ମୁଖ୍ୟ ଖବର କେନାଲରେ ଭାସିଗଲେ ବୋଲବମ ଭକ୍ତ Angul OnlineAugust 1, 2022August 1, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ଜଣେ ବୋଲବମ ଭକ୍ତ ପାଣି ଉଠାଇବାକୁ ଯାଇଥିବା ବେଳେ ପାଣିରେ ଭାସି ଯାଇ ନିଖୋଜ ଅଛନ୍ତି । ଯୁବକ ଜଣକ ହେଲେ ତାଳଚେର ବାଘୁଆବୋଲଅଞ୍ଚଳର ସମ୍ଭୁ ବାରିକଙ୍କ ବଡପୁଅ ଶ୍ୟାମ ସୁନ୍ଦର ବାରିକ ବୋଲି ଜଣା ପଡିଛି । ଆଜି ଭୋର ସମୟରେ ପରଜଙ୍ଗ ଥାନା ଅନ୍ତର୍ଗତ କୁଆଳୁ ଅଷ୍ଟସମ୍ବୁ ମନ୍ଦିରକୁ ପାଣି ଢାଳିବା ପାଇଁ ସଙ୍ଗସାଥୀଙ୍କ ସହିତ ନିକଟସ୍ଥ କେନାଲରେ ଗାଧୋଇବା ସମୟରେ ଗୋଡ ଖସି ଯିବାରୁ କେନାଲ ପାଣି ସ୍ରୋତରେ ଭାସିଯାଇଥିଲେ । ଘଟଣା ଜଣା ପଡିବା ପରେ ବାଘୁଆବୋଲ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣାସ୍ଥଳରେ ପରିବାର ଲୋକେ ଓ ଅଗ୍ନିଶମ ବିଭାଗ ପହଞ୍ଚି ବହୁ ଖୋଜାଖୋଜି ସତ୍ୱେ ଏପର୍ଯ୍ୟନ୍ତ ଶ୍ୟାମ ସୁନ୍ଦରଙ୍କ କୌଣସି ସନ୍ଧାନ ମିଳିପାରି ନଥିଲା । Advertisement
ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ୧୨ ଘଣ୍ଟିଆ ତାଳଚେର ବନ୍ଦ ହେବ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେରଠାରେ ନିର୍ମିତ ମହାନଦୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ରିସର୍ଚ୍ଚ(ମିମ୍ସାର) କାର୍ଯ୍ୟକ୍ଷମ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆ ଯାଉ…
ପୁଲିସକୁ ‘ମାନହାନୀ’ ମକଦ୍ଦମା ଧମକ ଦେଲେ ସୁଶୀଲ ଅନୁଗୁଳ – ଅନୁଗୁଳର ବ୍ୟବସାୟୀ ସୁଶୀଲ ଅଗ୍ରୱାଲଙ୍କ ନାଁରେ ସୁଧ କାରବାର ଅଭିଯୋଗ ଆସିବା ପରେ ଅନୁଗୁଳ ସଦର ଥାନା ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିବା…
ବ୍ରାଉନସୁଗାର ଜବତ – ବେପାରୀ ବାପି ଗିରଫ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ପୁଣି ଏକ ବଡ ସଫଳତା । ଅନେକ ଦିନ ହେଲା ଟ୍ରାକରେ ଥିବା ବ୍ରାଉନସୁଗାର ବେପାରୀ ଶିବାନନ୍ଦ ସାହୁ@ବାପିକୁ ଧରିବାରେ…