ଜଗନ୍ନାଥ ମନ୍ଦିର ଚୋରି ମାମଲା: ଦୁଇ ଅଭିଯୁକ୍ତଙ୍କୁ କାରାଦଣ୍ଡାଦେଶ

ମୁଖ୍ୟ ଅଭିଯୁକ୍ତଙ୍କୁ ୩ ବର୍ଷ, ଚୋରି ସାମଗ୍ରୀ ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ୬ ମାସ କାରାଦଣ୍ଡ

ଅନୁଗୋଳ – ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଚୋରି ମାମଲାରେ ଦୁଇ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ। ଅନୁଗୋଳ ଏସ୍‌ଡିଜେଏମ୍‌ ବନିଲ୍ କୁମାର ଖଟୋଇ ଅଦାଲତ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ କର୍ମୀଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା କରିଥିବା ବେଳେ ଚୋରି ସମ୍ପତ୍ତି ରଖିଥିବା ମାମଲାରେ ଲକ୍ଷ୍ମୀ ନାରାୟଣ ନାୟକଙ୍କୁ ୬ ମାସ ସଶ୍ରମ କାରାଦଣ୍ଡ ସହ ୩ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ଅନୁଗୋଳ ଥାନା କେସ୍‌ ନମ୍ବର ୪୬/୨୦୨୫ ଏବଂ ଜିଆର୍‌ ନମ୍ବର ୯୪/୨୦୨୫ ଅନ୍ତର୍ଗତ ଏହି ମାମଲାରେ ସୁଶାନ୍ତ କର୍ମୀଙ୍କୁ ଭାରତୀୟ ନ୍ୟାୟ ସଂହିତାର ଧାରା ୩୩୧(୪), ୩୦୫(କ) ଓ ୩୦୫(ଘ) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି। ଧାରା ୩୩୧(୪)ରେ ୩ ବର୍ଷ ଏବଂ ଅନ୍ୟ ଦୁଇ ଧାରାରେ ପ୍ରତ୍ୟେକ ୧୮ ମାସ ଲେଖାଏଁ ସଶ୍ରମ କାରାଦଣ୍ଡ ସହ ଜରିମାନା ହୋଇଛି। ସମସ୍ତ ଦଣ୍ଡାଦେଶ ଏକକାଳୀନ ଚାଲିବ।

ସେହିପରି ଲକ୍ଷ୍ମୀ ନାରାୟଣ ନାୟକଙ୍କୁ ଧାରା ୩୧୭(୨) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ୬ ମାସ ସଶ୍ରମ କାରାଦଣ୍ଡ ଦିଆଯାଇଛି।

୧୮ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣ ଆଧାରରେ ଏହି ଶୁଣାଣି ଅଦାଲତ କରିଛନ୍ତି । ଏହି ହାଇପ୍ରୋଫାଇଲ ମାମଲାକୁ ଏପିପି (APP) ସିଦ୍ଧାର୍ଥ କୁମାର ରାୟସିଂହ ପରିଚାଳନା କରୁଥିବା  ବେଳେ ମନିଟରିଂ ଅଧିକାରୀ ଭାବେ ଏଡିପି (ADP) ମିସ୍ ରୀତା ମିଞ୍ଜ ଏବଂ ଶ୍ରୀମତୀ ହରପ୍ରିୟା  ପ୍ରମୁଖ ଏହି ମାମଲାର ନିୟମିତ ତଦାରଖ କରୁଥିଲେ ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page