ଆଞ୍ଚଳିକ ପରିତ୍ୟକ୍ତ ପାଇଖାନା ଟାଙ୍କିରୁ ବାରହା ଉଦ୍ଧାର Angul OnlineAugust 12, 2022August 12, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବନ ବିଭାଗ ଦ୍ଵାରା ୭ ଟି ବାରହା ଉଦ୍ଧାର କରା ଯାଇଛି । ତାଳଚେର ବ୍ଲକ ବିରବରପୁର ଅଞ୍ଚଳରେ କିଛିଦିନ ପୂର୍ବେ ତାଳଚେର ପ୍ରଶାସନ ତରଫରୁ ସରକାରୀ ଜମି ଜବର ଦଖଲ ଉଚ୍ଛେଦ କରାଯାଇଥିଲା । ସେହି ଜବର ଦଖଲ ମଧ୍ୟରେ ବିରାଟ ଅଟ୍ଟାଳିକା ଭଙ୍ଗାଯିବା ପରେ ଏକ ପରିତ୍ୟକ୍ତ ପାଇଖାନା ଟାଙ୍କି ରହିଯାଇଥିଲା । ସେହି ପାଇଖାନା ଟାଙ୍କିରୁ ମଇଳା ଖାଇବାକୁ ଯାଇ ୭ ଟି ଉର୍ଦ୍ଧ ବାରହା ଓ ବାରାହ ଶାବକ ବାହାରକୁ ବାହାରି ନପାରି ଫସି ରହିଥିଲେ । ଏ ଖବର ତାଳଚେର ବନପାଳ ଶ୍ରୀମତୀ ସୁକାନ୍ତି ଦେଇ କୌଣସି ସୁତ୍ରରୁ ଖବର ପାଇ ନିଜର ବନ କର୍ମଚାରୀ ଓ ପିଏଫଏ ଯବାନଙ୍କ ସହାୟତାରେ ସମସ୍ତ ବାରହା ଓ ଶାବକ ମାନଙ୍କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ରାଣିପାର୍କ ଜଙ୍ଗଲରେ ଛାଡି ଦେଇଥିଲେ । Advertisement
ଖୋଲିବ ଧର୍ମାନୁଷ୍ଠାନ – ସର୍ତ୍ତ ଲାଗୁ ଅନୁଗୁଳ – କୋଭିଡର ସାଂପ୍ରତିକ ପରିସ୍ଥିତିକୁ ଅନୁଧ୍ୟାନ କରି ଜିଲ୍ଲାରେ ଥିବା ସମସ୍ତ ମନ୍ଦିର , ମସଜିଦ୍ ଓ ଗୀର୍ଜା ଗୁଡିକୁ ଆସନ୍ତା କାଲି(୩ ସେପ୍ଟେମ୍ବର) ଠାରୁ…
ଦୁର୍ଘଟଣାରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟରେ ଆଜି ମଧ୍ୟାହ୍ନରେ ଏକ ଟ୍ରକ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ…
ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ‘ପ୍ରୋଜେକ୍ଟ ଉତ୍କର୍ଷ’ ଆରମ୍ଭ ଭୁବନେଶ୍ବର – ଗୁରୁ ଦିବସ ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହୋଇଛି ‘ପ୍ରୋଜେକ୍ଟ ଉତ୍କର୍ଷ’ । ସିଭିଲ ସର୍ଭିସ କୋଚିଂ…