ଆଞ୍ଚଳିକମୁଖ୍ୟ ଖବର ଦୁର୍ଘଟଣାରେ ଜଣେ ମୃତ – ବାପ-ପୁଅ ଆହତ Angul OnlineJanuary 24, 2021January 24, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ମାଣପୁର ଗ୍ରାମ ନିକଟରେ ଆଜି ସନ୍ଧ୍ୟାରେ ବାଇକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ବାପ ଓ ପୁଅ ଆହତ ହୋଇଛନ୍ତି । ସୂଚନା ଅନୁସାରେ ବନ୍ତଳା ଥାନା କରଡାସିଙ୍ଗ ଗ୍ରାମର କାହ୍ନୁ ଗୋଛାୟତ (୨୪) ପ୍ରତିଦିନ ଭଳି ଆଜି ମଧ୍ୟ ବନ୍ତଳା ଅଞ୍ଚଳକୁ ଦିନ ମଜୁରିଆ ଭାବରେ କାର୍ଯ୍ୟ କରିବାକୁ ଆସିଥିଲେ । ତେବେ କାମ ସାରି ସନ୍ଧ୍ୟା ପ୍ରାୟ ୭ଟା ବେଳକୁ ସେ ବନ୍ତଳାରୁ ନିଜ ଗ୍ରାମକୁ ଚାଲିଚାଲି ଫେରୁଥିଲେ । ଏତିକି ବେଳେ ପୋକତୁଙ୍ଗା ଗ୍ରାମରେ ରହୁଥିବା ଟିକରପଡା ଗ୍ରାମର ମାନସ ବେହେରା ଏକ ମୋଟରସାଇକେଲରେ (ଓଡ଼ି-୦୨-ଏଆର-୯୮୯୨) ତାଙ୍କ ୮ବର୍ଷର ପୁଅ ସୋମଦେବ ବେହେରାଙ୍କୁ ନେଇ ବନ୍ତଳାରୁ ପୋକତୁଙ୍ଗା ଗ୍ରାମକୁ ଫେରୁଥିଲେ । ମାତ୍ର ଅସାବଧାନତା ଯୋଗୁଁ ମାଣପୁର ଗ୍ରାମ ନିକଟରେ ମୋଟରସାଇକେଲଟି ଶ୍ରମିକ କାହ୍ନୁଙ୍କୁ ପଛ ପଟରୁ ଜୋରରେ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ କାହ୍ନୁଙ୍କ ପ୍ରାଣବାୟୁ ଉଡିଯାଇଥିଲା । ମୋଟରସାଇକେଲ ଚାଳକ ଓ ତାଙ୍କ ପୁଅ ଆହତ ହୋଇ ରାସ୍ତାରେ ପଡ଼ିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ବନ୍ତଳା ପୁଲିସ ସେମାନଙ୍କୁ ଉଦ୍ଧାର କରି ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ପୁଲିସ ଦୁର୍ଘଟଣା ଘଟାଇଥିବା ମୋଟରସାଇକେଲକୁ ଜବତ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଘଟଣାର ତଦନ୍ତ କରୁଛି । Advertisement
ଉତ୍କଳ ଗୌରବ ମଧୁସୂଦନଙ୍କ ୧୭୪ତମ ଜୟନ୍ତୀ ଉତ୍ସବ ସହ ଆଇନଜୀବୀ ଦିବସ ପାଳିତ ଅନୁଗୁଳ – ଅନୁଗୁଳ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ କୂଳ ଵୃଦ୍ଧ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ ଓ ଆଇନଜୀବୀ ଦିବସର ଶୁଭ ଉଦଘାଟନ ତଥା…
ବିଦ୍ୟୁତ ଆଘାତରେ ଯୁବକ ମୃତ ବଅଁରପାଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ସନ୍ତ୍ରୀ ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ସେହି…
ସ୍ୱାଧୀନତା ଆନ୍ଦୋଳନରେ ସହିଦ ଓ ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ଡାକ ଟିକଟ ପ୍ରଚଳନ ପାଇଁ ପାର୍ଲିଆମେଣ୍ଟରେ ସାଂସଦଙ୍କ ଦାବୀ ଅନୁଗୁଳ – ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଆଜି (ଗୁରୁବାର) ପାର୍ଲିଆମେଣ୍ଟରେ ସ୍ୱାଧୀନତା ସଂଗ୍ରାମରେ ସହିଦ ମାନଙ୍କ ନାମରେ ସ୍ମାରକୀ ଡାକ ଟିକଟ ପ୍ରଚଳନ ପାଇଁ…