ମୁଖ୍ୟ ଖବର ରେଳ ଧାରଣାରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର Angul OnlineOctober 20, 2022October 20, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନାର ଜରପଡା ଷ୍ଟେସନ ନିକଟରେ ରେଳ ଧାରଣାରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କର ମୃତ ଦେହ ଉଦ୍ଧାର । ମୃତ ଛାତ୍ର ଜଣଙ୍କ ହେଲେ ଜରପଡା ଗ୍ରାମର କୁମୁଦ ସାହୁଙ୍କ ପୁଅ ଲିକୁନ୍ ସାହୁ । ଲିକୁନ ଗାଁ ପାଖ ଦେଇ ଯାଇଥିବା ରେଳ ଧାରଣା ନିକଟରେ ଗାଁର କିଛି ସାଙ୍ଗ ସାଥୀଙ୍କ ସହ ସନ୍ଧ୍ୟା ବେଳେ ଛିଡା ହୋଇଥିଲେ । ପ୍ରାୟ ୭ ଟା ବେଳେ ଛିଡା ହୋଇଥିଲେ । ସେତିକିବେଳେ ଇଣ୍ଟରସିଟି ସେହି ଧାରଣା ଦେଇ ଯାଇଥିଲା । ଟ୍ରେନ ଯିବା ପରେ ଅନ୍ୟମାନେ ଲିକୁନକୁ ମୃତ ପଡିଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକ ଓ ପୁଲିସ ପହଞ୍ଚିଥିଲା । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ କରୁଛି । ତେବେ ମୃତ୍ୟୁର କାରଣ ଜଣା ପଡି ନାହିଁ । Advertisement
ଗଛରେ ପିଟିହେଲା ସ୍କୁଟି – ଚାଳକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଗଡମଣ୍ଡଳରୁ ପାତ୍ରପଡା ଯାଇଥିବା ପୂର୍ତ୍ତବିଭାଗ ରାସ୍ତା ପାର୍ଶ୍ବ ଗଛରେ ଏକ ସ୍କୁଟି ପିଟି ହୋଇଯିବା ଫଳରେ ଚାଳକଙ୍କର ମୃତ୍ୟ…
ପୋଖରୀରୁ ଉଦ୍ଧାର ହେଲା କୁମ୍ଭୀର – ଗ୍ରାମବାସୀ ହେଲେ ଆଶ୍ବସ୍ତ ଅନୁଗୋଳ – ଗତ ଏକ ବର୍ଷ ହେବ, ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ପୁରଣାକୋଟ ବନାଞ୍ଚଳର ପୁରୁଣାକୋଟ ଗ୍ରାମ ପୋଖରୀରେ ରହିଥିବା ଏକ କୁମ୍ଭୀରକୁ ଶେଷରେ ବନବିଭାଗ ଧରିବାରେ…
ଜାତୀୟ ରାଜପଥ କାମ ପାଇଁ ନୂଆଁ ଠିକା ସଂସ୍ଥାକୁ ଅନୁମୋଦନ ଅନୁଗୁଳ – ଦୀର୍ଘଦିନ ଧରି ବନ୍ଦ ହୋଇପଡ଼ିଥିବା ୫୫ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ପୁଣି ଆରମ୍ଭ ହୋଇଛି । ଏହି କାମ ନେଇଥିବା ଠିକାସଂସ୍ଥା…