ମୁଖ୍ୟ ଖବର ବିପର୍ଯ୍ୟସ୍ତ ଅବସ୍ଥାରେ ୭୧ବର୍ଷର ପୌରପାଳିକା – ଝାଡୁ ମାରିଲେ ପୌରାଧ୍ୟକ୍ଷ Angul OnlineOctober 2, 2022October 2, 2022 ତାଳଚେର – ୭୧ବର୍ଷରେ ପାଦ ଥାପିଛି ତାଳଚେର ପୌରପରିଷଦ । ତେବେ ୭୧ବର୍ଷ ପୁରି ଯାଇଥିଲେ ମଧ୍ୟ ପୌରପରିଷଦର ୨୧ଗୋଟି ୱାର୍ଡ଼ରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି । ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁସାରେ, ତାଳଚେର ପୌରପରିଷଦ ଅଧିନରେ ଥିବା ୨୧ଗୋଟି ୱାର୍ଡ଼ର ଅନ୍ତେଃବାସୀ ମାସକୁ ମାସ ପରିମଳ ବ୍ୟବସ୍ଥା ଓ ହୋଲଣ୍ଡିଙ୍ଗ, ଜଳ, ଆଲୋକ ଟିକସ ବାବଦରେ ପୌରପରିଷଦରେ ଦାଖଲ କରିଥାନ୍ତି । ତାଳଚେର ପୌରପରିଷଦରେ କାର୍ଯ୍ୟରତ ଠିକା ସଫେଇ କର୍ମଚାରୀ ସେମାନଙ୍କର ନିୟମିତ ଦରମା ସାଙ୍ଗକୁ ଦଶହରା ବନୋସ ଦାବି କରି ପୌର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାରୁ ୨୧ଗୋଟି ୱାର୍ଡ଼ରେ ଏବେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି । ସହରର ରାଜବାଟି ଠାରୁ ଆରମ୍ଭ କରି ଦୀର୍ଘ ୭କିମି ବ୍ୟାପି ହାଣ୍ଡିଧୂଆଁ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଉପରେ କୁଢ଼କୁଢ଼ ଅଳିଆ ଆବର୍ଜନା ତିନିଦିନ ହେବ ପଡ଼ି ରହିଛି । ଅଳିଆ ଆବର୍ଜନା ଗୁଡ଼ିକ ଗନ୍ଧରେ ନାକ ଫାଟିଫଡ଼ିବା ସାଙ୍ଗକୁ ଏହି ଅଳିଆ ଆବର୍ଜନା ପବନରେ ଉଡ଼ି ଏକ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିବା ସହିତ ପରିବେଶ ମଧ୍ୟ ଦୂଷିତ କରୁଛି । ଏହା ଫଳରେ ୱାର୍ଡ଼ବାସୀ ନାହିଁ ନଥିବା ଅସୁବିଧାର ଭୋଗ କରୁଛନ୍ତି । ପୌର ନିର୍ବାହୀ ଅଧିକାରୀଙ୍କ ନିଜ ସ୍ୱାର୍ଥ ପାଇଁ ଅଡ଼ି ବସୁଥିବାରୁ ଏପରି ଘଟଣା ଘଟୁଛି ବୋଲି କେହି କହୁଥିବା ବେଳେ ଆଉ କେତେକ ବ୍ୟକ୍ତିଗତ ରାଜନୀତି ଓ ପୌରପ୍ରଶାସନ କର୍ତୁପକ୍ଷଙ୍କ ଅହଙ୍କାରକୁ ନେଇ ଅଙ୍କ ଛିଣ୍ଡୁନି ବୋଲି କହୁଛନ୍ତି । ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ବେଳେ ସହରର ପରିମଳ ବ୍ୟବସ୍ଥା ଏପରି ଥିଲା ଯେ ମୁଖ୍ୟ ରାସ୍ତାରେ ମଧ୍ୟ ଯିବା ଆସିବା ଅସମ୍ଭବ ହୋଇ ପଡ଼ିଥିଲା । ଏପରିକି ପୌରପାଳିକା ଆଗରେ ମଧ୍ୟ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡିଥିବା ଦେଖିବାକୁ ମିଳିଥିଲା । ଏପରି ସ୍ଥିତିରେ ଖୋଦ ପୌରାଧ୍ୟକ୍ଷ ପବିତ୍ର ଭୁତିଆ , କାଉନସିଲର ଓ ଶାସକ ଦଳର ଅନେକ ନେତା ଆଜି ହାତରେ ଝାଡୁ ଧରି ରାସ୍ତାଘାଟ ସଫେଇ କରିଥିଲେ । ଯାହାକୁ ନେଇ ସାରା ସହରରେ ଚର୍ଚ୍ଚା ହେଉଥିବା ବେଳେ ସନ୍ଧ୍ୟାରେ ବୈଠକ ବସିଥିବା ଜଣା ପଡ଼ିଛି । ଏଥିରେ ପୌର ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରାଯାଇ ସମସ୍ୟା ସମାଧାନର ବାଟ କଢ଼ା ଯାଇଥିବା ସୁଚନା ମିଳିଛି । Advertisement
ଟ୍ରେନରେ କୋଇଲା ପରିବହନକୁ ବିରୋଧ – ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଟ୍ରକ ମାଲିକ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରେ ପ୍ରାୟ ୬ ହଜାର ଟ୍ରକ ଥିବା ବେଳେ ଏହା ଉପରେ ପ୍ରତୀକ୍ଷା ଭାବେ ପ୍ରାୟ ୧୫ ହଜାର ଓ…
ଜାତୀୟ ରାଜପଥ ସମ୍ପ୍ରସାରଣର ତଦାରଖ କଲେ ଉପଜିଲ୍ଲାପାଳ ଅନୁଗୋଳ – ଆଜି ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ବଇତୁରା ଦିପ୍ ଅନୁଗୋଳ ଠାରୁ ବଇଣ୍ଡା ପର୍ଯ୍ୟନ୍ତ ଜାତୀୟ ରାଜପଥ – ୫୫ର ସମ୍ପ୍ରସାରଣ , ଓଭର ବ୍ରିଜ୍…
ନକଲି ମଦ କାରଖାନା ଠାବ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ମିଳିଛି ଏକ ବଡ ସଫଳତା । ଜିଲ୍ଲା ସଦର ମହକୁମା ଉପକଣ୍ଠ ରେ ଚାଲିଥିବା ଏକ ନକଲି ମଦ ଫ୍ୟାକ୍ଟେରି…