ଆଞ୍ଚଳିକ ରେଙ୍ଗାଳି ଜଳଭଣ୍ଡାରରୁ ଛଡାଗଲା ପ୍ରଥମ ବନ୍ୟାଜଳ Angul OnlineAugust 22, 2022August 22, 2022 କଣିହାଁ – ଅନୁଗୁଳ ଜିଲ୍ଲାରେ ଥିବା ଓଡ଼ିଶାର ଦ୍ବିତୀୟ ବୃହତ୍ତମ ଜଳଭଣ୍ଡାର ରେଙ୍ଗାଳି ଜଳଭଣ୍ଡାର ଉପର ମୁଣ୍ଡରେ ବର୍ଷା ଯୋଗୁଁ ବ୍ରାହ୍ମଣୀ ନଦୀର ରେଙ୍ଗାଲି ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରା ଯାଇଛି । ଆଜି ଦିନ ୦୧ : ୧୫ମିନିଟି ସମୟରେ ଆଠ ନମ୍ବର ଫାଟକ ଖୋଲାଯାଇଛି । ସୂଚନା ଅନୁଯାୟୀ ରେଙ୍ଗାଳି ଜଳଭଣ୍ଡାର ସ୍ଵର୍ବୋଚ ଜଳଧାରଣ କ୍ଷମତା ୧୨୩.୦୫ମିଟର ଥିବା ବେଳେ , ଆଜି ଦିନ ୦୧:୧୫ ମିନିଟ ସୁଦ୍ଧା ଜଳଭଣ୍ଡାରରେ ଜଳସ୍ତର ୧୨୨.୦୩ମିଟରରେ ପହଞ୍ଚିଥିଲା । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡ ରେ ୭୪୦୪ ଘନ ମିଟର ଜଳ ପ୍ରବେଶ ହେଉଛି । ପାୱାର ହାଉସ ଦେଇ ୫୮୮.୨୭ ଘନ ମିଟର ଜଳ ନିଷ୍କାସନ ହେଉଥିବା ବେଳେ ଆଠ ନମ୍ବର ଗେଟ୍ ମଧ୍ୟରେ ୧୩୯୫ ଘନମିଟର ଜଳ ନିଷ୍କାସନ ହେଉଛି । ଅଧ୍ୟକ୍ଷଣ ଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଜଳସ୍ତର ହ୍ରାସ ନହେଲେ ଆଗକୁ ଆହୁରି ଗେଟ୍ ଖୋଲିବାର ସମ୍ଭାବନା ଅଛି । ଏଥିପାଇଁ ନଦୀର ତଳିଆ ଅଞ୍ଚଳରେ ଥିବା ଗାଁ ଗୁଡିକୁ ସତର୍କ ସୂଚନା ଦିଆଯାଇଥିବା ଜଳଭଣ୍ଡାର କରୂପକ୍ଷ କହିଛନ୍ତି । Advertisement
ଖୁଣ୍ଟରେ ପିଟି ହୋଇ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଲାସିଙ୍ଗା ବାଲିସାହି ଛକ ଠାରେ ଖୁଣ୍ଟରେ ପିଟି ହୋଇ ଜଣେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଛି ।…
ଦିନିକିଆ ଗସ୍ତରେ କୋଲ ଇଣ୍ଡିଆ ଚେୟାରମ୍ୟାନ ତାଳଚେର – କୋଲ ଇଣ୍ଡିଆ ଚେୟାରମ୍ୟାନ ପ୍ରମୋଦ ଅଗ୍ରୱାଲ ଦିନିକିଆ ତାଳଚେର ଗସ୍ତରେ ଆସି ଏମ.ସି.ଏଲ.ର ଲିଙ୍ଗରାଜ ଓ ଭୁବନେଶ୍ଵରୀ କୋଇଲାଖଣି ବୁଲି ଦେଖିଥିଲେ । ପରେ…
ସଡକ ଦୁର୍ଘଟଣାରେ ପରିବାର ସମେତ କନିଷ୍ଠଯନ୍ତ୍ରୀ ଆହତ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଠାକୁରଗଡଠାରେ ଭାରସାମୟ ହରାଇ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଆଠମଲ୍ଲିକ ବ୍ଲକର ଜଣେ କନିଷ୍ଠଯନ୍ତ୍ରୀଙ୍କ ସମେତ ସପରିବାର ଆହତ ହୋଇଥିବା…