ଅପରାଧ କଳାହିରାର ସହରରୁ ଧଳା ଜହର ଜବତ – ଜଣେ ଗିରଫ Angul OnlineSeptember 25, 2022September 25, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ପୁଣି ଏକ ସଫଳତା ମିଳିଛି । ଅନେକ ଦିନ ହେଲା କଳାହିରାର ସହର ତାଳଚେରରେ ଧଳା ଜହର ବିକ୍ରି କରୁଥିବା ଜଣେ ବ୍ରାଉନସୁଗାର ବେପାରୀଙ୍କୁ ଧରିବା ସହ ତା ନିକଟରୁ ବ୍ରାଉନ ସୁଗାର ଜବତ କରା ଯାଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ତାଳଚେର ରେମୁଆଁ ଅଞ୍ଚଳର ବ୍ରଜ ମୋହନ ପଟ୍ଟନାୟକ ଓରଫ ଭିକୁ । ସେ ଧଳା ଜହର ବିକ୍ରି ପାଇଁ ରଖିଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା । ତା ନିକଟରୁ ୨୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଜଣା ପଡ଼ିଛି । Advertisement
ମା ଓ ପୁଅ ମିଶି କରୁଥିଲେ ନିଶା ବେପାର – ଗିରଫ କଲା ପୁଲିସ ଅନୁଗୁଳ – ମା ଓ ପୁଅ ମିଶି ବ୍ରାଉନ ସୁଗାର ବେପାର କରୁଥିବା ବେଳେ ଉଭୟଙ୍କୁ କାବୁ କଲା ପୁଲିସ । ଅନୁଗୁଳ ଟାଉନ ଥାନା ପୁଲିସ…
ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣା – ଅଭିଯୁକ୍ତକୁ କୋର୍ଟ ଚାଲାଣ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରିବା ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି…
ସ୍ତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ସ୍ବାମୀ ଗିରଫ ଅନୁଗୁଳ – ନିଜ ସ୍ତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ନାଲ୍କୋ ଥାନା ଅଞ୍ଚଳର ଦୀପୁ ସାହୁ ନାମକ ଜଣଙ୍କୁ ପୁଲିସ ଗିରଫ…