ମୁଖ୍ୟ ଖବର ପୋଖରୀରେ ବୁଡ଼ି ଜଣେ ମୃତ Angul OnlineAugust 2, 2022August 2, 2022 ଅନୁଗୁଳ – ଅନୁଗୁଳ ଜିଲା ଜରପଡା ଥାନା ନାକାଚଣିତାଳ ଗାଁ ବନ୍ଧ ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ନାକଚଣିତାଳ ଗାଁର ୫୨ ବର୍ଷୀୟ ହୃଦାନନ୍ଦ ବାରିକ ବୋଲି ଜଣାପଡିଛି । ହୃଦାନନ୍ଦ ବାରିକ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ତାଙ୍କର ପାଦ ଖସିଯିବାରୁ ପୋଖରୀରେ ବୁଡ଼ି ଯାଇଥିଲେ । ତେବେ ଗାଁର ଜଣେ ବ୍ୟକ୍ତି ପୋଖରୀକୁ ଗାଧୋଇବାକୁ ଆସିଥିବା ବେଳେ ପୋଖରୀ ତୁଠରେ ଚପଲ ଥିବା ଦେଖି ତାଙ୍କର ସନ୍ଦେହ ହୋଇଥିଲା । ଏ ନେଇ ସେ ଗାଁର ଅନ୍ୟ ଲୋକ ମାନଙ୍କୁ କହିବା ସହିତ ପୋଖରୀରେ ବୁଡି ଖୋଜାଖୋଜି କରିବା ପରେ ପାଣି ଭିତରୁ ହୃଦାନନ୍ଦଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ପରିବାର ଲୋକମାନେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । Advertisement
ଜବରଦଖଲ ହୋଇଥିବା ହଜାରେ ଏକର ଜମି ଫେରିବ ସରକାରୀ ଖାତାକୁ ଅନୁଗୁଳ – ଜିଲ୍ଲାର ଅଧିକାଂଶ ସରକାରୀ ଜମି ଏବେ ଜବରଦଖଲକାରିଙ୍କ କବଜାରେ । ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାର ମୂଲ୍ୟବାନ ସରକାରୀ ଜମି ମଧ୍ୟରୁ କିଛି ଅଂଶକୁ…
ମାର୍ବଲ ଓ ଟାଇଲସ ସୋରୁମରେ GST ଚଢ଼ାଉ ଅନୁଗୋଳ – ଅନୁଗୋଳ ତୁରଙ୍ଗର ଏକ ଟାଇଲସ ଏବଂ ମାର୍ବଲ ଦୋକାନରେ ସେଣ୍ଟ୍ରାଲ GST ଚଢ଼ାଉ । ସନ୍ତୋଷ ଟ୍ରେଡିଂ କମ୍ପାନୀ ନାମକ ଏହି ଟାଇଲସ ସୋରୁମରେ…
ହାତୀ କଙ୍କାଳ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଏକ ହାତୀର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଜଙ୍ଗଲ ଭିତରେ ଏକ ହାତୀ କେବେଠାରୁ ମରି ପଡିଥିବା ବେଳେ…