ମୁଖ୍ୟ ଖବର ପାଠ ପଢିବାକୁ ଯାଇଥିଲେ , ଶବ ହୋଇ ଫେରିଲେ Angul OnlineSeptember 18, 2022September 18, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କଞ୍ଜରା ଗ୍ରାମର ଛାତ୍ର ଶୁଭ୍ରାଂଶୁ ଦେହୁରୀ (ପିପୁ) ଜେଇ ମେନ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୯୯.୩୪% ରଖି ସାରା ଜିଲ୍ଲା ପାଇଁ ଗୌରବ ଆଣିଥିଲେ । ଭବିଷ୍ୟତରେ ପ୍ରଶାସନିକ ଅଧିକାରୀ ହୋଇ ଲୋକଙ୍କ ସେବା କରିବାକୁ ମନ ବଳାଇଥିବା ଶୁଭ୍ରାଂଶୁ ଚେନ୍ନାଇରେ ରହି IIT ପାଠ ପଢୁଥିଲେ । କିଛି ଦିନ ପୂର୍ବରୁ ପ୍ରଥମ ସେମିଷ୍ଟର ପରୀକ୍ଷାରେ ଗତଥର ଅପେକ୍ଷା ସାମାନ୍ୟ କମ ମାର୍କ ଥିବାରୁ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲେ ଶୁଭ୍ରାଂଶୁ ୪/୫ ଦିନ ହେବ ମାନସିକ ସ୍ତରରେ ଦୁର୍ବଳ ହୋଇ ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଯାଇଥିଲେ । ସେ ରହୁଥିବା ଚେନ୍ନାଇ ସ୍ଥିତ ହଷ୍ଟେଲରୁ ତାଙ୍କ ଝୁଲନ୍ତା ଶବକୁ ତାମିଲନାଡୁ ପୁଲିସ ଜବତ କରି ପରିବାର ବର୍ଗକୁ ହସ୍ତାନ୍ତର କରିଛି । ତେବେ ପାଖରୁ କୌଣସି ସୁଇସାଇଡ ନୋଟ ମିଳିନଥିବା ବେଳେ ମାନସିକ ଚାପରେ ଏଭଳି କରିଥିବା ସନ୍ଦେହ କରାଯାଉଛି । ଏ ଖବର ଜଣା ପଡିବା ପରେ ଏବେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ତେବେ ତାଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ପୁଅର ଶବକୁ ଜାବୁଡ଼ି ଧରି କାନ୍ଦି ଉଠିଥିଲେ ପରିବାର । ଏ ପୁଅ ଉଠୁ, ଏତେବେଳ ହେଲାଣି ଏଯାଏଁ ଶୋଇଛୁ । ତୋ ପାଇଁ କେତେ କଣ ରାନ୍ଧିକି ରଖିଛି, ତୋ ସାନ ଭଉଣୀ ପାଠ ପଢିକି ଆସୁ ମିଶିକି ଖାଇବ । ଦେଖୁନୁ ତୁ ରାଗିଛୁ ବୋଲି ତୋ ବାପା ବି ଏଯାଏଁ କିଛି ଖାଉନାଁହାନ୍ତି । ଅବୁଝା ହଅନି ରେ, ମୋ ସୁନା ପୁଅଟା । ସମସ୍ତେ କହୁଛନ୍ତି ମୁଁ କୁଆଡେ ପାଗଳ ହେଇଗଲିଣି । ହେଲେ ସେମାନେ କଣ ଜାଣିବେ ଆମ ଘର କଥା ! ମୁଁ ଜାଣିଛି ମୋ ପୁଅ ମିଛଟାରେ ଶୋଇଛି । ମୁଁ ପରା ମା ,ମୋ ଅବୁଝା ମନ କଣ ବୁଝୁଛି । ଏ , ମୋ ଛୁଆକୁ କୁଆଡେ ନେଇ ଯାଉଛ । ତାକୁ ଟିକେ ଆଖି ପୁରେଇ ଦେଖିନିଏ । ତାକୁ ଟିକେ ଗେଲ କରିବାକୁ ଦିଅ । ଏମିତି କହି ମା ବାହୁନି କାନ୍ଦୁଥିବା ବେଳେ ଅଞ୍ଚଳବାସୀଙ୍କ ଆଖିରେ ଲୁହ ଝଋ ପଡୁଥିଲା । Advertisement
ଭିଜିଲାନ୍ସ ପଞ୍ଝାରେ ଡି ଏଫ୍ ଓ – ବାବୁଙ୍କ ୧୧୫ ପ୍ଲଟ ଅନୁଗୁଳ – ଓଡିଶା ଭିଜିଲାନ୍ସ ବିଭାଗ ରବିବାର ଦିନ କେନ୍ଦୁଝର କେନ୍ଦୁ ଲିଫ୍ ଡିଭିଜନର ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଘରେ ଚଢାଉ କରି ତାଙ୍କର ଆୟବର୍ହିଭୂତ ସମ୍ପତ୍ତିକୁ…
ପଥର କୁଆଁରୀରେ ପ୍ରଶାସନର ଚଢ଼ାଉ – ୨୭୫ କେଜିରୁ ଅଧିକ ବିସ୍ଫୋରକ ଜବତ ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ଥାନା ଖିଣ୍ଡା ଅଞ୍ଚଳରେ ଥିବା ପଥର କୁଆଁରୀରେ ପ୍ରଶାସନ ପକ୍ଷରୁ ବିଳମ୍ବିତ ରାତିରେ ଚଢ଼ାଉ କରାଯାଇଛି ।…
ଥାନା ଭିତରେ ଜଳିଗଲା ଗାଡି ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ପରିସରରେ ଅଗ୍ନିକାଣ୍ତ ଆଜି ମଧ୍ୟାହ୍ନରେ ଏକ ଅଗ୍ନିକାଣ୍ଡ ଘଟି ଜବତ ଗାଡି ପୋଡି ଯାଇଥିବା ଜଣା ପଡିଛି ।…