ମୁଖ୍ୟ ଖବର ସୁରକ୍ଷାକର୍ମୀଙ୍କ ଗୁଳିରେ ଯୁବକ ଗୁରୁତର Angul OnlineAugust 10, 2022August 10, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଏକଘରିଆ ଅଞ୍ଚଳରେ ଗୁଳି ମାଡରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣା ପଡ଼ିଛି । ଏକଘରିଆ ଠାରେ ବନ୍ଦ ହୋଇ ପଡ଼ିଥିବା ବିନ୍ଦଲ କାରଖାନାରେ ଏଭଳି ଘଟଣା ଘଟିଛି । ବିନ୍ଦଲ କାରଖାନାର ସୁରକ୍ଷାକର୍ମୀଙ୍କ ଗୁଳି ମାଡରେ ଗୁରୁତର ହୋଇଥିବା ଯୁବକ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସୁରକ୍ଷାକର୍ମୀଙ୍କ କହିବା ଅନୁସାରେ ଆଜି ଅପରାହ୍ନରେ କିଛି ଯୁବକ କାରଖାନା ପରିସରକୁ ଚୋରି କରିବାକୁ ପଶିଥିବା ବେଳେ ବାଧ୍ୟ ହୋଇ ସେମାନେ ଗୁଳି ଚଳାଇଥିଲେ । ତେବେ ଗୁଳିର କିଛି ଅଂଶ ବିଲିଣ୍ଡା ଗାଁର ଲିପକ ବେହେରାଙ୍କ ଗୋଡ ଓ ପେଟରେ ବାଜିଥିଲା । ଯାହା ଫଳରେ ସେ ଗୁରୁତର ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଛି । ସେପଟେ ଲିପକଙ୍କ ପରିବାର ଲୋକଙ୍କ କହିବା କଥା ସେମାନେ ମାଛ ମାରିବାକୁ ଯାଇଥିବା ବେଳେ ସୁରକ୍ଷାକର୍ମୀ ମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଛନ୍ତି । ଖବର ପାଇ ତାଳଚେର ପୁଲିସ ଘଟଣା ଉପରେ ନଜର ରଖିଥିବା ବେଳେ ଖବର ଲେଖାଯିବା ଯାଏ ଏ ନେଇ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା ଜଣା ପଡିଛି । Advertisement
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷାକର୍ମୀଙ୍କ ଗୁଣ୍ଡାରାଜ – ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ ଅନୁଗୋଳ – ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତରଖାନା ସୁରକ୍ଷାକର୍ମୀଙ୍କ ମାଡ଼ । ଡାକ୍ତରଙ୍କୁ ଦେଖାଇବାକୁ ଧାଡିରେ ଛିଡା ହୋଇଥିବା ବେଳେ କ୍ରମିକ ନମ୍ବରରେ ଉପର ତଳ କରୁଥିବା ଅଭିଯୋଗ…
ଯୋଗାଣ ନିରୀକ୍ଷକ ବବିଲତା ବେହେରା ଚାକିରୀରୁ ବହିଷ୍କୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ପୂର୍ବତନ ଯୋଗାଣ ନିରୀକ୍ଷକ ବବିଲତା ବେହେରାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…
କାର୍ବନ ଏଣ୍ଡ କେମିକାଲ ଫ୍ୟାକ୍ଟେରିରେ ଅଗ୍ନିକାଣ୍ଡ – ଲକ୍ଷାଧିକ ଟଙ୍କା ମୂଲ୍ୟର ଯନ୍ତ୍ରାଂଶ ନଷ୍ଟ ଅନୁଗୁଳ – ଅନୁଗୁଳ ଜିଲ୍ଲା ଏକଘରିଆ ନିକଟରେ ଥିବା ଜାଲାନ କାର୍ବନ ଏଣ୍ଡ କେମିକାଲ ଫ୍ୟାକ୍ଟେରିରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଲକ୍ଷାଧିକ ଟଙ୍କା…