ଆଞ୍ଚଳିକ ସ୍ୱାୟତ୍ତ ଶାସନ ପାଳନ ବେଳେ ପ୍ରଦୁଷଣକୁ ନେଇ ଚିନ୍ତା ପ୍ରକଟ କଲେ ଉପ-ବାଚସ୍ପତି Angul OnlineSeptember 1, 2022September 1, 2022 ଅନୁଗୁଳ – ଅନୁଗୁଳ ପୌରପାଳିକା ପକ୍ଷରୁ ଅନୁଗୁଳ ସଭାଘରେ ଆୟୋଜିତ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇ ଯାଇଛି । ପ୍ରାରମ୍ଭରେ ଅନୁଗୁଳ ନଗରପାଳ ଅକ୍ଷୟ ସାମନ୍ତ ସ୍ଵାଗତ ଭାଷଣ ଦେବା ସହିତ ସହରବାସୀଙ୍କୁ ଦୁଇଟି ଆହ୍ବାନ ଦେଇଛନ୍ତି । ପ୍ରତ୍ୟେକ ସହରବାସୀ ତାଙ୍କ ଘର ସାମ୍ନାରେ ନେଇ ବୋଲି ପ୍ରାଧିକରଣ ରାଜପଥରେ ନିଜ ପୂର୍ବଜଙ୍କ ନାଁରେ ଗୋଟିଏ ଗୋଟିଏ ବୃକ୍ଷରୋପଣ କରିବା ସହିତ ପଲିଥିନ୍ମୁକ୍ତ ସହର ଗଢ଼ିବା ପାଇଁ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପ ବାଚସ୍ପତି ରଜନୀକାନ୍ତ ସିଂହ ଜିଲ୍ଲାର ପ୍ରଦୂଷଣ ଏବଂ ଜଳବାୟୁକୁ ନେଇ ଏମିତି ଚିନ୍ତା ପ୍ରକଟ କରିଛନ୍ତି । କେବଳ ଅଳିଆ କି କୋଇଲା ନୁହେଁ , ଏଥିପାଇଁ ଅତ୍ୟଧିକ ଯାନବାହାନକୁ ସେ ଦାୟୀ କରିବା ସହିତ ଅନୁଗୁଳ ସହର ଦେଇ ଦୈନିକ ଯାତାୟାତ କରୁଥିବା ଗାଡ଼ିର ଏକ ପରିସଂଖ୍ୟାନ ଦେଇଛନ୍ତି । ଅନୁଗୁଳ ସହର ଦେଇ ପ୍ରତ୍ୟହ ଅନ୍ୟୁନ ଅନେକ ଗାଡ଼ି ଯିବା ଆସିବା କରିବା ତାତି ବୃଦ୍ଧିର ଅନ୍ୟତମ କାରଣ ବୋଲି ଦର୍ଶାଇବା ସହିତ ଏହାର ସମାଧାନ ପାଇଁ ପର୍ଯ୍ୟାପ୍ତ ବୃକ୍ଷରୋପଣ ଉପରେ ସେ ଗୁରୁତ୍ବାରୋପ କରିଛନ୍ତି । ବ୍ୟବସାୟିକ ପେଣ୍ଠ ହୋଇଥିବା ଅନୁଗୁଳ ସହରରେ ଦୁଇ ଚକିଆଠୁ ୧୨ଚକିଆ ଯାନର ବହୁ ସୋ ରୁମ୍ ଠିଆ ହେଲାଣି । ଯେଉଁ ଗାଡ଼ି ପାଇଁ ପ୍ରଦୂଷଣ ମାତ୍ରା ବଢୁଛି ସେହିମାନେ ଯଦି ଅନ୍ୟୁନ ଗୋଟିଏ ଲେଖାଏ ଗଛ ଲଗାଇବେ , ତେବେ ଆସନ୍ତା କେଇଟା ବର୍ଷ ମଧ୍ୟରେ ସହରର ପ୍ରଦୂଷଣରେ ସୁଧାର ଆସି ପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ତେଣୁ , ଗାଡ଼ି ସହିତ ଗୋଟିଏ ଗଛ ମାଗଣାରେ ବାଣ୍ଟିବାକୁ ସହରର ସବୁ ସୋ‘ରୁମ୍ ମାଲିକଙ୍କୁ ସେ ହାତଯୋଡ଼ି ଅନୁରୋଧ କରିଛନ୍ତି । ପୌରପାଳିକା ଏ ଦିଗରେ କାମ କରିବାକୁ ଅନୁରୋଧ କରିଛନ୍ତି । ସେହିପରି ଜାତୀୟ ରାଜପଥ ନିର୍ମାଣରେ ବିଳମ୍ବକୁ ନେଇ ସେ କ୍ଷୋଭ ପ୍ରକାଶ କରିବା ସହିତ ତୁରନ୍ତ ସମସ୍ୟାର ସମାଧାନ ହେବାକୁ ଯାଉଛି ବୋଲି କହିଥିଲେ । ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ୫୫ନମ୍ବର ଜାତୀୟ ରାଜପଥରେ ବାଇପାସ୍ ତିଆରି କରିବା ପରେ ସହର ଦେଇ ଯାଇଥିବା ରାସ୍ତାକୁ ଚାରିଲେନ୍ କରାଇବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି । ବୈଠକରେ ଅନୁଗୁଳ ପୌର ନିର୍ବାହୀ ଅଧିକାରୀ ଗିରିଜା ମଲ୍ଲିକ ପୌରପାଳିକାର ସଫଳତା ବଖାଣିଥିଲେ । ଆଗାମୀ କିଛି ଦିନ ମଧ୍ୟରେ ଅନୁଗୁଳ ପୌରପାଳିକା ପାଇଁ ଏକ ଭିଜନ୍ ଡକ୍ୟୁମେଣ୍ଟ୍ ପ୍ରକାଶିତ ହେବ ବୋଲି କହିଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଏବଂ ବିଭିନ୍ନ ବ୍ୟକ୍ତିତ୍ବଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ସକାଳେ ଡାକ୍ତରଖାନା ରୋଗୀଙ୍କୁ ଫଳବଣ୍ଟନ ସହିତ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା । Advertisement
ଦୁର୍ଘଟଣାରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟରେ ଆଜି ମଧ୍ୟାହ୍ନରେ ଏକ ଟ୍ରକ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ…
ଉଦ୍ୟମ ଫାଉଣ୍ଡେସନର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଗୁଳ – ଅନୁଗୁଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଉଦ୍ୟମ ଫାଉଣ୍ଡେସନର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ମନ୍ଦରଗିରି ମଠ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି…
ପ୍ରାଥମିକ କୃଷି ସମବାୟ ସମିତିର ଧାନମଣ୍ଡି ଉଦଘାଟନ ଅନୁଗୁଳ – ଆଜି ଠାରୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ୧୦୦ଟି ଧାନ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଯାଇଛି । ଏହି ଅବସରରେ ମଙ୍ଗଳବାର…