ଅପରାଧ ଘର ଭିତରେ ମହିଳାଙ୍କୁ ବାନ୍ଧି ଲକ୍ଷାଧିକ ଟଙ୍କା ମୂଲ୍ୟର ଗହଣା ଓ ଟଙ୍କା ଲୁଟ Angul OnlineSeptember 29, 2022September 29, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ବାଲୁଙ୍ଗା ଗାଁରେ ଏକୁଟିଆ ଥିବାର ସୁଯୋଗ ନେଇ ଘର ଭିତରେ ଜଣେ ମହିଳାଙ୍କୁ ବାନ୍ଧି ଟଙ୍କା, ସୁନା ଗହଣା ଆଦି ଲୁଟି ନେଇଥିବା ତାଳଚେର ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ , ବାଲୁଙ୍ଗା ଗ୍ରାମର ରୋଜାଲିନ୍ ସାହୁ ଘରେ ଦିନ ୧୨ ଟା ବେଳେ ଏକୁଟିଆ ଥିଲେ । ଏତିକି ବେଳେ ୩ ଜଣ ଦୁର୍ବୃତ୍ତ ଏକ ମୋଟରସାଇକେଲରେ ଆସି ତାଙ୍କ ଘର ଆଗରେ ଛିଡା ହୋଇ ରହିଥିଲେ । ସବୁଆଡେ ନଜର କରିବା ପରେ ରୋଜାଲିନଙ୍କ ଡାକି ପାଣି ମାଗିଥିଲେ । ରୋଜାଲିନ ପାଣି ପାଇଁ ଯିବା ସମୟରେ ଉକ୍ତ ତିନି ଜଣ ଦୁର୍ବୁତ୍ତ ହଠାତ ତାଙ୍କ ପାଟିକୁ ବନ୍ଦ କରି ଦେଇ ହାତ ଓ ଗୋଡ଼ ବାନ୍ଧିି ଦେଇଥିଲେ। ପରେ ତାଙ୍କ ବେକରେ ଖଣ୍ଡା ଓ ମୁଣ୍ଡରେ ବନ୍ଧୁକ ଲଗାଇ ପିନ୍ଧିଥିବା ସୁନା ଚେନ୍, କାନ ଫୁଲ, ମୁଦି ଏବଂ ପାଉଁଜି ଖୋଲି ନେଇଥିଲେ । ଏହାପରେ ବେଡ଼ରୁମ୍ରେ ଥିବା ଆଲମିରା ଓ ଭାଙ୍ଗି ସେଥିରେ ଥିବା ପ୍ରାୟ ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ଏବଂ ନଗଦ ୫୦ ହଜାର ଟଙ୍କା ସହିତ ରୂପା ଲୁଟି ନେଇ ପଳାଇ ଯାଇଥିଲେ । ସେମାନେ ଯିବା ପରେ ରୋଜାଲିନ ପାଟି କରିବାରୁ ପଡ଼ୋଶୀ ଲୋକ ଆସି ତାଙ୍କୁ ଖୋଲିଥିଲେ । ପରେ ରୋଜାଲିନ ଏ ନେଇ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି । Advertisement
ବ୍ୟାଙ୍କରେ ଜାଲି କାଗଜ ଦେଇ ଟଙ୍କା ଠକେଇ ଅଭିଯୋଗରେ ବାପ , ପୁଅ ଓ ବୋହୂ ଗିରଫ ଅନୁଗୁଳ – ବ୍ୟାଙ୍କକୁ ଜାଲ କାଗଜପତ୍ର ଦେଇ ୧୦ ଲକ୍ଷ ଟଙ୍କାର ଋଣ ନେବା ଅଭିଯୋଗରେ ଅନୁଗୁଳ ପୁଲିସ୍ ଆଜି ୩ ଜଣଙ୍କୁ ଗିରଫ କରିଛି ।…
ରାସ୍ତା କଡରେ ପଡିଛି ଦୁଇ ଶିଶୁଙ୍କ ମୃତଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ମହିଧରପୁର ରାସ୍ତା କଡରୁ ଦୁଇଟି ନବଜାତକ ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି । ରାସ୍ତା କଡରେ ଏହି ନବାଜାତକଙ୍କ ମୃତଦେହ ଗୁଡିକ…
ନାବାଳିକା ଦୁଷ୍କର୍ମକାରୀକୁ କାରାଦଣ୍ଡାଦେଶ ଅନୁଗୁଳ – ଘରେ କେହି ନଥିବା ବେଳେ ନାବାଳିକାକୁ ଦୁଷ୍କର୍ମ କରିବା ଅପରାଧରେ ଜଣଙ୍କୁ ୬ ବର୍ଷ ସଶ୍ରମ କାରାଦଣ୍ଡରେ ଅନୁଗୁଳ ଅତିରିକ୍ତ ଦୌରା ଜଜ (ଫାଷ୍ଟଟ୍ରାକ)…