ଖେଳ ଓ ଖେଳାଳି କ୍ରୀଡାବିଦଙ୍କୁ ଉପଖଣ୍ଡ କ୍ରୀଡା ସଂଘର ଉପେକ୍ଷା ଅଭିଯୋଗ Angul OnlineSeptember 8, 2022September 9, 2022 ଅନୁଗୁଳ – ଅନୁଗୁଳ ଉପଖଣ୍ଡ କ୍ରୀଡା ସଂଘରେ ଛେଣ୍ଡିପଦା ବ୍ଲକ ଅଞ୍ଚଳକୁ ଉପେକ୍ଷା କରାଯାଉଛି । ଯାହା ଫଳରେ ଛେଣ୍ଡିପଦା ଅଞ୍ଚଳର ଖେଳାଳି ମାନେ ଅଣଦେଖା ହେଉଛନ୍ତି । ଏନେଇ ଆଜି ଉପଜିଲ୍ଲାପାଳ ବୈତୁରା ଦୀପଙ୍କୁ ଛେଣ୍ଡିପଦାର ବରିଷ୍ଠ ଖେଳାଳି ମାନେ ଦାବିପତ୍ର ଦେଇଛନ୍ତି । ପୁରାତନ ଭଳିବଲ ଖେଳାଳି ସମରେଶ ନାଥଙ୍କ ନେତୃତ୍ୱରେ ଦିଆ ଯାଇଥିବା ଏହି ଦାବିରେ ଦର୍ଶା ଯାଇଛି ଯେ , ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଅଞ୍ଚଳ ଫୁଟବଲ , ଭଲିବଲ , କବାଡି ଭଳି ଅନେକ କ୍ରିଡା ପାଇଁ ବେଶ ସୁନାମ ଅର୍ଜନ କରିଛି । ଏହି ଅଞ୍ଚଳରୁ ବିଗତ ଦିନରେ ଅନେକ ଖେଳାଳି ଜିଲ୍ଲା , ରାଜ୍ୟ ତଥା ଦେଶ ପାଇଁ ଖେଳି ଗୌରବ ଅର୍ଜନ କରିଛନ୍ତି । ଦଳଗତ ଖେଳ ହେଉ କିମ୍ବା ଏକାଗତ ଖେଳ , ସବୁଥିରେ ଛେଣ୍ଡିପଦା ବ୍ଲକର ଅନେକ ଯୁବ ପ୍ରତିଭା ଏବେ ମଧ୍ୟ ନିଜର ଉଚ୍ଚ ସ୍ତରର କ୍ରିଡା ପ୍ରଦର୍ଶନ କରି ଆସୁଛନ୍ତି । ଯାହାର ସଦ୍ୟ ଉଦାହରଣ ଓପି ଜିନ୍ଦଲ ଫୁଟବଲ କପରେ ଛେଣ୍ଡିପଦା ବ୍ଲକର ବାଗଡିଆ କ୍ଲବ ରନର୍ସ-ଅପ ହୋଇଥିଲା । ସେହିଭଳି ଭାଗଲାକଟା ଅଞ୍ଚଳର ସ୍ୱାଧୀନ ମାଝୀ ଉଚ୍ଚ ଡିଆଁ ପ୍ରତିଯୋଗିତାରେ ଜାତୀୟ ସ୍ତରରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ସନ୍ତରାବନ୍ଧ ଅଞ୍ଚଳର ପପୁ ସାହୁ ଓଡିଶା ଭଳିବଲ ଟିମରେ ଓ ବାଗଡ଼ିଆର ରୁଦ୍ର ମୋହନ ସାହୁ ଓଡିଶା ଫୁଟବଲ ପାଇଁ ଭଲ ଖେଳ ପ୍ରଦର୍ଶନ କରିଛନ୍ତି । ହେଲେ ଛେଣ୍ଡିପଦା ଅଞ୍ଚଳର ଖେଳାଳି ମାନଙ୍କ ଦୁଃଖ ଯେ , ଅଞ୍ଚଳରେ ଅନେକ ଖେଳ ପ୍ରତିଭାଧାରୀ ଥିବା ସତ୍ୱେ ଅନୁଗୁଳ ଉପଖଣ୍ଡରେ ଅନ୍ତର୍ଭୁକ୍ତ ଛେଣ୍ଡିପଦା ଅଞ୍ଚଳକୁ ଉପଖଣ୍ଡ କ୍ରିଡା ସଂଘ ଅଣଦେଖା କରୁଛି । ଅନୁଗୁଳ ଉପଖଣ୍ଡ କ୍ରିଡା ସଙ୍ଘରେ ଛେଣ୍ଡିପଦା ଅଞ୍ଚଳର ଜଣେ ହେଲେ କ୍ରିଡାବିଦଙ୍କୁ ସଦସ୍ୟ ଭାବରେ ଗ୍ରହଣ କରା ଯାଇ ନାହିଁ । ଯାହା ଫଳରେ ଜିଲ୍ଲା ସ୍ତରର ଖେଳ ପାଇଁ ଛେଣ୍ଡିପଦା ଅଞ୍ଚଳ କୌଣସି ସଠିକ ସୂଚନା କିମ୍ବା ପ୍ରୋତ୍ସାହନ ପାଇ ପାରୁ ନାହିଁ । ଏଣୁ ଏହାକୁ ହୃଦୟଙ୍ଗମ କରି ଛେଣ୍ଡିପଦା ବ୍ଲକ ଅଞ୍ଚଳର କ୍ରିଡାବିଦ ମାନଙ୍କୁ ଉପଖଣ୍ଡ କ୍ରିଡା ସଙ୍ଘରେ ସାମିଲ ପାଇଁ ଦାବି କରାଯାଇଛି । Advertisement
ଓଡ଼ିଶା ଡିଫ୍ ଟାଇଗର ଚମ୍ପିୟାନ ଅନୁଗୁଳ – ଅନୁଗୁଳ କଦମ ପଡ଼ିଆରେ ଓଡ଼ିଶା ବଧିର କ୍ରିକେଟ ସଂଘ ଆନୁକୂଲ୍ୟରେ ଫେବୃଆରୀ ୩ ତାରିଖ ଠାରୁ ଆୟୋଜିତ ହୋଇଥିବା ପ୍ରଥମ ଓଡିଶା ଟ୍ବେଣ୍ଟି-୨୦ ବଧିର…
ପଞ୍ଚମ ଅନୁଗୁଳ ହେଲଥ ପ୍ରିମୀୟର ଲିଗ , ଚମ୍ପିୟାନ ହେଲା ମା ରାମଚଣ୍ଡୀ ଟିମ ଅନୁଗୁଳ – ଅନୁଗୁଳ ପିଟିସି ପଡ଼ିଆରେ ଚାଲିଥିବା ପଞ୍ଚମ ଅନୁଗୁଳ ହେଲଥ ପ୍ରିମୀୟର ଲିଗର ଫାଇନାଲ୍ ମ୍ୟାଚରେ ମା ରାମଚଣ୍ଡୀ କୋଶଳା ଟିମ ବିଜୟୀ ହୋଇ ଚମ୍ପିୟାନ…
ତିନି ସ୍ୱର୍ଣ୍ଣ ଜିଣି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଲେ ପ୍ରକାଶ ଅନୁଗୁଳ – ବେଙ୍ଗଲ ଆଥେଲେଟିକ ଆସୋସିଏସନ ପକ୍ଷରୁ ଦୁଗଲି ଜିଲ୍ଲାର ଚିନସୁରା ମୈଦାନରେ ମିନି ଇଣ୍ଟରନେସନାଲ ମାଷ୍ଟର ଆଥେଲେଟିକ ମିଟ ୨୨ ଅନୁଷ୍ଠିତ ହୋଇ ଯାଇଛି ।…