ମୁଖ୍ୟ ଖବର ଗାଧେଇବା ବେଳେ ହ୍ୟୁମ ପାଇପରେ ପଶି ଜଣେ ମୃତ Angul OnlineSeptember 20, 2022September 20, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ପାରିପରା ଗାଁରେ ଅଘଟଣ । ନାଳରେ ଗାଧେଇବା ବେଳେ ହ୍ୟୁମ ପାଇପରେ ପଶି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ପାରିପରା ଗାଁର ଦୁର୍ଯୋଧନ ବେହେରା । ସୂଚନା ଅନୁସାରେ ଦୁର୍ଯ୍ୟୋଧନ ଗାଁ ନିକଟରେ ବହି ଯାଇଥିବା ଏକ ନାଳକୁ ଗାଧେଇବାକୁ ଯାଇଥିଲେ । ତେବେ ସେ ଗାଧେଇବା ବେଳେ ସୁଅରେ ଭାସିଯାଇ ଏକ ହ୍ୟୁମ ପାଇପ ଭିତରେ ପଶି ଯାଇଥିଲେ । ତେବେ ସେ ସେଥିରୁ ବାହାରି ନପାରି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଗାଁର ଅନ୍ୟ ଲୋକ ସେଠାକୁ ଗାଧେଇବାକୁ ଗଲାବେଳେ ତାଙ୍କୁ ମୃତ ଅବସ୍ଥାରେ ପାଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ଖବର ପାଇ ପୁଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି । ଗ୍ରାମବାସୀ ମାନେ ରାସ୍ତା ଉପରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିବା ଜଣା ପଡ଼ିଛି । Advertisement
ମର୍ମନ୍ତୁଦ ଦୁର୍ଘଟଣା: ପରିବାରର ୨ମୃତ, ୨ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା କଟକ- ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଗତିପୁରୁଣାପାଣି ନିକଟରେ ଶନିବାର ସନ୍ଧ୍ୟାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।…
କୂଅରେ ପଡିଥିବା ଶିଶୁକୁ ଉଦ୍ଧାର କରିବାକୁ ଯାଇ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଶିମିଳିପାଳ ଗାଁରେ ଅଘଟଣ । କୂଅରେ ପଡିଥିବା ଶିଶୁକୁ ଉଦ୍ଧାର କରିବାକୁ ଯାଇ ଜଣଙ୍କର ମୃତ୍ୟୁ ହୋଇଛି ।…
ବାଘୁଣୀ ସୁନ୍ଦରୀ ଫେରିବା ନେଇ ପ୍ରକ୍ରିୟା ଆରମ୍ଭ – ହରିଶଙ୍କର ଉପାଧ୍ୟାୟ ଭୁବନେଶ୍ଵର – ଅନୁଗୁଳ ଜିଲ୍ଲା ସାତକୋଶିଆରୁ ବାଘୁଣି ସୁନ୍ଦରୀ ବାନ୍ଧବଗଡ ଫେରିଯିବ । ସୁନ୍ଦରୀକୁ ମଧ୍ୟପ୍ରଦେଶର ବାନ୍ଧବଗଡ ଫେରାଇ ନେବା ପାଇଁ ମଧ୍ୟପ୍ରଦେଶ ବନ ବିଭାଗ ପକ୍ଷରୁ…