ମୁଖ୍ୟ ଖବର ଆକ୍ସନ ମୁଡରେ ପ୍ରଶାସନ – ପ୍ରତିଷ୍ଠିତ ବ୍ୟବସାୟିକ ଅନୁଷ୍ଠାନରୁ ଜୋରିମାନା ଆଦାୟ Angul OnlineSeptember 22, 2022September 22, 2022 ଅନୁଗୁଳ – ଆକ୍ସନ ମୁଡରେ ଅନୁଗୁଳ ଉପଖଣ୍ଡ ଜିଲ୍ଲା ପ୍ରଶାସନ । ଉପ-ଜିଲ୍ଲାପାଳ ବୈତୁରା ଦୀପଙ୍କ ନେତୃତ୍ୱରେ ଗଠନ ହୋଇଥିବା ଜିଲ୍ଲା ମଲଟି ଡିସିପ୍ଲିନାରୀ ଟିମ ଲଗାତାର ସହରର ବିଭିନ୍ନ ଦୋକାନ , ମଲ , ମଦ ଦୋକାନ , ରେଷ୍ଟୁରାଣ୍ଟ ଆଦିରେ ଚଢ଼ାଉ ଜାରି ରଖିଛି । ଆଜି (ଗୁରୁବାର) ଏହି ଟିମ ସହରର କିଛି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବ୍ୟାବସାୟିକ ଅନୁଷ୍ଠାନରେ ଚଢ଼ାଉ କରିବା ସହରରେ ବେଶ ଚର୍ଚ୍ଚା ପାଲଟିଛି । ଆଜି ଉପଖଣ୍ଡ ପ୍ରଶାସନ ପକ୍ଷରୁ ତିନୋଟି ଟିମ ଗଠନ କରା ଯାଇଥିଲା । ଏହି ତିନୋଟି ଟିମ ସହରର ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରି କିଛି ଦୋକାନ ସିଲ କରିଥିବା ବେଳେ ଆଉ ମୋଟା ଅଙ୍କର ଜୋରିମନା ଆଦାୟ କରା ଯାଇଛି । ସହରର ଅମଲାପଡାରେ ଥିବା ରାଜଲକ୍ଷ୍ମୀ ହୋଟେଲରେ ପ୍ରଥମେ ଗୋଟିଏ ଟିମ ଚଢ଼ାଉ କରିଥିବା ବେଳେ ଏହି ହୋଟେଲର ରେଷ୍ଟୁରାଣ୍ଟର ଫୁଡ଼ ଲାଇସେନ୍ସ ନଥିବା ଦେଖିବାକୁ ମିଳିଥିଲା । ଏଥିପାଇଁ ହୋଟେଲର ଏହି ରେଷ୍ଟୁରାଣ୍ଟକୁ ପ୍ରଶାସନ ସିଲ କରିଛି । ଅମଲାପଡାର ପରଫେକ୍ଟ ରେଷ୍ଟୁରାଣ୍ଟର ଫୁଡ଼ ଲାଇସେନ୍ସ ନଥିବାରୁ ୧୦ ହଜାର ଟଙ୍କା ଜୋରିମନା କରାଯାଇଛି । ଏହା ସହ ଶିମିଳିପଡ଼ାରେ ଥିବା ଇମେଜ ଇନ ହୋଟେଲର ମଧ୍ୟ ଚଢ଼ାଉ କରି ୧୦ ହଜାର ଟଙ୍କା ଜୋରିମନା କରାଯାଇଛି । ସେହିଭଳି ଇଣ୍ଡେନ ଗ୍ୟାସ ଏଜେନ୍ସିରେ ଚଢ଼ାଉ କରାଯାଇଥିଲା । ସେଠାରେ କିଛି ଗ୍ୟାସ ସିଲିଣ୍ଡର ଓଜନ କରିବା ବେଳେ କମ ଓଜନର ଗ୍ୟାସ ଥିବା ଜଣା ପଡିଥିଲା । ଏହା ସହ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସଠିକ ନଥିବା ଯୋଗୁଁ ସମୁଦାୟ ୬୦ ହଜାର ଜୋରିମନା କରା ଯାଇଥିଲା । ସେହିଭଳି ସନ୍ଧ୍ୟାରେ ଅନ୍ୟ ଏକ ମଲଟି ଡିସିପ୍ଲିନାରୀ ଟିମ ସହରର ଗାନ୍ଧୀ ମାର୍ଗରେ ଥିବା ଇଣ୍ଡିଆନ ଫାଷ୍ଟ ଫୁଡ଼ ଦୋକାନରେ ଚଢ଼ାଉ କରି ୮ ଟି ଘରୋଇ ସିଲିଣ୍ଡର ଜବତ କରିବା ସହ ୧୦ ହଜାର ଟଙ୍କା ଜୋରିମନା କରିଛନ୍ତି । ତେବେ ଏହି ଚଢ଼ାଉ ଆଗକୁ ଜାରି ରହିବ ବୋଲି ଅନୁଗୁଳ ଉପ ଜିଲ୍ଲାପାଳ ବୈତୁରା ଦୀପ କହିଛନ୍ତି । Advertisement
ଚଳନ୍ତା ଅଟୋ ଉପରେ ପଡିଲା ଗଛ – ଗର୍ଭବତୀଙ୍କ ସମେତ ଦୁଇ ମୃତ ପାଲଲହଡା – ଅନଗୁଳ ଜିଲ୍ଲା ପାଲଲହଡା ଦେଇ ଯାଇଥିବା ଜାତୀୟ ରାଜପଥ ୧୪୯ର ବାଲିପଶି ଗ୍ରାମ ନିକଟରେ ଏକ ଚଳନ୍ତା ଅଟୋ ଉପରେ ଏକ ବଡ ଗଛ…
ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ସଂକ୍ରମିତ ବୃଦ୍ଧ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କାଠପାଳ ଗାଁରେ ଜଣେ କରୋନା ଆକ୍ରାନ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଲେ ସେହି…
ପୁଣି ଜିଲ୍ଲାରେ ନକଲି କାରଖାନା ଠାବ – ଏଥର ପାଟି ସୁଆଦ ଚିପସ ଆଉ କୁରକୁରେ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଗତ କିଛିଦିନ ତଳେ ନକଲି ଖାଇବା ତେଲ ଓ ପରେ ପରେ ନକଲି ଅଟା ଓ ହଳଦୀ କାରାଖାନା ଠାବ ହୋଇଥିଲା…