ସମସ୍ୟା ଟ୍ରେଡିଙ୍ଗ ଓ ହୋଲଡିଙ୍ଗ ଟାକ୍ସ ପାଇଁ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ଆଲୋଚନା Angul OnlineAugust 30, 2022August 30, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ସହରରେ ନିଆ ଯାଉଥିବା ଟ୍ରେଡିଙ୍ଗ ଓ ହୋଲଡିଙ୍ଗ ଟାକ୍ସ ପାଇଁ ଅନୁଗୁଳ ପୌରାଧ୍ୟକ୍ଷ ଏବଂ ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରା ଯାଇଛି । ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର କହିବା କଥା ଗତ କିଛି ସପ୍ତାହ ହେଲା ଅନୁଗୁଳ ପୌରପାଳିକା ପକ୍ଷରୁ ପୌରପାଳିକା ଦ୍ଵାରା ପ୍ରଦତ୍ତ ଟ୍ରେଡିଙ୍ଗ ଲାଇସେନ୍ସ ଓ ହୋଲଡିଙ୍ଗ ଟାକ୍ସ କରିନେବା ପାଇଁ ଚେତାବନୀ ଦିଆ ଯାଇଛି । ତେବେ ଏଥିପାଇଁ କୌଣସି ସ୍ପଷ୍ଟ ସୂଚନା ଦିଆ ଯାଇ ନଥିବାରୁ ବ୍ୟବସାୟୀ ମାନଙ୍କ ମଧ୍ୟରେ ଏକ ସଞ୍ଚୟ ସୃଷ୍ଟି ହେଉ ଅଛି । ଏଥିପାଇଁ ବ୍ୟବସାୟୀ ମାନଙ୍କୁ ଲିଖିତ ଭାବରେ ଏହାର ଆବେଦନ ପ୍ରକ୍ରିୟା ବିଷୟରେ ସଂପୂର୍ଣ୍ଣ ଅବଗତ କରାଇବା , ଆବେଦନ ପାଇଁ ଏକ ମାସ ସମୟସୀମା ଧାର୍ଯ୍ୟ କରିବା , ସମୟସୀମା ଉଲ୍ଲଘଂନ ପରେ ଦଣ୍ଡବିଧାନ ବ୍ୟବସ୍ଥା , ଏକ ହେଲ୍ପ ଡେସ୍କର ବ୍ୟବସ୍ଥା କରାଇବାକୁ ଦାବି କରା ଯାଇଛି । ଏହି ସବୁ ଦାବି ଉପରେ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ପୌରାଧ୍ୟକ୍ଷ ଏବଂ ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରା ଯାଇଥିଲା । ଆଉ ପ୍ରଶାସନ ଏ ଦିଗରେ ଦ୍ରୁଷ୍ଟି ଦେବାକୁ ଅନୁରୋଧ କରା ଯାଇଥିଲା । Advertisement
ଶିକ୍ଷକ ନିଯୁକ୍ତି ଦାବିରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ଅନୁଗୁଳ – ଅନୁଗୁଳ ବ୍ଲକ ଅନ୍ତର୍ଗତ ବଲଙ୍ଗ ପଞ୍ଚାୟତରେ ଅବସ୍ଥିତ ବଲଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବା ଦାବିରେ ଆଜି ପଞ୍ଚାୟତର ବଲଙ୍ଗ,…
ପ୍ରଶାସନ କଲା ଅଣଦେଖା – ନିଜେ ଅଣ୍ଟା ଭିଡିଲେ ଗ୍ରାମବାସୀ ଆଠମଲ୍ଲିକ – ଗତ ଲଘୁଚାପ ବର୍ଷା ଯୋଗୁଁ ପ୍ରବଳ ପାଣି ସୁଅରେ ପୋଲ କ୍ଷତିଗ୍ରସ୍ତ ହୋଇଥିଲା । ଫଳରେ ସେହି ରାସ୍ତା ଉପରେ ନିର୍ଭର କରୁଥିବା ଲୋକ…
ରାଜପଥ କଡରୁ ଯାଯାବରଙ୍କୁ ହଟାଇଲା ପ୍ରଶାସନ ଅନୁଗୁଳ – ଅନୁଗୁଳ ଷ୍ଟାଡିୟମ ସାମ୍ନା ଜାତୀୟ ରାଜପଥ ୫୫ ପାର୍ଶ୍ବରେ ଆଧିପତ୍ୟ ବିସ୍ତାର କରୁଥିବା କେତେକ ଯାଯାବର ପରିବାରକୁ ପ୍ରଶାସନ ଉଚ୍ଛେଦ କରିଛି । ସହର…