ଆଞ୍ଚଳିକ ଲଳିତ ମୋହନ ବେହେରା ଜିଲ୍ଲା ପରିଷଦର ନୂତନ ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଯୋଗଦାନ Angul OnlineAugust 4, 2022August 4, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ପରିଷଦର ନୂତନ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲଳିତ ମୋହନ ବେହେରା ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଆଜି ପୂର୍ବାହ୍ନରେ ବିଦାୟୀ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦିଲ୍ଲିପ କୁମାର ସାହୁଙ୍କ ଠାରୁ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ବେହେରା ଆଠମଲ୍ଲିକ ଉପଜିଲ୍ଲାପାଳ ଓ ସମ୍ବଲପୁର ଆଂଚଳିକ ପରିବହନ ଅଧିକାରୀ ଭାବେ ସଫଳତାର ସହିତ କାର୍ଯ୍ୟନିର୍ବାହ କରିଛନ୍ତି । କାର୍ଯ୍ୟରେ ଯୋଗ ଦେବା ପରେ ଶ୍ରୀ ବେହେରା ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଓ ସେମାନେ କିପରି ଉପକୃତ ହୋଇପାରିବେ ତାହାକୁ ଦାୟିତ୍ବର ସହ କାର୍ଯ୍ୟ ନିର୍ବାହ କରିବା ଉପରେ ଗୁରୁତ୍ବ ଦେଇଛନ୍ତି । Advertisement
କୁକୁର କାମୁଡାରେ ହରିଣ ମୃତ ଅନୁଗୁଳ – ଅନୁଗୁଳ ବନଖଣ୍ଡ ଜରପଡା ରେଞ୍ଜ ଅନ୍ତର୍ଗତ ଅନ୍ତୁଳିଆ ଗ୍ରାମରେ ଆଜି କୁକୁର ଆକ୍ରମଣରେ ଏକ ହରିଣର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଜରପଡା…
ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଅନୁଗୁଳ – ଅନୁଗୁଳ ବନଖଣ୍ଡ ଅଧୀନରେ ଆସୁଥିବା ମୂଷାପାପୁଲି ଗ୍ରାମବାସୀ ଫସଲକୁ ବଞ୍ଚେଇବା ପାଇଁ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସୂଚନା ଅନୁସାରେ, ମୂଷାପାପୁଲି…
କୂଅ ଭିତରେ ବୁଲୁଥିଲା ୧୦ ଫୁଟ ଲମ୍ବର ଅହିରାଜ ସାପ – ଉଦ୍ଧାର କଲେ ସର୍ପମିତ୍ର ଅନୁଗୁଳ – କୂଅ ଭିତରୁ ୧୦ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ହମାମିରା ଗାଁର ଆଶୁତୋଷ ଅମାନ୍ତଙ୍କ ଏକ…