ଅପରାଧ ଅବସରପ୍ରାପ୍ତ ପୁଲିସ ବାବୁଙ୍କ ଘରେ କଲାକନା ବୁଲାଇଲେ ଚୋର Angul OnlineSeptember 25, 2022September 25, 2022 ଅନୁଗୁଳ – ଅନୁଗୁଳ ସହରରେ ବାସ କରୁଥିବା ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ଘରେ ଚୋର କଳାକନା ବୁଲାଇଛନ୍ତି । ଘରେ କେହି ନଥିବା ବେଳେ ତାଲା ଭାଙ୍ଗି ୬୦ ହଜାର ଟଙ୍କା ସମେତ ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିବା ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଅବସରପ୍ରାପ୍ତ ପୁଲିସ ଏ ଏସ ଆଇ ମାର୍କଣ୍ଡେସ୍ୱର ନନ୍ଦ ଅନୁଗୁଳ ଗାନ୍ଧୀ ମାର୍ଗରେ ରୁହନ୍ତି । ତେବେ ସେ ୧୦ ଦିନ ହେଲା ଅସ୍ଥି ବିସର୍ଜନ ପାଇଁ ଆଲ୍ହାବାଦ ଯାଇଥିଲେ । ଆଜି ସେ ଘରକୁ ଫେରିବା ପରେ ଘରେ ଚୋରି ହୋଇଥିବା ଦେଖି ପୁକିସକୁ ସୂଚନା ଦେଇଥିଲେ । ଅଭିଯୋଗ ପାଇଁ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ତାଙ୍କ ଘରେ କେବେ ଚୋରି ହୋଇଛି ତାହା ଜଣା ପଡି ନାହିଁ । Advertisement
କାନ୍ଥ କଣା କରି ବ୍ୟାଙ୍କ ଭିତରେ ପଶିଲେ ଚୋର ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗଡମଣ୍ଡଳ ଗ୍ରାମ୍ୟ ବ୍ୟାଙ୍କରୁ ଚୋରୀ ଉଦ୍ୟମ ହୋଇଥିବା ଜଣା ପଡ଼ିଛି । ବିଲମ୍ବିତ ରାତିରେ ବ୍ୟାଙ୍କ ପଛପାଖ କାନ୍ଥ…
ସୁନା ସଫା କରିବା ଆଳରେ ଲୁଟ୍ – ଆନ୍ତଃରାଜ୍ୟ ଗ୍ୟାଙ୍ଗ୍ର ୪ ଗିରଫ ଅନୁଗୋଳ – ସୁନା ଅଳଙ୍କାର ସଫା କରିବା ଆଳରେ ଠକେଇ ଓ ଲୁଟ୍ ଚଳାଇଥିବା ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ର ପର୍ଦ୍ଦାଫାସ କରିଛି ଅନୁଗୋଳ ପୋଲିସ। ଛେଣ୍ଡିପଦା…
ଜଗନ୍ନାଥ ମନ୍ଦିର ଚୋରି ମାମଲା: ଦୁଇ ଅଭିଯୁକ୍ତଙ୍କୁ କାରାଦଣ୍ଡାଦେଶ ମୁଖ୍ୟ ଅଭିଯୁକ୍ତଙ୍କୁ ୩ ବର୍ଷ, ଚୋରି ସାମଗ୍ରୀ ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ୬ ମାସ କାରାଦଣ୍ଡ ଅନୁଗୋଳ – ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଚୋରି…