ଅପରାଧ ବ୍ରାଉନସୁଗାର ଜବତ – ସୁନୀଲ ସେଠୀ ଗିରଫ Angul OnlineOctober 10, 2022October 10, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କୋଳିୟାରୀ ପୁଲିସ ହାଣ୍ଡିଧୂଆଁ ନିକଟରୁ ଜଣଙ୍କୁ ଗିରଫ କରିବା ସହ ତା ନିକଟରୁ ୨୦ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରିଛି । ସୂଚନା ଅନୁସାରେ କୋଳିୟାରୀ ଥାନା ଏସଆଇ ବିକାଶ ଗିରି ଗତକାଲି ପ୍ରାୟ ରାତି ୯ ଟା ବେଳେ ସଦଳବଳେ ପେଟ୍ରୋଲିଂ କରୁଥିଲେ । ସେତିକିବେଳେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ହାଣ୍ଡିଧୂଆଁ ଛକରେ ଥିବା ସୁନୀଲ ସେଠୀଙ୍କୁ ଅଟକାଇ ଜାଞ୍ଚ କରିଥିଲେ । ଜାଞ୍ଚ ବେଳେ ସେ ଏକ ପଲିଥିନ ପ୍ୟାକେଟରେ ବ୍ରାଉନସୁଗାର ରଖିଥିବା ଜଣା ପଡିଥିଲା । ପଚରାଉଚରା ବେଳେ ସେ ବିକ୍ରି କରିବାକୁ ଏହା ରଖିଥିବା ସ୍ୱୀକାର କରିଥିଲା । ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବ୍ରାଉନସୁଗାର ଓଜନ କରିବା ପରେ ଏହି ପ୍ୟାକେଟରେ ୨୦.୦୮ ଗ୍ରାମ ବ୍ରାଉନସୁଗାର ଥିବା ଜଣା ପଡିଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ହେବ ବୋଲି ଜଣା ପଡ଼ିଛି । ଆଜି ପୁଲିସ ଗିରଫ ସୁନୀଲକୁ କୋର୍ଟ ଚାଲାଣ କରିଥିବା କୋଳିୟାରୀ ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟନାୟକ ସୂଚନା ଦେଇଛନ୍ତି । Advertisement
ବୃଦ୍ଧଙ୍କୁ ଠେଙ୍ଗା ରେ ପିଟି ପିଟି ହତ୍ୟା ଅଭିଯୋଗ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଭୀମକାଣ୍ଡ ଗାଁରେ ଜଣେ ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି…
ଆତ୍ମାହୁତି ଦେବା ପୂର୍ବରୁ ବୃଦ୍ଧଙ୍କୁ କାବୁ କଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଜଣେ ବୃଦ୍ଧ ଆତ୍ମାହୁତି ଦେବାକୁ ଆସିଥିବା ବେଳେ କିଛି ଘଟିବା ପୂର୍ବରୁ ସୂଚନା ପାଇ ବୃଦ୍ଧ ଜଣଙ୍କୁ…
୬ ଜଣ ଜୁଆଡ଼ି ଗିରଫ – କାର, ମୋଟରସାଇକେଲ , ଟଙ୍କା ଜବତ ଅନୁଗୁଳ – ଅନୁଗୁଳ ସଦର ପୁଲିସ ପଞ୍ଚମହଲାର ଜଙ୍ଗଲିଆ ଅଞ୍ଚଳରେ ଚଢ଼ାଉକରି ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ମାନେ ହେଲେ ହେମୁସୁରପଡ଼ାର…