ଖେଳ ଓ ଖେଳାଳି କ୍ରୀଡାବିଦଙ୍କୁ ଉପଖଣ୍ଡ କ୍ରୀଡା ସଂଘର ଉପେକ୍ଷା ଅଭିଯୋଗ Angul OnlineSeptember 8, 2022September 9, 2022 ଅନୁଗୁଳ – ଅନୁଗୁଳ ଉପଖଣ୍ଡ କ୍ରୀଡା ସଂଘରେ ଛେଣ୍ଡିପଦା ବ୍ଲକ ଅଞ୍ଚଳକୁ ଉପେକ୍ଷା କରାଯାଉଛି । ଯାହା ଫଳରେ ଛେଣ୍ଡିପଦା ଅଞ୍ଚଳର ଖେଳାଳି ମାନେ ଅଣଦେଖା ହେଉଛନ୍ତି । ଏନେଇ ଆଜି ଉପଜିଲ୍ଲାପାଳ ବୈତୁରା ଦୀପଙ୍କୁ ଛେଣ୍ଡିପଦାର ବରିଷ୍ଠ ଖେଳାଳି ମାନେ ଦାବିପତ୍ର ଦେଇଛନ୍ତି । ପୁରାତନ ଭଳିବଲ ଖେଳାଳି ସମରେଶ ନାଥଙ୍କ ନେତୃତ୍ୱରେ ଦିଆ ଯାଇଥିବା ଏହି ଦାବିରେ ଦର୍ଶା ଯାଇଛି ଯେ , ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଅଞ୍ଚଳ ଫୁଟବଲ , ଭଲିବଲ , କବାଡି ଭଳି ଅନେକ କ୍ରିଡା ପାଇଁ ବେଶ ସୁନାମ ଅର୍ଜନ କରିଛି । ଏହି ଅଞ୍ଚଳରୁ ବିଗତ ଦିନରେ ଅନେକ ଖେଳାଳି ଜିଲ୍ଲା , ରାଜ୍ୟ ତଥା ଦେଶ ପାଇଁ ଖେଳି ଗୌରବ ଅର୍ଜନ କରିଛନ୍ତି । ଦଳଗତ ଖେଳ ହେଉ କିମ୍ବା ଏକାଗତ ଖେଳ , ସବୁଥିରେ ଛେଣ୍ଡିପଦା ବ୍ଲକର ଅନେକ ଯୁବ ପ୍ରତିଭା ଏବେ ମଧ୍ୟ ନିଜର ଉଚ୍ଚ ସ୍ତରର କ୍ରିଡା ପ୍ରଦର୍ଶନ କରି ଆସୁଛନ୍ତି । ଯାହାର ସଦ୍ୟ ଉଦାହରଣ ଓପି ଜିନ୍ଦଲ ଫୁଟବଲ କପରେ ଛେଣ୍ଡିପଦା ବ୍ଲକର ବାଗଡିଆ କ୍ଲବ ରନର୍ସ-ଅପ ହୋଇଥିଲା । ସେହିଭଳି ଭାଗଲାକଟା ଅଞ୍ଚଳର ସ୍ୱାଧୀନ ମାଝୀ ଉଚ୍ଚ ଡିଆଁ ପ୍ରତିଯୋଗିତାରେ ଜାତୀୟ ସ୍ତରରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ସନ୍ତରାବନ୍ଧ ଅଞ୍ଚଳର ପପୁ ସାହୁ ଓଡିଶା ଭଳିବଲ ଟିମରେ ଓ ବାଗଡ଼ିଆର ରୁଦ୍ର ମୋହନ ସାହୁ ଓଡିଶା ଫୁଟବଲ ପାଇଁ ଭଲ ଖେଳ ପ୍ରଦର୍ଶନ କରିଛନ୍ତି । ହେଲେ ଛେଣ୍ଡିପଦା ଅଞ୍ଚଳର ଖେଳାଳି ମାନଙ୍କ ଦୁଃଖ ଯେ , ଅଞ୍ଚଳରେ ଅନେକ ଖେଳ ପ୍ରତିଭାଧାରୀ ଥିବା ସତ୍ୱେ ଅନୁଗୁଳ ଉପଖଣ୍ଡରେ ଅନ୍ତର୍ଭୁକ୍ତ ଛେଣ୍ଡିପଦା ଅଞ୍ଚଳକୁ ଉପଖଣ୍ଡ କ୍ରିଡା ସଂଘ ଅଣଦେଖା କରୁଛି । ଅନୁଗୁଳ ଉପଖଣ୍ଡ କ୍ରିଡା ସଙ୍ଘରେ ଛେଣ୍ଡିପଦା ଅଞ୍ଚଳର ଜଣେ ହେଲେ କ୍ରିଡାବିଦଙ୍କୁ ସଦସ୍ୟ ଭାବରେ ଗ୍ରହଣ କରା ଯାଇ ନାହିଁ । ଯାହା ଫଳରେ ଜିଲ୍ଲା ସ୍ତରର ଖେଳ ପାଇଁ ଛେଣ୍ଡିପଦା ଅଞ୍ଚଳ କୌଣସି ସଠିକ ସୂଚନା କିମ୍ବା ପ୍ରୋତ୍ସାହନ ପାଇ ପାରୁ ନାହିଁ । ଏଣୁ ଏହାକୁ ହୃଦୟଙ୍ଗମ କରି ଛେଣ୍ଡିପଦା ବ୍ଲକ ଅଞ୍ଚଳର କ୍ରିଡାବିଦ ମାନଙ୍କୁ ଉପଖଣ୍ଡ କ୍ରିଡା ସଙ୍ଘରେ ସାମିଲ ପାଇଁ ଦାବି କରାଯାଇଛି । Advertisement
ରାଜ୍ୟସ୍ତରୀୟ ଖୋ ଖୋ ପ୍ରତିଯୋଗିତା – ପୁରୁଷରେ ବାଲେଶ୍ବର, ମହିଳାରେ କିଟ୍ ଚମ୍ପିଅନ ଅନୁଗୁଳ – ଅନୁଗୁଳ ଷ୍ଟାଡିୟମଠାରେ ଚାଲିଥିବା ରାଜ୍ୟ ସ୍ତରୀୟ ଖୋ-ଖୋ (ବରିଷ୍ଠ) ପ୍ରତିଯୋଗିତା ଆଜି ଉଦଯାପିତ ହୋଇ ଯାଇଛି । ତିନିଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାର…
ଅନୁଗୁଳରେ ହେବ ପ୍ରଥମ ରାଜ୍ୟସ୍ତରୀୟ ନିମନ୍ତ୍ରଣ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ ଅନୁଗୁଳ – ଅନୁଗୁଳର କ୍ରୀଡା ଅନୁଷ୍ଠାନ ବ୍ୟାଡ଼ମିଣ୍ଟନ କ୍ଲବ ଆନୁକୂଲ୍ୟରେ ପ୍ରଥମ ରାଜ୍ୟସ୍ତରୀୟ ନିମନ୍ତ୍ରଣ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଅନୁଗୋଳ ଷ୍ଟାଡିଅମ ପରିସରରେ ଥିବା ବିଜୁ…
ରାଜ୍ୟସ୍ତରୀୟ ଖୋଖୋ ଚାମ୍ପିଅନସିପ ଆରମ୍ଭ ଅନୁଗୁଳ – ଅନୁଗୁଳ ଜିଲ୍ଲା ଷ୍ଟାଡିୟମଠାରେ ୫୪ତମ ରାଜ୍ୟ ସ୍ତରୀୟ ଖୋଖୋ(ବରିଷ୍ଠ) ଚାମ୍ପିଅନସିପ ସୋମବାର ଅପରାହ୍ନରେ ଉଦ୍ଘାଟିତ ହୋଇଯାଇଛି । ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା…