ରାଜନୀତି ନଅରୁ ନବେ ଆସନ ନେବ କଂଗ୍ରେସ- ଶରତ ପଟ୍ଟନାୟକ Angul OnlineSeptember 26, 2022September 26, 2022 ଅନୁଗୁଳ – ରାହୁଲ ଗାନ୍ଧୀ ଭାରତ ଜୋଡୋ ଅଭିଯାନ କରୁଥିବା ବେଳେ ଅନୁଗୁଳରେ ଆଜି କଂଗ୍ରେସ ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରିଛି । ଅନୁଗୁଳ ଗସ୍ତରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଆସିଥିବା ବେଳେ ଆଜି ହଜାର ହଜାର କଂଗ୍ରେସ କର୍ମୀଙ୍କ ଗହଣରେ ବିରାଟ ଶୋଭାଯାତ୍ରାରେ ସ୍ଥାନୀୟ ବସଷ୍ଟାଣ୍ଡ ସ୍ଥିତ ରାଜାଛକଠାରୁ କଂଗ୍ରେସ ଭବନ ଯାଏ ଯାଇଥିଲେ । ପ୍ରଥମେ ଶ୍ରୀ ପଟ୍ଟନାୟକ ମହାରାଜା ସୋମନାଥ ସିଂହ ଜଗଦେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ତାପରେ ଏକ ଖୋଲା ଜିପରେ କଂଗ୍ରେସ ଭବନ ପର୍ଯ୍ୟନ୍ତ ଆସିଥିଲେ । ଏହି ଶୋଭାଯାତ୍ରାରେ ଶତାଧିକ କର୍ମୀ ସାମିଲ ହୋଇଥିବା ବେଳେ ଅନେକ ଦିନ ପରେ ଅନୁଗୁଳ କଂଗ୍ରେସ ଏତେ ସଂଖ୍ୟାରେ କର୍ମୀ ଏକଜୁଟ କରି ଏକ ପ୍ରକାର ଶକ୍ତି ପ୍ରଦର୍ଶନ କରିଥିଲା । ପରେ କଂଗ୍ରେସ ଭବନରେ ଜିଲ୍ଲା ସଭାପତି ବିପ୍ଲବ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଶରତ ପଟ୍ଟନାୟକ ଯୋଗଦେଇ କଂଗ୍ରେସ କର୍ମୀଙ୍କୁ ଏକଜୁଟ ହୋଇ କାମ କରିବା ସହ ଆଗାମୀ ନିର୍ବାଚନରେ କଂଗ୍ରେସ ଏବେ ନଅଟି ଆସନରେ ଥିବା ବେଳେ ଆଗକୁ ନବେ ଆସନ ଜିତି ନିଶ୍ଚିତ ସରକାର ଗଠନ କରିବ ବୋଲି ଦୃଢତା ପ୍ରକାଶ କରିଥିଲେ । ସଭାରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା , ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର , ଚିନ୍ମୟ ବେହୁରା , ଆଇଏନଟିୟୁସିର ଉପସଭାପତି କିଶୋର ଜେନା , ପୂର୍ବତନ ଜିଲ୍ଲା ସଭାପତି ସଂଗ୍ରାମ ମିଶ୍ର , ନିଖିଳ ଭାରତ ମହିଳା କଂଗ୍ରେସ ସଂପାଦିକା ସସ୍ମିତା ବେହେରା , ବିଜୟ ଚାଉଳିଆ ଓ ସୁବ୍ରତ ଗଡନାୟକ ପ୍ରମୁଖଙ୍କ ସମେତ ଜିଲ୍ଲା କଂଗ୍ରେସ କମିଟିର କର୍ମକର୍ତ୍ତା ଯୋଗ ଦେଇଥିଲେ । ଶେଷରେ ରାଜ୍ୟ ଓବିସି ସେଲ ସମ୍ପାଦକ ଜିତେନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ । Advertisement
ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାପତି ହେଲେ ବବିତା ଅନୁଗୁଳ – ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଅନୁମୋଦନ କ୍ରମେ ଅନୁଗୁଳ ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାପତି ଭାବରେ ବବିତା ପ୍ରଧାନ…
ଅଗସ୍ତି ବେହେରାଙ୍କୁ ଶ୍ରେଷ୍ଠ ବିଧାୟକ ସମ୍ମାନ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କୁ ଇଣ୍ଟର୍ଭ୍ୟୁ ଟାଇମ୍ସ ପକ୍ଷରୁ ଭୁବନେଶ୍ୱରଠାରେ ଶ୍ରେଷ୍ଠ ବିଧାୟକ ଭାବେ ସମ୍ମାନିତ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ…
ଭୋଟ୍ ବର୍ଜନ ପାଇଁ ଶପଥ ନେଲେ ଗୋପିବଲ୍ଲଭପୁର ଗ୍ରାମବାସୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବରପଦା ଗ୍ରାମ ପଞ୍ଚାୟତର ଗୋପୀବଲ୍ଲଭପୁର ଗ୍ରାମର ଶତାଧିକ ଗ୍ରାମବାସୀ ଭୋଟ ବର୍ଜନ ନିମନ୍ତେ ଗ୍ରାମ୍ୟ ଦେବୀଙ୍କ ନିକଟରେ ଶପଥ…