ମୁଖ୍ୟ ଖବର ରେଳ ଧାରଣାରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର Angul OnlineOctober 20, 2022October 20, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନାର ଜରପଡା ଷ୍ଟେସନ ନିକଟରେ ରେଳ ଧାରଣାରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କର ମୃତ ଦେହ ଉଦ୍ଧାର । ମୃତ ଛାତ୍ର ଜଣଙ୍କ ହେଲେ ଜରପଡା ଗ୍ରାମର କୁମୁଦ ସାହୁଙ୍କ ପୁଅ ଲିକୁନ୍ ସାହୁ । ଲିକୁନ ଗାଁ ପାଖ ଦେଇ ଯାଇଥିବା ରେଳ ଧାରଣା ନିକଟରେ ଗାଁର କିଛି ସାଙ୍ଗ ସାଥୀଙ୍କ ସହ ସନ୍ଧ୍ୟା ବେଳେ ଛିଡା ହୋଇଥିଲେ । ପ୍ରାୟ ୭ ଟା ବେଳେ ଛିଡା ହୋଇଥିଲେ । ସେତିକିବେଳେ ଇଣ୍ଟରସିଟି ସେହି ଧାରଣା ଦେଇ ଯାଇଥିଲା । ଟ୍ରେନ ଯିବା ପରେ ଅନ୍ୟମାନେ ଲିକୁନକୁ ମୃତ ପଡିଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକ ଓ ପୁଲିସ ପହଞ୍ଚିଥିଲା । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ କରୁଛି । ତେବେ ମୃତ୍ୟୁର କାରଣ ଜଣା ପଡି ନାହିଁ । Advertisement
ଦେବଭୂମିରେ ରଥଯାତ୍ରା – ଘରୋଇ କମ୍ପାନୀ ଭାବରେ ପ୍ରଥମଥର ପାଇଁ ମହା-ଆଡମ୍ବରରେ ଯାତ୍ରା ପାଳିତ ଅନୁଗୁଳ – ଅନୁଗୁଳ ଜିନ୍ଦଲ ନଗର ଦେବଭୂମି ପରିସରରେ ରଥ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ହଜାର ହଜାର ସଂଖ୍ୟାରେ ଜିନ୍ଦଲ ନଗର ଶ୍ରଦ୍ଧାଳୁ ଏବଂ…
ଗଛ କଟା ପାଇଁ କାନ୍ଦିଲେ ରେଞ୍ଜର – ଲଣ୍ଡା ହୋଇ ଶୁଦ୍ଧିକ୍ରିୟା କଲେ ପରିବେଶପ୍ରେମୀ ଛେଣ୍ଡିପଦା – ସରକାର ମା ପାଇଁ ଗଛଟିଏ ନାରା ଦେଉଥିବା ବେଳେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ କୋଇଲା ଖଣି ନିମନ୍ତେ ଗଛ କଟା ଯିବାକୁ ପ୍ରସ୍ତୁତି…
ଶିକ୍ଷକ ଅଭାବକୁ ନେଇ ବିଦ୍ୟାଳୟ ଗେଟରେ ତାଲା ପକାଇଲେ ଅଭିଭାବକ ଅନୁଗୋଳ – ଅନୁଗୋଳ ଜିଲ୍ଲା ମରାତିରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ସମସ୍ତ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ବିଦ୍ୟାଳୟ ଗେଟରେ ତାଲା ପକାଇଥିଲବ…