ଆଞ୍ଚଳିକ ରେଙ୍ଗାଳି ଜଳଭଣ୍ଡାରରୁ ଛଡାଗଲା ପ୍ରଥମ ବନ୍ୟାଜଳ Angul OnlineAugust 22, 2022August 22, 2022 କଣିହାଁ – ଅନୁଗୁଳ ଜିଲ୍ଲାରେ ଥିବା ଓଡ଼ିଶାର ଦ୍ବିତୀୟ ବୃହତ୍ତମ ଜଳଭଣ୍ଡାର ରେଙ୍ଗାଳି ଜଳଭଣ୍ଡାର ଉପର ମୁଣ୍ଡରେ ବର୍ଷା ଯୋଗୁଁ ବ୍ରାହ୍ମଣୀ ନଦୀର ରେଙ୍ଗାଲି ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରା ଯାଇଛି । ଆଜି ଦିନ ୦୧ : ୧୫ମିନିଟି ସମୟରେ ଆଠ ନମ୍ବର ଫାଟକ ଖୋଲାଯାଇଛି । ସୂଚନା ଅନୁଯାୟୀ ରେଙ୍ଗାଳି ଜଳଭଣ୍ଡାର ସ୍ଵର୍ବୋଚ ଜଳଧାରଣ କ୍ଷମତା ୧୨୩.୦୫ମିଟର ଥିବା ବେଳେ , ଆଜି ଦିନ ୦୧:୧୫ ମିନିଟ ସୁଦ୍ଧା ଜଳଭଣ୍ଡାରରେ ଜଳସ୍ତର ୧୨୨.୦୩ମିଟରରେ ପହଞ୍ଚିଥିଲା । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡ ରେ ୭୪୦୪ ଘନ ମିଟର ଜଳ ପ୍ରବେଶ ହେଉଛି । ପାୱାର ହାଉସ ଦେଇ ୫୮୮.୨୭ ଘନ ମିଟର ଜଳ ନିଷ୍କାସନ ହେଉଥିବା ବେଳେ ଆଠ ନମ୍ବର ଗେଟ୍ ମଧ୍ୟରେ ୧୩୯୫ ଘନମିଟର ଜଳ ନିଷ୍କାସନ ହେଉଛି । ଅଧ୍ୟକ୍ଷଣ ଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଜଳସ୍ତର ହ୍ରାସ ନହେଲେ ଆଗକୁ ଆହୁରି ଗେଟ୍ ଖୋଲିବାର ସମ୍ଭାବନା ଅଛି । ଏଥିପାଇଁ ନଦୀର ତଳିଆ ଅଞ୍ଚଳରେ ଥିବା ଗାଁ ଗୁଡିକୁ ସତର୍କ ସୂଚନା ଦିଆଯାଇଥିବା ଜଳଭଣ୍ଡାର କରୂପକ୍ଷ କହିଛନ୍ତି । Advertisement
ପୂର୍ବତନ ମନ୍ତ୍ରୀ ଅଦ୍ୱୈତ ପ୍ରସାଦ ସିଂହଙ୍କ ତ୍ରୟୋଦଶତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ଅନୁଗୁଳ – ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ତ୍ରୟୋଦଶତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଆଜି ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମ କରା ଯାଇଛି…
ପୁଲିସ ଏସ୍.ଆଇ. ମାନଙ୍କ ଦୀକ୍ଷାନ୍ତ ସମାରୋହ(ଭିଡିଓ) ଅନୁଗୁଳ – ଅନୁଗୁଳ ପୁଲିସ ଟ୍ରେନିଂ କଲେଜ(ପିଟିସି)ରେ ୬୦ ତମ ଏସ୍ଆଇ ବ୍ୟାଚ୍ର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୁଲିସ…
ବିଜେଡ଼ିର ମିଶ୍ରଣ ପର୍ବ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି କର୍ମୀ ଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଛେଣ୍ଡିପଦା ନିର୍ବାଚନ…