ଅପରାଧ ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ Angul OnlineOctober 20, 2022October 20, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଗତ ୪ ବର୍ଷ ତଳେ ଜଣେ ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କରିବା ଅଭିଯୋଗ ମାମଲାର ରାୟ ଗୁରୁବାର ଜିଲ୍ଲା ଫାଷ୍ଟଟ୍ରାକ୍ ସ୍ପେଶାଲ୍ କୋର୍ଟରେ ପ୍ରକାଶ ପାଇଛି । ଆଡ଼ହକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ପିଆର୍ ବହିଦାର ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ଦେବଗଡ଼ ଜିଲ୍ଲା କୁଣ୍ଡେଇଗୋଳା ଥାନା ତଳବାହାଳି ଗ୍ରାମର ସନ୍ତୋଷ ପ୍ରଧାନଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା , ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ଦଣ୍ଡାଦେଶ ଦେଇଛନ୍ତି । ସୂଚନା ଅନୁସାରେ , ୨୦୧୮ ମସିହା ଡିସେମ୍ବର ୪ ତାରିଖ ଦିନ ଛେଣ୍ଡିପଦା ଥାନା ଅଞ୍ଚଳର ୧୩ ବର୍ଷର ଜଣେ ନାବାଳିକା ପଡୋଶୀ ଗାଁରୁ ଟିଉସନ ସାରି ଘରକୁ ଫେରୁଥିବା ବେଳେ ତା’ର ଭିଣୋଇର ବଡ଼ଭାଇ ଅପହରଣ କରି ନେଇଥିଲା । ପରେ ଏକ ସପ୍ତାହରୁ ଅଧିକ ଦିନ ବିଭିନ୍ନ ସ୍ଥାନରେ ରଖି ବଳତ୍କାର କରିଥିଲା । ନାବାଳିକାଙ୍କ ବାପା ଏନେଇ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଟେର ପାଇନଥିଲା । ଅପରପକ୍ଷରେ ଅଭିଯୁକ୍ତ ସନ୍ତୋଷ ନାବାଳିକାକୁ ନେଇ ପ୍ରଥମେ କୁଲାଡ ଗ୍ରାମରେ ରହିଥିଲା । ପରେ ଢେଙ୍କାନାଳ , ଭୁବନେଶ୍ୱରରେ ନେଇ ରହିଥିଲା । ସେଠାରେ ନାବଳିକାକୁ ବହୁବାର ବଳାତ୍କାର କରିଥିଲା । ପ୍ରାୟ ଏକ ସପ୍ତାହରୁ ଅଧିକ ସମୟ ବାହାରେ ରଖିବା ପରେ ଅଭିଯୁକ୍ତ ନାବାଳିକାକୁ ନିଜ ଗାଁ ତଳବାହାଳିରେ ନେଇ ରହିଥିଲା । ଏହା ଜାଣିଲା ପରେ ଅଭିଯୁକ୍ତ ସନ୍ତୋଷର ପତ୍ନୀ ଏନେଇ କୁଣ୍ଢେଇଗୋଳା ଥାନାକୁ ସୂଚନା ଦେଇଥିଲେ । ପୁଲିସ ନାବାଳିକାଙ୍କୁ ଉଦ୍ଧାର କରି ଦେବଗଡ଼ ସିଡବ୍ଲୁସିରେ ହାଜର କରିଥିଲା । ପରେ ନାବାଳିକାଙ୍କ ପରିବାର ଖବର ପାଇ ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ଛେଣ୍ଡିପଦା ଥାନା ପୁଲିସ୍ ଅଭିଯୁକ୍ତ ସନ୍ତୋଷକୁ ଗିରଫ କରି ପୋକସୋ ଆକ୍ଟରେ ବଳତ୍କାର ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିଲା । ଏହି ମାମଲାର ଶୁଣାଣି ଜିଲ୍ଲା ଫାଷ୍ଟଟ୍ରାକ କୋର୍ଟରେ ଚାଲିଥିଲା । ମୋଟ ୨୨ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଅଧାରକରି ବିଚାରପତି ଅଭିଯୁକ୍ତ ସନ୍ତୋଷକୁ ଦୋଷୀ ସାବ୍ୟସ୍ତ କରି ରାୟ ଶୁଣାଇଥିଲେ । ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ୍ ପ୍ରସିକ୍ୟୁଟର ସୁଶାନ୍ତ କୁମାର ମିଶ୍ର ଏହି ମାମଲାର ପରିଚାଳନା କରିଥିଲେ । Advertisement
ଧାରଣା ଦେଇଥିବା ବୋହୂକୁ ରାତିଅଧିଆ ନିର୍ଧୁମ ମାଡ଼ ଅନୁଗୁଳ – ସ୍ତ୍ରୀର ହକ ପାଇବାକୁ ସ୍ୱାମୀ ଘର ଆଗରେ ଧାରଣା ଦେଇଥିଲା । ହେଲେ ରାତିରେ ଏକୁଟିଆ ପାଇ ନିର୍ଧୁମ ଛେଚିଲେ ସ୍ୱାମୀ , ଶଶୁର…
ଜମାକାରୀଙ୍କ ଖାତାରୁ ୯ଲକ୍ଷ ଟଙ୍କା ହଡପ – ଥାନାରେ ଅଭିଯୋଗ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦାଠାରେ ଥିବା ଆସିଆଇ ବ୍ୟାଙ୍କରୁ ଜୈନେକ ହିତାଧିକାରୀଙ୍କ ଖାତାରୁ ୯ଲକ୍ଷରୁ ଅଧିକ ଟଙ୍କା ହଡପ ହୋଇଥିବା ନେଇ ଛେଣ୍ଡିପଦା ଥାନାରେ ଅଭିଯୋଗ…
ବିବାହର ପ୍ରଲୋଭନ ଦେଇ ନାବାଳିକାକୁ ଦୁଷ୍କର୍ମ – ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ସଦର ଥାନା ଅଞ୍ଚଳର ଜଣେ ନାବାଳିକାକୁ ବିବାହର ପ୍ରଲୋଭନ ଦେଇ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ତ୍ୱରିତ ବିଚାର ନ୍ୟାୟାଧୀଶ ୨୦ ବର୍ଷ କାରାଦଣ୍ଡରେ…