ମୁଖ୍ୟ ଖବର ଗାଧେଇବା ବେଳେ ହ୍ୟୁମ ପାଇପରେ ପଶି ଜଣେ ମୃତ Angul OnlineSeptember 20, 2022September 20, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ପାରିପରା ଗାଁରେ ଅଘଟଣ । ନାଳରେ ଗାଧେଇବା ବେଳେ ହ୍ୟୁମ ପାଇପରେ ପଶି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ପାରିପରା ଗାଁର ଦୁର୍ଯୋଧନ ବେହେରା । ସୂଚନା ଅନୁସାରେ ଦୁର୍ଯ୍ୟୋଧନ ଗାଁ ନିକଟରେ ବହି ଯାଇଥିବା ଏକ ନାଳକୁ ଗାଧେଇବାକୁ ଯାଇଥିଲେ । ତେବେ ସେ ଗାଧେଇବା ବେଳେ ସୁଅରେ ଭାସିଯାଇ ଏକ ହ୍ୟୁମ ପାଇପ ଭିତରେ ପଶି ଯାଇଥିଲେ । ତେବେ ସେ ସେଥିରୁ ବାହାରି ନପାରି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଗାଁର ଅନ୍ୟ ଲୋକ ସେଠାକୁ ଗାଧେଇବାକୁ ଗଲାବେଳେ ତାଙ୍କୁ ମୃତ ଅବସ୍ଥାରେ ପାଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ଖବର ପାଇ ପୁଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି । ଗ୍ରାମବାସୀ ମାନେ ରାସ୍ତା ଉପରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିବା ଜଣା ପଡ଼ିଛି । Advertisement
୨୦ ଦିନରେ ଗଲାଣି ୧୦ ଜୀବନ – ଅଜଣା ରୋଗ ଭୟରେ ଗ୍ରାମବାସୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ କୁକୁରପେଟା ଗାଁରେ ବ୍ୟାପୁଛି ଅଜଣା ରୋଗ । ଯାହାକୁ ନେଇ ଲୋକଙ୍କ ମନରେ ଆତଙ୍କ ଦେଖାଦେବା ସହିତ କୋକୁଆ…
ଗାଁରେ ଅଜଣା ଜନ୍ତୁ ଆତଙ୍କ – ୧୦ ରୁ ଅଧିକ ଛେଳି ମାରି ଖାଇଦେଲା ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ବନଖଣ୍ଡ ହିଡ଼ସିଂହ ଗାଁରେ ଅଜଣା ଜନ୍ତୁ ଆତଙ୍କ । ଆଜି(ଶନିବାର) ସନ୍ଧ୍ୟାରେ ଗାଁର ୨ ଟି ଛେଳିଙ୍କର ଅଜଣା ଜନ୍ତୁ…
ଅବସରପ୍ରାପ୍ତ ଲାଞ୍ଚୁଆ ବାବୁଙ୍କୁ କାରାଦଣ୍ଡାଦେଶ ଅନୁଗୁଳ – ୨୦୧୨ ମସିହା ଜୁନ ମାସ ୧ ତାରିଖରେ ଲାଞ୍ଚ ନେଇ ଧରାପଡ଼ିଥିବା ଅନୁଗୁଳ ଏଡିଏମ୍ଓ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣି ରାଜେନ୍ଦ୍ର କୁମାର ଦାସଙ୍କୁ…