ସମସ୍ୟା ବିଜ୍ଞାନ ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ବିଦ୍ୟାଳୟରେ ତାଲା Angul OnlineOctober 15, 2022October 15, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଗଡମଣ୍ଡଳ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦୁର୍ଗା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଦଳିକୁ ନେଇ ବିଦ୍ୟାଳୟର ଅଭିଭାବକ ମାନେ କ୍ଷୋଭ ପ୍ରକାଶ କରିବା ସହିତ ବଦଳିକୁ ବାତିଲ ଦାବିରେ ଶନିବାର ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଅଭିବାବକ ମାନେ ବିଦ୍ୟାଳୟର ମୁଖ୍ୟା ଦ୍ବାରରେ ତାଲା ପକାଇବା ସହିତ ଧାରଣାରେ ବସିରହିଥିଲେ । ସୂଚନା ଅନୁସାରେ ଗଡମଣ୍ଡଳ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ୧୫ ବର୍ଷ ହେବ ବିଜ୍ଞାନ ଶିକ୍ଷକ ପଦବୀ ଖାଲି ପଡିଥିଲା ।ଏନେଇ ଦୀର୍ଘଦିନ ହେବ ଅଭିବାବକ ମାନେ ଦାବୀ କରିବା ପରେ ଦୁର୍ଗା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜ୍ଞାନ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିଲା । ନିଯୁକ୍ତିର ୧୮ ଦିନ ନପୁରୁଣୁ ଅନୁଗୋଳ ଜିଲ୍ଲା ଶିକ୍ଷାଧିକାରୀଙ୍କ ପତ୍ର ନମ୍ବର ୧୧୪୯/୨୨ରେ ଉକ୍ତ ବିଜ୍ଞାନ ଶିକ୍ଷକଙ୍କୁ କଣିହାଁ ବ୍ଲକ ସଂସାମରା ଉଚ୍ଚ ବିଦ୍ୟାଳୟକୁ ବଦଳି କରାଯାଇଛି । ତେବେ ସେହି ସ୍ଥାନରେ ପ୍ରଶାସନ ପକ୍ଷରୁ କୈାଣସି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ନାହିଁ ।ଫଳରେ ବିଜ୍ଞାନ ଶିକ୍ଷକଙ୍କ ବଦଳିକୁ ନେଇ ଶୁକ୍ରବାର ଦିନ ସ୍କୁଲ୍ ପରିଚାଳନା କମିଟର ସଭାପତି ପାଣ୍ଡବ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅଭିଭାବକ ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ମାନଙ୍କୁ ନେଇ ଏକ ବୈଠକ କରାଯିବା ସହିତ ତୁରନ୍ତ ଶିକ୍ଷକଙ୍କ ବଦଳି ବାତିଲ ଦାବି ନେଇ ଶନିବାର ଅଭିଭାବକ ଓ ଛାତ୍ରୀଛାତ୍ର ମାନେ ବିଦ୍ୟାଳୟ ସମ୍ମୁଖରେ ତାଲା ଧାରଣା ଦେଇଥିଲେ । ଖବରପାଇ ଛେଣ୍ଡିପଦା ବ୍ଲକ ସହାକରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଗଡନାୟକ , ବ୍ଲକ ଉପାଧକ୍ଷା ସୁମିତ୍ରା ସାହୁ ,ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଧାରଣାରତ ଅଭିବାବକ ମାନଙ୍କ ସହିତ ଆଲୋଚନା କରିବା ସହିତ ଡେପୁଟେସନରେ ବିଜ୍ଞାନ ଶିକ୍ଷକ ବିକାଶ କୁମାର ସାହୁଙ୍କୁ ନିଯୁକ୍ତି କରାଯାଇଛି । ଏଥି ସହିତ ତାଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ସହିତ ଆଗାମୀ ଦିନରେ ବିଦ୍ୟାଳୟର କୈାଣସି ଶିକ୍ଷକଙ୍କୁ ବଦଳି କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲେ ।ଏହି ଧାରଣାରେ ୧୪ନମ୍ବର ଜିଲ୍ଲାପରିଷଦ ସଭ୍ୟ ନଗେନ୍ଦ୍ର କୁମାର ପ୍ରଧାନ, ସମିତି ସଭ୍ୟ ଦୀପକ କୁମାର ସାହୁ ,ପରିଚାଳନା କମିଟି ସଭାପତି ପାଣ୍ଡବ ପ୍ରଧାନ , ହିମାଂଶୁ ଭୁଷଣ ସ୍ବାଇଁ ,ମୀନକେତନ ସାହୁ ,ପରୀ ପ୍ରଧାନ ,ଜଗବନ୍ଧୁ ସାହୁ ,ପୁରନ୍ଦର ବେହେରା , ଭଜମନ ସାହୁ ,ବାସୁଦେବ ସାହୁ ,ଲବଣି କୁମାର ସାହୁ ,ଅଦିତି କୁମାର ସାହୁ ,କପିଳ ବିଶ୍ବାଳଙ୍କ ସମେତ ଶତାଧିକ ଅଭିଭାବକ ଯୋଗ ଦେଇଥିଲେ । Advertisement
‛ସୁନ୍ଦରୀ’ର ବାହୁଡା ପ୍ରକ୍ରିୟା ଆରମ୍ଭ – ପହଞ୍ଚିଲେ ମଧ୍ୟପ୍ରଦେଶ ଟିମ ଅନୁଗୁଳ – ଆଜି ଠାରୁ ସାତକୋଶିଆରୁ ବାଘୁଣୀ ‛ସୁନ୍ଦରୀ’ର ବାହୁଡା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଥି ପାଇଁ ରବିବାର ଅପରାହ୍ନରେ ମଧ୍ୟପ୍ରଦେଶର କାହ୍ନା ଜାତୀୟ ବ୍ୟାଘ୍ର…
ତୈଳଦର ବୃଦ୍ଧି ବିରୁଦ୍ଧରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ ଅନୁଗୁଳ – ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ୍ ଓ ନିତ୍ୟବ୍ୟବହାର୍ଯ୍ୟ ଜନିଷର ଆକାଶଛୁଆଁ ମୂଲ୍ୟବୃଦ୍ଧି ବିରୁଦ୍ଧରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ଡାକରା ଦିଆଯାଇଥିବା ସାରା ଓଡିଶା ପ୍ରତିବାଦ ଦିବସ ଉପଲକ୍ଷେ…
ବାଲ୍ୟବିବାହ କରାଇଲେ ବନ୍ଧାହେବେ ବ୍ରାହ୍ମଣ , ଗାଡିର ମାଲିକ , ବ୍ୟାଣ୍ଡ ବାଜା , ଟେଣ୍ଟ ହାଉସ୍ ମାଲିକ -ଜିଲ୍ଲାପାଳ ଅନୁଗୁଳ – ବାଲ୍ୟବିବାହ ସଂପୂର୍ଣ୍ଣ ବେଆଇନ । ୧୮ବର୍ଷରୁ କମ୍ ଝିଅକୁ କିମ୍ବା ୨୧ ବର୍ଷରୁ କମ୍ ପୁଅକୁ ବିବାହ କରାଇବା ଦଣ୍ଡନୀୟ ଅପରାଧ । ୨୦୦୬…