ରାଜନୀତି ବିଜେଡିର ଜନସମ୍ପର୍କ ପଦଯାତ୍ରା Angul OnlineOctober 13, 2022October 13, 2022 ଅନୁଗୁଳ – ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଛି ଜନ ସମ୍ପର୍କ ପଦଯାତ୍ରା । ଏହି ପରିପ୍ରେକ୍ଷୀରେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକ ଅନ୍ତର୍ଗତ ବନ୍ଦା ଗ୍ରାମ ପଞ୍ଚାୟତ ଠାରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ଜନକଲ୍ୟାଣ କାରୀ ଯୋଜନା ଲୋକଙ୍କ ପାଖରେ ସଠିକ ଭାବେ ପହଁଞ୍ଚିବା ଓ ଅବଗତ କରାଇବା ଲକ୍ଷ୍ୟ ରହିଛି । ବନ୍ଦା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ନକୁଳ ସାହୁ , ବିଜେଡି ଯୁବ ନେତା ଅରୁଣାଭ ସିଂହ ଓ ବିଜେଡିର ବହୁ ତୁଙ୍ଗ ନେତାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୩୦୦ରୁ ଉର୍ଦ୍ଧ୍ବ ମହିଳା ଓ ଯୁବକ ବନ୍ଦା ଶିବ ମନ୍ଦିର ଠାରୁ ଆରମ୍ଭ କରି ବନ୍ଦା ଓ ଝଜିରୀ ଗ୍ରାମ ପରିକ୍ରମା କରି ଝଜିରି ବାଲି ସାହି ଠାରେ ଶୋଭାଯାତ୍ରା ଶେଷ କରିଥିଲେ । ବନ୍ଦା ଗ୍ରାମ ମୁଖ୍ୟ ଛକ ଠାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏଥି ସହିତ ଅନୁଗୁଳ ପୌରପାଳିକା ୱାର୍ଡ ନଂ ୫ ଠାରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। କାଉନସିଲର ରଞ୍ଜିତ ମାଣ୍ଡଠିଆ ଓ ନଗର ବିଜେଡି ସଭାପତି ବୃନ୍ଦାବନ ସ୍ବାଇଁଙ୍କ ତତ୍ୱବାଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡ଼ି ସଭାପତି ମହେନ୍ଦ୍ର ବସ୍ତିଆ, ନଗରପାଳ ଅକ୍ଷୟ ସାମନ୍ତ, କାଉନସିଲର ସୁକାନ୍ତି ଦାସ, ମାଳିନୀ ସର, ବିଶ୍ୱରଂଜନ ସାହୁ ଓ ୱାର୍ଡ ବାସିନ୍ଦା ଉପସ୍ଥିତ ଥିଲେ । Advertisement
ଭାରତୀୟ ଜନତା ପାର୍ଟି ଅନୁଗୁଳ ନିର୍ବାଚନ ମଣ୍ଡଳୀର ରାକ୍ଷୀ ପୂର୍ଣ୍ଣିମା ଉତ୍ସବ .ଅନୁଗୁଳ – ଆଜି ସ୍ଥାନୀୟ ଅନୁଗୁଳ ସଭାଘର ଠାରେ ଭାରତୀୟ ଜନତା ପାର୍ଟି ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।…
ବିଧାୟକଙ୍କ ନାମରେ ଭିତ୍ତିହୀନ ଖବର ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହେଲେ ଯୁବ ଓ ଛାତ୍ର ବିଜେଡ଼ି ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ବିଧାୟକ ମୁକେଶ ପାଳଙ୍କ ନାମରେ ଭିତିହୀନ ଖବର ପ୍ରସାରଣ କରା ଯାଉଛି । ଯାହା ଫଳରେ ବିଧାୟକଙ୍କ ସମ୍ମାନ ଉପରେ…
ବିଜେପି ନେତା ସଂଗ୍ରାମ ମହାପାତ୍ରଙ୍କ ନାକିଚିରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ କିଶୋରନଗର – ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ନାକିଚି ଆମ୍ବତଟା ଠାରେ ମୋଦି ଜି ଙ୍କର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ବ୍ୟାପି ଚାଲିଥିବା ମହା…