ଆଞ୍ଚଳିକମୁଖ୍ୟ ଖବର ଦୁର୍ଘଟଣାରେ ଜଣେ ମୃତ – ବାପ-ପୁଅ ଆହତ Angul OnlineJanuary 24, 2021January 24, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ମାଣପୁର ଗ୍ରାମ ନିକଟରେ ଆଜି ସନ୍ଧ୍ୟାରେ ବାଇକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ବାପ ଓ ପୁଅ ଆହତ ହୋଇଛନ୍ତି । ସୂଚନା ଅନୁସାରେ ବନ୍ତଳା ଥାନା କରଡାସିଙ୍ଗ ଗ୍ରାମର କାହ୍ନୁ ଗୋଛାୟତ (୨୪) ପ୍ରତିଦିନ ଭଳି ଆଜି ମଧ୍ୟ ବନ୍ତଳା ଅଞ୍ଚଳକୁ ଦିନ ମଜୁରିଆ ଭାବରେ କାର୍ଯ୍ୟ କରିବାକୁ ଆସିଥିଲେ । ତେବେ କାମ ସାରି ସନ୍ଧ୍ୟା ପ୍ରାୟ ୭ଟା ବେଳକୁ ସେ ବନ୍ତଳାରୁ ନିଜ ଗ୍ରାମକୁ ଚାଲିଚାଲି ଫେରୁଥିଲେ । ଏତିକି ବେଳେ ପୋକତୁଙ୍ଗା ଗ୍ରାମରେ ରହୁଥିବା ଟିକରପଡା ଗ୍ରାମର ମାନସ ବେହେରା ଏକ ମୋଟରସାଇକେଲରେ (ଓଡ଼ି-୦୨-ଏଆର-୯୮୯୨) ତାଙ୍କ ୮ବର୍ଷର ପୁଅ ସୋମଦେବ ବେହେରାଙ୍କୁ ନେଇ ବନ୍ତଳାରୁ ପୋକତୁଙ୍ଗା ଗ୍ରାମକୁ ଫେରୁଥିଲେ । ମାତ୍ର ଅସାବଧାନତା ଯୋଗୁଁ ମାଣପୁର ଗ୍ରାମ ନିକଟରେ ମୋଟରସାଇକେଲଟି ଶ୍ରମିକ କାହ୍ନୁଙ୍କୁ ପଛ ପଟରୁ ଜୋରରେ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ କାହ୍ନୁଙ୍କ ପ୍ରାଣବାୟୁ ଉଡିଯାଇଥିଲା । ମୋଟରସାଇକେଲ ଚାଳକ ଓ ତାଙ୍କ ପୁଅ ଆହତ ହୋଇ ରାସ୍ତାରେ ପଡ଼ିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ବନ୍ତଳା ପୁଲିସ ସେମାନଙ୍କୁ ଉଦ୍ଧାର କରି ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ପୁଲିସ ଦୁର୍ଘଟଣା ଘଟାଇଥିବା ମୋଟରସାଇକେଲକୁ ଜବତ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଘଟଣାର ତଦନ୍ତ କରୁଛି । Advertisement
ହାଇୱା ଧକ୍କାରେ ଯୁବକ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଓଭର ବ୍ରିଜ ନିକଟରେ ଏକ ହାଇୱା ଧକ୍କାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ…
ବିଜୁ ଯୁବ ଜନତା ଦଳ ଦ୍ବାରା ୪୧ ୟୁନିଟ୍ ରକ୍ତ ସଂଗୃହିତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଦଳ ପକ୍ଷରୁ ବିଧାୟକ ଶ୍ରୀଯୁକ୍ତ ଶୁସାନ୍ତ କୁମାର ବେହେରାଙ୍କ ଆହ୍ବାନ କ୍ରମେ ପାଟକୁମୁଣ୍ଡା…
ରାଜ୍ୟ ବାର କାଉନସିଲ ନିର୍ବାଚନ – ସୀତାଂଶୁ ମୋହନ ଦ୍ୱିବେଦୀ ନିର୍ବାଚିତ ଅନୁଗୋଳ – ରାଜ୍ୟ ବାର କାଉନସିଲ ନିର୍ବାଚନ ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶ କ୍ରମେ ୧୫.୦୪.୨୦୨୩ ତାରିଖରେ ସମାପନ ହୋଇଛି । ଯେଉଁଥିରେ କି ୯୬ ଜଣ…