ମୁଖ୍ୟ ଖବର କେନାଲରେ ଭାସିଗଲେ ବୋଲବମ ଭକ୍ତ Angul OnlineAugust 1, 2022August 1, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ଜଣେ ବୋଲବମ ଭକ୍ତ ପାଣି ଉଠାଇବାକୁ ଯାଇଥିବା ବେଳେ ପାଣିରେ ଭାସି ଯାଇ ନିଖୋଜ ଅଛନ୍ତି । ଯୁବକ ଜଣକ ହେଲେ ତାଳଚେର ବାଘୁଆବୋଲଅଞ୍ଚଳର ସମ୍ଭୁ ବାରିକଙ୍କ ବଡପୁଅ ଶ୍ୟାମ ସୁନ୍ଦର ବାରିକ ବୋଲି ଜଣା ପଡିଛି । ଆଜି ଭୋର ସମୟରେ ପରଜଙ୍ଗ ଥାନା ଅନ୍ତର୍ଗତ କୁଆଳୁ ଅଷ୍ଟସମ୍ବୁ ମନ୍ଦିରକୁ ପାଣି ଢାଳିବା ପାଇଁ ସଙ୍ଗସାଥୀଙ୍କ ସହିତ ନିକଟସ୍ଥ କେନାଲରେ ଗାଧୋଇବା ସମୟରେ ଗୋଡ ଖସି ଯିବାରୁ କେନାଲ ପାଣି ସ୍ରୋତରେ ଭାସିଯାଇଥିଲେ । ଘଟଣା ଜଣା ପଡିବା ପରେ ବାଘୁଆବୋଲ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣାସ୍ଥଳରେ ପରିବାର ଲୋକେ ଓ ଅଗ୍ନିଶମ ବିଭାଗ ପହଞ୍ଚି ବହୁ ଖୋଜାଖୋଜି ସତ୍ୱେ ଏପର୍ଯ୍ୟନ୍ତ ଶ୍ୟାମ ସୁନ୍ଦରଙ୍କ କୌଣସି ସନ୍ଧାନ ମିଳିପାରି ନଥିଲା । Advertisement
ଅଭିଜିତ ଆତ୍ମହତ୍ୟା ମାମଲା – ଚାରି ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଅନୁଗୁଳ – ଅନୁଗୁଳ ଅଭିଜିତ ପଟ୍ଟନାୟକ ଆତ୍ମହତ୍ୟା ମାମଲାରେ ଆଇନ ଅନୁଯାୟୀ ୪ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅନୁଗୁଳ ଏସ.ପି.ଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ…
ବେସରକାରୀ ସ୍କୁଲର ଦାଦାଗିରି – ଫି’ ନ ଦେବାରୁ ଟିସି ଦେଇ ବାହାର କରିଦେଲା ଛାତ୍ରଛାତ୍ରୀଙ୍କୁ ଅନୁଗୁଳ – ସ୍କୁଲ କର୍ତ୍ତୁପକ୍ଷଙ୍କ ଦାଦାଗିରି । ଫି ଦେଇ ପାରିଲେ ନାହିଁ ବୋଲି ଟିସି ଦେଇ ସ୍କୁଲରୁ ବାହାର କରି ଦେଲେ । ଏଭଳି ଅଭିଯୋଗ…
ଗେଷ୍ଟ୍ ହାଉସ ଭିତରୁ କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସମଲ ଥାନା ଅର୍ନ୍ତଗତ ସମଲ ବ୍ୟାରେଜ ଓପିସିଏଲ ଗେଷ୍ଟ୍ ହାଉସରୁ ଜଣେ କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।…