋରୀ ଗ୍ୟାଙ୍ଗ ଗିରଫ – ୧୧ ମୋଟରସାଇକେଲ ଜବତ Angul OnlineJuly 31, 2022July 31, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଆଦର୍ଶ ଥାନା ପୁଲିସ ତାଳଚେର ଏବଂ ଅନ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ୧୧ ଟି ଚୋରା ମୋଟରସାଇକେଲ ଉଦ୍ଧାର କରିଥିବା ବେଳେ ୪ ମୋଟରସାଇକେଲ ଲୁଟେରାଙ୍କୁ ଗିରଫ କରିଛି । ସୂଚନା ଅନୁସାରେ , ଅନେକ ଦିନ ହେଲା ତାଳଚେର ସହରର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରି ରିପୋର୍ଟ ହେଉଥିଲା । ଏଥିପାଇଁ ତାଳଚେର ପୁଲିସ ଘଟଣାର ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ । ତେବେ ଗତକାଲି ତାଳଚେର ଆଦର୍ଶ ଥାନା ଅଧିକାରୀ ଶ୍ରୀନିବାସ ସେଠୀ ଏବଂ କର୍ମଚାରୀଙ୍କ ମିଳିତ ଚଢାଉ କରି ମୋଟରସାଇକେଲ ଲୁଟେରା ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟ ୩ ଅଭିଯୁକ୍ତଙ୍କୁ ପୁଲିସ ବିଭିନ୍ନ ସ୍ଥାନରୁ ଗିରଫ କରିଥିଲେ । ସେମାନଙ୍କୁ ପଚରାଉଚୁରା ପରେ ପୁଲିସ ବିଭିନ୍ନ ସ୍ଥାନରୁ ୧୧ ଟି ମୋଟରସାଇକେଲ ଉଦ୍ଧାର ମଧ୍ୟ କରିଥିଲା । ଗିରଫ ହୋଇଥିବା ମୁଖ୍ୟ ମୋଟରସାଇକେଲ ଲୁଟେରା ଢେଙ୍କାନାଳ ଜିଲ୍ଲାର ପର୍ଜଙ୍ଗ, ଦୋମୁହାଣି ଗ୍ରାମର ବିଜୟ ପରିଡ଼ା ଓରଫ ହଟିଆ ଓ ତ୍ରୀନାଥ ରଣା , ଏବଂ କେନ୍ଦୁଝର ଜିଲ୍ଲା ଟେଳକୋଇ ଥାନା ଅନ୍ତର୍ଗତ ଦେବାଶିଷ ରଣା ଓ ଦୀପକ କୁମାର ରଣା । ଏମାନେ ତାଳଚେର ଓ ଏହାର ଆଖପାଖ ଅଞ୍ଚଳ ଏବଂ କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରି କରୁଥିଲେ । Advertisement
ଦୁଷ୍କର୍ମ ଉଦ୍ୟମକାରୀକୁ ୧୦ ବର୍ଷ ଓ ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଅନୁଗୁଳ – ଜଣେ ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡାଦେଶ ଦେଇଥିବା ବେଳେ ଆଉ ଜଣେ ଦୁଷ୍କର୍ମ ଉଦ୍ୟମକାରୀକୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର ଅଦାଲତ…
ଡିକି ଭାଙ୍ଗି ଲୁଟି ନେଲେ ଟଙ୍କା ଛେଣ୍ଡିପଦା -(AO) – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପରିସରରୁ ଡିକି ଭାଙ୍ଗି ଟଙ୍କା ଲୁଟ । ଡିକି ଭାଙ୍ଗି ୬୦ ହଜାର ଟଙ୍କା ଲୁଟି ନେଲେ…
ସୁନାଗହଣା ଦୋକାନରେ ଅନିୟମିତତା – ୭ ଦୋକାନକୁ ୨୭ ହଜାର ଜୋରିମାନା ଅନୁଗୁଳ – ଅନୁଗୁଳ ସହରର ବିଭିନ୍ନ ସୁନାଗହଣା ଦୋକାନ ଗୁଡିକରେ ଏନଫୋର୍ସମେଣ୍ଟ ସ୍କ୍ବାଡ ଚଢାଉ କରି ଲାଇସେନ୍ସ , ଓଜନମାପ ଓ ଦରଦାମରେ ଅନିୟମିତତା ଅଭିଯୋଗ ନେଇ…