ମୁଖ୍ୟ ଖବର ପୋଖରୀରେ ବୁଡ଼ି ଜଣେ ମୃତ Angul OnlineAugust 2, 2022August 2, 2022 ଅନୁଗୁଳ – ଅନୁଗୁଳ ଜିଲା ଜରପଡା ଥାନା ନାକାଚଣିତାଳ ଗାଁ ବନ୍ଧ ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ନାକଚଣିତାଳ ଗାଁର ୫୨ ବର୍ଷୀୟ ହୃଦାନନ୍ଦ ବାରିକ ବୋଲି ଜଣାପଡିଛି । ହୃଦାନନ୍ଦ ବାରିକ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ତାଙ୍କର ପାଦ ଖସିଯିବାରୁ ପୋଖରୀରେ ବୁଡ଼ି ଯାଇଥିଲେ । ତେବେ ଗାଁର ଜଣେ ବ୍ୟକ୍ତି ପୋଖରୀକୁ ଗାଧୋଇବାକୁ ଆସିଥିବା ବେଳେ ପୋଖରୀ ତୁଠରେ ଚପଲ ଥିବା ଦେଖି ତାଙ୍କର ସନ୍ଦେହ ହୋଇଥିଲା । ଏ ନେଇ ସେ ଗାଁର ଅନ୍ୟ ଲୋକ ମାନଙ୍କୁ କହିବା ସହିତ ପୋଖରୀରେ ବୁଡି ଖୋଜାଖୋଜି କରିବା ପରେ ପାଣି ଭିତରୁ ହୃଦାନନ୍ଦଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ପରିବାର ଲୋକମାନେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । Advertisement
ଅବକାରୀ ହାଜତରେ ଆହତ ଯୁବକ – ଘଣ୍ଟା ଘଣ୍ଟା ଧରି ଚିକିତ୍ସା ଯୋଗାଯାଇ ନଥିବା ଅଭିଯୋଗ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅବକାରୀ ବିଭାଗ ହାଜତ ଭିତରେ ଦରମରା ଅବସ୍ଥାରେ ଜଣେ ଯୁବକ ଘଣ୍ଟା ଘଣ୍ଟା ଧରି ପଡ଼ି ରହିଥିବାର ଦେଖିବାକୁ ମିଳିଥିଲା…
ଅନୁଗୁଳ ପୁଲିସରେ ଅଦଳବଦଳ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସର ଏସଆଇ ଓ ଏଏସଆଇ ସ୍ତରରେ ବୁଧବାର ଅଦଳ ବଦଳ ହୋଇଛି । ଏହି ଅଦଳବଦଳ ଅନୁସାରେ ଜିଲ୍ଲା ମୁଖ୍ୟାଳୟ ପକ୍ଷରୁ…
ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ, ଜଣେ ଗିରଫ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ପୁଲିସ ଆଜି ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି । ଗୋଟିଏ ଦେଶୀ ବନ୍ଧୁକ ଏବଂ…