ଅପରାଧ ମନ୍ଦିର ହୁଣ୍ଡି ବୋହିନେଲେ ଦୁର୍ବୃତ୍ତ Angul OnlineAugust 26, 2022August 26, 2022 ଅନୁଗୁଳ – ଅନୁଗୁଳ ପୋକତୁଙ୍ଗା ଗାଁ ରଣେଶ୍ୱର ମନ୍ଦିର ଓ ଏହାର ଚତୁଃପାର୍ଶ୍ଵରେ ଥିବା ହନୁମାନ ମନ୍ଦିରର ହୁଣ୍ଡି ଚୋରି ହୋଇଛି । ଦୁର୍ବୃତ୍ତ ମାନେ ନିକଟସ୍ଥ ଜଙ୍ଗଲକୁ ହୁଣ୍ଡି ଟେକି ନେଇ ସେହିଠାରେ ଭାଙ୍ଗି ସେଥିରେ ଯାହା ଟଙ୍କା ଥିଲା ତାହା ନେଇ ଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ରଣେଶ୍ୱର ମନ୍ଦିରର ପୂଜକ ଆଜି ସକାଳେ ପୂଜା କରିବାକୁ ଆସିବା ବେଳେ ମନ୍ଦିରର ହୁଣ୍ଡି ନଥିବା ଦେଖିବାକୁ ପାଇଥିଲେ । ସେ ଏ ନେଇ ଗ୍ରାମବାସୀଙ୍କୁ ଖବର ଦେବା ସହ ଦେଖିବା ବେଳକୁ ନିକଟରେ ଥିବା ହନୁମାନ ମନ୍ଦିରର ହୁଣ୍ଡି ମଧ୍ୟ ଗାଏବ ହୋଇ ଯାଇଥିଲା । ଏ ନେଇ ପୂଜକ ଓ ଗ୍ରାମବାସୀ ପୁଲିସକୁ ସୂଚନା ଦେବା ସହ ଖୋଜାଖୋଜି କରିଥିଲେ । ଏହି ଖୋଜାଖୋଜି ବେଳେ ନିକଟସ୍ଥ ଜଙ୍ଗଲରେ ଦୁଇଟି ଯାକ ହୁଣ୍ଡି ବାକ୍ସ ପଡିଥିବା ବେଳେ ତାକୁ ଭାଙ୍ଗି ସେଥିରେ ଥିବା ଟଙ୍କା ଦୁର୍ବୃତ୍ତ ମାନେ ଲୁଟିଆ ନେଇଥିବା ଦେଖା ଯାଇଛି । ଅଭିଯୋଗ ଆଧାରରେ ବନ୍ତଳା ଥାନା ପୁଲିସ ତଦନ୍ତ କରୁଛି । Advertisement
ଶୋଇଥିବା ବେଳେ ଆଲମୀରା ଭାଙ୍ଗି ଲକ୍ଷାଧିକ ଟଙ୍କା ମୁଲ୍ୟର ଅଳଙ୍କାର ଲୁଟ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଡାପଡା ଗାଁରେ ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୃତ୍ତ ଘରେ ପଶି କଳାକନା ବୁଲାଇଥିବା ନେଇ ଥାନାରେ ଅଭିଯୋଗ…
ଡକାୟତି ଉଦ୍ୟମ ବେଳେ ପୁଲିସର ଚଢ଼ାଉ – ୫-ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି ପାଇଁ ଉଦ୍ୟମ ହେଉଥିବା ବେଳେ ୫ଜଣଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି…
ଅଟୋ ମାଲିକଙ୍କୁ ମାଡ ମାରି ଟଙ୍କା ଲୁଟ୍ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଲିଙ୍ଗରାଜ ରୋଡ଼ରେ ଜଣେ ଅଟୋ ମାଲିକଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରି ୫୦ହଜାର ଟଙ୍କା ଲୁଟିବା ସହ ମୋବାଇଲ ଛଡ଼ାଇ…